ସୁପରଫୁଡ୍ ଆତ, ହାର୍ଟ ଏବଂ ଡାଇବେଟିସ ରୋଗୀଙ୍କ ପାଇଁ ହୋଇଥାଏ ବେଷ୍ଟ
ସୁସ୍ଥ ଶରୀର ପାଇଁ କିଏ ବା ନଚାହେଁ । କାହିଁକିନା ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଏ । ସୁସ୍ଥ ଶରୀର ପାଇଁ ଉତ୍ତମ ଖାଦ୍ୟର ଆବଶ୍ୟକତା ଥାଏ । ସମୟ ପରିବର୍ତ୍ତନ ହେବା ସହିତ ଖାଇବାରେ ମଧ୍ୟ ପରିବର୍ତ୍ତନ ହେଉଛି । ସେଥିପାଇଁ ବର୍ତ୍ତମାନ ଅଧିକାଂଶ ଲୋକ ଖାଇବା ପିଇବା ପ୍ରତି ସଚେତନ ହୋଇଗଲେଣି । ପନିପରିବାଠରୁ ଆରମ୍ଭ କରି ଫଳମୂଳ ପର୍ଯ୍ୟନ୍ତ ସମସ୍ତ ଖାଇବା ଆମ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଏହି ସବୁ ଖାଦ୍ୟକୁ ନିଜ ଖାଇବା ଲିଷ୍ଟରେ ସାମିଲ କରିବାକୁ ପରାମର୍ଶ ଦିଆଯାଉଛି । ସେହି ସବୁ ସୁସ୍ଥ ଖାଦ୍ୟ ମଧ୍ୟରୁ ଆତ ହେଉଛି ଅନ୍ୟତମ ।
ଆତରେ ଭିଟାମିନ୍ ସି, ମ୍ୟାଗ୍ନେସିୟମ୍, ଭିଟାମିନ୍ B6 ଏବଂଲୌହରେ ଭରପୂର ମାତ୍ରାରେ ରହିଛି । ଯାହା ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଯାହା ଖାଇବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ବିଶେଷ କରି ଏହି ଫଳକୁ ହାର୍ଟ ଏବଂ ଡାଇବେଟିସ୍ ରୋଗୀଙ୍କ ପାଇଁ ଫଳପ୍ରଦ ହୋଇଥାଏ ବୋଲି ପ୍ରମାଣିତ ହୋଇଛି । ତେବେ ଆସନ୍ତୁ ଏହାର ଲାଭକାରୀ ଗୁଣ ସମ୍ପର୍କରେ ଜାଣିବା । ଯାହା ଆପଣଙ୍କ ଅନେକ ସମସ୍ୟାକୁ ଦୂରେଇ ସ୍ବାସ୍ଥ୍ୟଗତ ଫାଇଦା ଦେଇଥାଏ ।

ଆତରେ ଭିଟାମିନ୍ ସି ଥାଏ, ଯାହା ଏକ ଆଣ୍ଟିଅକ୍ସିଡାଣ୍ଟ ଭାବେ କାର୍ଯ୍ୟ କରିଥାଏ । ତେଣୁ ଏହି ଫଳକୁ ହାର୍ଟ ଏବଂ ଡାଇବେଟିସ ରୋଗୀଙ୍କ ପାଇଁ ରାମବାଣ ସଦୃଶ ହୋଇଥାଏ । ଭିଟାମିନ୍ ସି ଅଭାବରୁ ଏହି ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ଫଳ ଖାଇବାକୁ ପରାମର୍ଶ ଦିଆଯାଏ ।
ଆଖି ପାଇଁ ବେଷ୍ଟ ହୋଇଥାଏ ଆତ । ଏହାକୁ ଖାଇବା ଦ୍ବାରା ଆପଣଙ୍କ ଆଖିକୁ ଫ୍ରି ରାଡିକାଲଠାରୁ ରକ୍ଷା କରିଥାଏ । ତେଣୁ ଏହାକୁ ଆଖି ପାଇଁ ମହୋଷଧି ବୋଲି ବିବେଚନା କରାଯାଏ । ଆଖିକୁ ନେଇ କିଛି ସମସ୍ୟା ଦେଖିଦେଉଥିଲେ ଆତ ଖାଇବା ଆବଶ୍ୟକ । ଏହାକୁ ଖାଇବା ଦ୍ୱାରା ଶରୀରରେ ଭିଟାମିନ୍ ସି ଅଭାବ ପୂରଣ ହୋଇଥାଏ । ଲୋକମାନେ ପ୍ରାୟତଃ ଦୁର୍ବଳତା ଅନୁଭବ କରିଥାଆନ୍ତି । ଯାହା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା ସହିତ, ଆପଣଙ୍କୁ ଅନେକ ଭାଇରାଲ୍ ରୋଗରୁ ସୁରକ୍ଷିତ ରଖିଥାଏ । ଯଦି ଆପଣ ଦାନ୍ତ କିମ୍ବା ମାଢ଼ି ଯନ୍ତ୍ରଣାରେ ପୀଡିତ, ତେବେ ଆତ ଅନେକ ଫାଇଦା ଦେଇଥାଏ । ପ୍ରତିଦିନ ଆତ ଖାଇବା ଦ୍ୱାରା ଦାନ୍ତ ଏବଂ ମାଢ଼ି ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ ।
ଏତିକି ନୁହେଁ ବରଂ ଆତକୁ ରକ୍ତହୀନତା ପୀଡିତ ଲୋକଙ୍କ ପାଇଁ ବହୋଷଧି ଭାବେ କାର୍ଯ୍ୟ କରିଥାଏ । ଯାହାକୁ ଖାଇବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ । ଏଥି ସହ ଏହାକୁ ଖାଇବା ଦ୍ବାରା କୋଲେଷ୍ଟ୍ରୋଲର ସ୍ତରକୁ ନିୟନ୍ତ୍ରଣ କରାଯାଇପାରିବ । ଯାହା ଏହି ସବୁ ସମସ୍ୟା ପାଇଁ ଲାଭଦାୟକ ବୋଲି ପ୍ରମାଣିତ ହୋଇଆସୁଛି । ଏଥିରେ ସନ୍ତୁଳିତ ପରିମାଣର ସୋଡିୟମ୍ ଏବଂ ପୋଟାସିୟମ୍ ଥାଏ । ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବା ସହ ହାର୍ଟ ପାଇଁ ଭଲ ବୋଲି ବିବେଚନା କରାଯାଏ ।
ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଆତକୁ ଭଲ ବୋଲି ବିବେଚନା କରାଯାଏ । ସେଥିପାଇଁ ଏହି ସବୁ ସମସ୍ୟା ଦେଖା ଦେଉଥିଲେ ଡାକ୍ତରମାନେ ଆତ ଖାଇବାକୁ ଅନେକ ସମୟରେ ପରାମର୍ଶ ଦେଇଥାଆନ୍ତି ।
-
ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ -
ପଛକୁ ହଟିଲେ ଟ୍ରମ୍ପ: ୨ ସପ୍ତାହ ପାଇଁ ଯୁଦ୍ଧ ବିରାମ କରିବାକୁ ରାଜି ହେଲେ ଆମେରିକା-ଇରାନ -
ଆଜିଠୁ ମା' ତାରିଣୀଙ୍କ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ -
ଓଡ଼ିଆ ପକ୍ଷ : ଶିଶୁକଥା ଦିବସରେ ୧୮,୦୦୦ ବର୍ଣ୍ଣବୋଧ ଓ ଶିଶୁଲେଖା ପୁସ୍ତକ ବଣ୍ଟନ -
ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ -
ଘୋଷିତ ବିଦ୍ୟୁତ କାଟ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଲାଇନ୍ କାଟିଲେ ଯାଇପାରନ୍ତି ଜେଲ୍ -
ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ : ଯୁଦ୍ଧ ଭିତରେ ଇସ୍ରାଏଲ ଓ ଇରାନ ମୁହଁରେ ଭାରତର ପ୍ରଶଂସା ! -
ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ୍ ସିଲିଣ୍ଡର୍ -
Karan Adani ଙ୍କ ବଡ଼ ଘୋଷଣା; ଓଡ଼ିଶାରେ ₹33,000 କୋଟିର ମେଗା ନିବେଶ, ଅନେକ ନୂତନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ -
ଆଉ ସମ୍ଭାବନାର ରାଜ୍ୟ ନୁହେଁ , ଓଡିଶା ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି- ମୁଖ୍ୟମନ୍ତ୍ରୀ -
ବୟନ ଓ ପୋଷାକ ଶିଳ୍ପ ହବ୍ରେ ପରିଣତ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ -
IPL 2026 : ଯଶସ୍ୱୀ-ବୈଭବ ଝଡ଼ରେ ଧରାଶାୟୀ ମୁମ୍ବାଇ, ୨୭ ରନ୍ରେ ହରାଇଲା ରାଜସ୍ଥାନ ରୟାଲ୍ସ






Click it and Unblock the Notifications