Get Updates
Get notified of breaking news, exclusive insights, and must-see stories!

Sukanya Samriddhi Yojana: ସୁକନ୍ୟା ସମୃଦ୍ଧି ଯୋଜନାରେ ନୂଆ ଅପଡେଟ, ଜାଣି ନିଅନ୍ତୁ ଏହି ସବୁ ନିୟମ

Sukanya Samriddhi Yojana: ଦୀପାବଳି ଦିନରୁ ଆରମ୍ଭ ହୋଇ ସାରିଛି ନୂଆ ଅପଡେଟ । ଏହି ବର୍ଷରେ ଆପଣ ବି ନିଜ ଝିଅମାନଙ୍କ ସମୃଦ୍ଧ ଭବିଷ୍ଯତ ପାଇଁ ନିଶ୍ଚିତଭାବରେ ପୋଷ୍ଟ ଅଫିସରେ ସୁକନ୍ଯା ସମୃଦ୍ଧି ଯୋଜନାରେ ଟଙ୍କା ଜମା କରିଥିବେ ।

ଯଦି ଏଭଳି କରିଛନ୍ତି, ତେବେ ଆପଣଙ୍କୁ ଚକ୍ରବୃଦ୍ଧି ସୁଧ ବା କମ୍ପାଉଣ୍ଟ ଇନଣ୍ଟ୍ରେଷ୍ଟ ସହ ପ୍ରାୟ ୮.୨ ସୁଧହାର ଦେବାକୁ ପଡିପାରେ । ତେବେ ଏହି ସରକାରୀ ଯୋଜନାରେ ନିବେଶ ପୂର୍ବରୁ ପ୍ରି- କ୍ଲୋଜର ରୁଲ୍ସ ବାବଦରେ ଜ୍ଞାନ ଥିବା ନିହାତି ଆବଶ୍ଯକ । ଯାହା ଆବଶ୍ଯକ ସମୟରେ ପଇସା ଉଠାଇବାରେ ସାହାର୍ଯ୍ୟ କରେ ।

କହିରଖୁ, ସୁକନ୍ୟା ସମୃଦ୍ଧି ଯୋଜନା ସରକାରଙ୍କ ଦ୍ୱାରା ଝିଅମାନଙ୍କ ଉଦ୍ଦେଶ୍ଯରେ ସମର୍ପିତ । ଏଥିରେ ବାପାମା' ନିଜର ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ନିବେଶ କରି ପାରିବେ ସେମାନଙ୍କ ଭବିଷ୍ଯତ ପାଇଁ ।

Sukanya Samriddhi Yojana

ପ୍ରକାଶଥାଉ ଯେ, ଏହି ଯୋଜନାରେ ବର୍ଷକ ଅଧିକତମ ପ୍ରାୟ ୧.୫ ଲକ୍ଷ ଟଙ୍କା ନିବେଶ କରାଯାଇପାରିବ । ଯାହା ୧୫ ବର୍ଷ ପାଇଁ ଜାରି ରହିବା ଆବଶ୍ଯକ । କହିରଖୁ, ନିବେଶର ପ୍ରଥମ ଦିନଠୁ ଆରମ୍ଭ କରି ୨୧ ବର୍ଷ ପରେ ଜମାରାଶି ସୁଧ ସହ ଖାତାକୁ ଟ୍ରାନ୍ସପର ହୋଇଥାଏ ।

ନିବେଶର ୨୧ ବର୍ଷ ପର୍ଯ୍ଯନ୍ତ ଏହା ଜାରି ରହେ ବା ମେଚୋର ହେବା ଯାଏଁ ଏହା ଲକ ଇନ ଥାଏ । ଏହି ଯୋଜନାରେ ଜଣେ ବ୍ଯକ୍ତି ୫ ରୁ ୧୦ ବର୍ଷ ମଧ୍ଯରେ ଟଙ୍କା ନେଇ ପାରିବ ନାହିଁ । ମାତ୍ର ଝିଅର ବୟସ ୧୮ ବର୍ଷ ବୟସ ହେବା ପରେ ଜଣେ ଏଥିରୁ ଆଶିଂକ ଭାବରେ ଟଙ୍କା ଉଠାଇବାର ଅନୁମତି ରହିଛି ।

ଏହି ଆଶିଂକ ନିକାସ ବା ଟଙ୍କା ଉଠାଇବା ପାଇଁ କେତେକ ସର୍ତ୍ତ ରହିଛି । ପ୍ରଥମେ ସୁକନ୍ଯା ସମୃଦ୍ଧି ଯୋଜନା ଯାହା ନାମରେ ରହିଛି, ତାହାର ବୟସ ୧୮ ବର୍ଷ ବୟସ ହେବା ନିହାତି ଆବଶ୍ଯକ । ଏହାବାଦ ସେ ୧୦ ଶ୍ରେଣୀ ପାସ କରିଥିବା ଦରକାର ।

ଏତଦବ୍ଯତୀତ ଏଥିରେ ବିଗତ ବିତ୍ତୀୟ ବର୍ଷରେ ଜମା ହୋଇଥିବା ରାଶିର ୫୦ ପ୍ରତିଶତ ଉଠାଇପାରିବେ । ମେଚୋରିଟି ବନ୍ଦ ହେବା ଅବଧିକୁ ଦୃଷ୍ଟିରେ ରଖି ଜଣେ ୫ ବର୍ଷ ପରେ କିସ୍ତି ହିସାବରେ ମଧ୍ଯ ଜଣେ ଟଙ୍କା ଉଠାଇପାରିବ ।

ଏହାବାଦ ଝିଅର ମୃତ୍ୟୁ ହୋଇଗଲେ ବାପାମାଙ୍କୁ ନିବେସରେ ଜମା ହୋଇଥିବା ଟଙ୍କା ମିଳିଥାଏ । ତାହାସହ ଆକାଉଣ୍ଟ ହୋଲଡରଙ୍କୁ ଗମ୍ଭୀର ରୋଗ ସମସ୍ଯା ଦେଖାଗଲେ ମଧ୍ଯ ସମୟ ଅବଧି ପୂର୍ବରୁ ଜଣେ ଟଙ୍କା ଉଠାଇ ପାରିବ । ମାତ୍ର ଏହା ଜମା ତାରିଖର ପାଞ୍ଚ ବର୍ଷ ପରେ କାର୍ଯ୍ୟକାରୀ ହୋଇଥାଏ ।

ତାହାସହ ଝିଅର ବାପାମା ତଥା ଅଭିଭାବକଙ୍କ ଆପାତକୀଳୀନ ମୃତ୍ଯୁ ହୋଇଗଲେ ବି ଏହାକୁ ବନ୍ଦ କରି ଦିଆଯାଇପାରିବ । ତଦସହିତ ଜଣେ ଭାରତୀୟ ନାଗରିକତା ଛାଡି ଦେଲେ ଏଥିରେ ଜମା ଟଙ୍କା ତାଙ୍କୁ ଫେରସ୍ତ କରି ଦିଆଯାଏ । ମାତ୍ର ଉକ୍ତ ବ୍ଯକ୍ତିଙ୍କୁ ସୁଧହାର ପ୍ରାପ୍ତ ହୋଇ ନଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+