ଖରାଦିନିଆ ମେକଅପ୍ ଟିପ୍ସ
ତ୍ୱଚାକୁ ଖରାରୁ ବଞ୍ଚାଇବା ପାଇଁ ବା ହାଇଡ୍ରେଟ୍ ରଖିବା ପାଇଁ ହେଲେ ସନସ୍କ୍ରିନ୍ ଲଗାଇବା କେବେ ହେଲେ ଭୁଲନ୍ତୁ ନାହିଁ ।
Summer Makeup Tips: ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ପସନ୍ଦ କରନ୍ତି । ଖାସ କରି ମହିଳା ମାନେ ନିଜ ତ୍ୱଚାକୁ ନେଇ ବେଶ ଯତ୍ନଶୀଳ । ବିୟ୍ୟୁଟି ପାର୍ଲର ଯିବା ସହ ଅନେକ ଘରୋଇ ଉପଚାର ମଧ୍ୟ କରନ୍ତି । ଖରାଦିନରେ ମେକଅପ୍ ଅଳ୍ପ ସମୟ ମଧ୍ୟରେ ହିଁ ଖରାପ ହୋଇଯାଇଥାଏ । କାରଣ ଖରାଦିନରେ ସମସ୍ତ ତୈଳଗ୍ରନ୍ଥି ଅଧିକ ସକ୍ରିୟ ହୋଇଯାଇଥାଏ । ଆଜି ଆମେ ଆପଣଙ୍କୁ ଖରାଦିନିଆ ମେକଅପକୁ ନେଇ କିଛି ଖାସ୍ ଟିପ୍ସ ଦେବୁ ଯାହା ଫଳରେ ଆପଣଙ୍କ ମେକଅପ ଦୀର୍ଘ ସମୟ ପର୍ଯ୍ୟନ୍ତ ଖରାପ ହେବ ନାହିଁ ।

.ତ୍ୱଚାକୁ ଖରାରୁ ବଞ୍ଚାଇବା ପାଇଁ ବା ହାଇଡ୍ରେଟ୍ ରଖିବା ପାଇଁ ହେଲେ ସନସ୍କ୍ରିନ୍ ଲଗାଇବା କେବେ ହେଲେ ଭୁଲନ୍ତୁ ନାହିଁ ।
.ଖରାଦିନରେ ଅଏଲ ଫ୍ରି ଫେସୱାସ ବ୍ୟବହାର କରିବା ଉଚିତ୍ । ମେକଅପ୍ କରୁଥିବା ସ୍ପଞ୍ଜକୁ ଥଣ୍ତା ପାଣିରେ ବୁଡାଇ ପାଞ୍ଚମିନିଟ୍ ରଖିବା ପରେ ଏହାକୁ ମୁହଁରେ ଧିରେ ଧିରେ ଥାପି ରଖନ୍ତୁ ଏହା ଆପଣଙ୍କ ସ୍କିନକୁ ଡ୍ରାଏ ରଖିବାରେ ସାହାର୍ଯ୍ୟ କରିବ ।

.ଟୋନର୍ ଦ୍ୱାରା ମୁହଁ ସଫା କରିବା ପରେ ଅଏଲ ଫ୍ରି ମଶ୍ଚରାଇଜର ବ୍ୟବହାର କରନ୍ତୁ । ସନସ୍କ୍ରିନ ଲଗାଇବା ଭୁଲନ୍ତୁ ନାହିଁ । ଏହା ପରେ ଆପଣ ଫାଉଣ୍ତେସନ୍ ଓ କନସିଲର ଲଗାନ୍ତୁ । ତେବେ ଆପଣ ସନସ୍କ୍ରିନ ଯୁକ୍ତ ମେକଅପ୍ ମଧ୍ୟ ବ୍ୟବହାର କରି ପାରିବେ ।ମେକଅପ୍ ସେଟ୍ ହେବା ପରେ ଆପଣ ଅଳ୍ପ ପାଉଡର ବ୍ୟବହାର କରିପାରିବେ । ନଚେଚ୍ ମେକଅପ୍ ଫିକ୍ସର ସ୍ପ୍ରେ କରି ସେଟ୍ ହେବା ପାଇଁ କିଛି ସମୟ ଛାଡି ଦିଅନ୍ତୁ
.ଖରାଦିନ ହେଇ ବା ବର୍ଷା ଦିନ ସାଧାରଣତଃ ୱାଟରପ୍ରୁଫ୍ ଆଇଲାଇନର୍ ଓ ମସ୍କରା ବ୍ୟବହାର କରିବା ଉଚିତ୍ ।
.ଲାଇଟ୍ ବା ହାଲୁକା ମେକଅପ୍ ନିଅନ୍ତୁ । ଓଠରେ ଲିପବାମ୍ ଲଗାଇବା ପରେ ମେଟ୍ ଲିପଷ୍ଟିକ୍ ବ୍ୟବହାର କରିପାରିବେ












Click it and Unblock the Notifications