ଆଲୋକର ପର୍ବ ଦୀପାବଳିରେ କେମିତି ରହିବେ ସୁରକ୍ଷିତ ? ଅଘଟଣ ଘଟୁଛି ତେବେ କେମିତି ଘରେ କରିବେ ପ୍ରାଥମିକ ଚିକିତ୍ସା ?

ଆଲୋକର ପର୍ବ ଦୀପାବଳିରେ କେମିତି ରହିବେ ସୁରକ୍ଷିତ ? ଦୀପ ଲଗେଇବା ଏବଂ ବାଣ ଫୁଟାଇବା ସମୟରେ ଯଦି କିଛି ଅଘଟଣ ଘଟୁଛି ତେବେ କେମିତି ଘରେ କରିବେ ପ୍ରାଥମିକ ଚିକିତ୍ସା ? କଣ ସବୁ ନିୟମ ପାଳନ କଲେ ଦୀପାବଳିରେ ନିଜକୁ ସୁରକ୍ଷିତ ରଖିପାରିବେ।

ହାତ କି ମୁହଁ ପୋଡିଲେ ସାଙ୍ଗେ ସାଙ୍ଗେ ଟ୍ୟାପ ପାଣିରେ ଧୋଇବେ। ହସ୍ପିଟାଲରେ ପହଂଚିବା ପର୍ଯ୍ୟନ୍ତ ନଡ଼ିଆ ତେଲ ଲଗାଇପାରିବେ। ପୋଡ଼ା ଜାଗାରେ ଟୁଥପେଷ୍ଟ କି କାଳୀ ଲଗାଇବେ ନାହିଁ।

ହାତ-ଗୋଡ଼ ପୋଡ଼ି ଯାଇଥିଲେ, ଏଥିରେ ଟୁଥ୍ ପେଷ୍ଟ ଲଗାଇବା ଉଚିତ୍ ନୁହେଁ । ତେଣୁ ପ୍ରଥମେ ପୋଡ଼ା ସ୍ଥାନକୁ ଥଣ୍ଡା ପାଣିରେ ଧୋଇଦେବା ଆବଶ୍ୟକ । ଏହାପରେ ସେହି ସ୍ଥାନରେ ବର୍ଣ୍ଣ କ୍ରିମ କିମ୍ବା କୌଣସି ଆଣ୍ଟିସେପ୍ଟିକ କ୍ରିମ ଲଗାଇଦେବା ଆବଶ୍ୟକ । ଏହା ଏକ ପ୍ରାଥମିକ ଚିକିତ୍ସା ଏବଂ ଏହାପରେ ଯଥାଶୀଘ୍ର ରୋଗୀଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ । ସେଠାରେ ଡାକ୍ତରଙ୍କ ଚିକିତ୍ସା ନିହାତି ଆବଶ୍ୟକ । ଏହା କରିବା ଦ୍ୱାରା ଶରୀରୁ ପୋଡ଼ା-ଜଳାର ଚିହ୍ନ ସମ୍ପୂର୍ଣ୍ଣ ଗାଏବ ହୋଇଯିବ ।

ଅଧିକାଂଶ ଲୋକ ପୋଡ଼ା ସ୍ଥାନକୁ ଥଣ୍ଡା ରକିବା ପାଇଁ ଟୁଥ୍ ପେଷ୍ଟ ଲଗାଇ ଦେଇଥାନ୍ତି । ତେବେ ଏକ୍ସପର୍ଟଙ୍କ ରାୟ ଅନୁସାରେ, ଏହା ସମ୍ପୂର୍ଣ୍ଣ ଭୁଲ୍ । ଏହା ଖୁବ ଭୟଙ୍କର ହୋଇପାରେ । ଏସବୁ ଲଗାଇବା ଦ୍ୱାରା ପୋଡ଼ା ସ୍ଥାନରେ ବିଭିନ୍ନ ମଇଳା ଜମା ହୋଇଥାଏ, ଯାହାଦ୍ୱାରା ସେହି ସ୍ଥାନଟି ଇନଫେକ୍ସନ ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ହୋଇଯାଏ । ତେଣୁ ଏହି ସ୍ଥାନରେ ସାଧାରଣ କ୍ରିମ ଲଗାଇବା ସହ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ ।

ବାଣ ଫୁଟାଇବା ସମୟରେ ପୋଡ଼ା-ଜଳା ଇତ୍ୟାଦି ଘା'କୁ ଅଣଦେଖା କରିବାର ପରିଣାମ ଭୟଙ୍କର ହୋଇପାରେ । କୌଣସି ବ୍ୟକ୍ତି ବାଣ ବା କୌଣସି ଜିନିଷରେ ପୋଡ଼ି ହୋଇଗଲେ ବ୍ୟକ୍ତିଙ୍କର ଡ୍ରେସକୁ କଇଁଚିରେ କାଟି ବାହାର କରିଦେବା ଉଚିତ୍ । ଏହାପରେ ପୋଡ଼ା ସ୍ଥାନକୁ ସଫା କପଡ଼ାରେ ଘୋଡ଼ାଇ ଦେବା ଆବଶ୍ୟକ । ଏହାପରେ ତୁରନ୍ତ ପୀଡ଼ିତଙ୍କୁ ମେଡିକାଲକୁ ନେଇଯିବା ଆବଶ୍ୟକ । ତେବେ ପୋଡ଼ା ଜଳା ଇତ୍ୟାଦିରୁ ବଞ୍ଚିବା ପାଇଁ ଢିଲା ଡ୍ରେସ ନ ପିନ୍ଧି ଫିଟିଙ୍ଗ ଡ୍ରେସ ପିନ୍ଧିବା ଉଚିତ୍ । ଏହାଦ୍ୱାରା ନିଆଁ ଧରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରେ ।

Diwali festival of lights

ତୁଳା ଲଗାନ୍ତୁ ନାହିଁ:
ପୋଡ଼ିଯାଇଥିବା ସ୍ଥାନରେ କେବେ ବି ତୁଳା ବ୍ୟବହାର କରନ୍ତୁ ନାହିଁ। ଏହା ତ୍ୱଚାରେ ଲାଗିଯାଇପାରେ। ଏଭଳି କଲେ ହାତ ଆହୁରି ପୋଡ଼ିବ। ଏହା ବ୍ୟତୀତ ବ୍ୟାକ୍ଟେରିଆ ବଢ଼ିବା ସମ୍ଭାବନା ବି ରହିଛି।

ଫୋଟକା ଫଟାନ୍ତୁ ନାହିଁ:
ଜଳିଥିବା ସ୍ଥାନରେ ଯଦି କିଛି ସମୟ ପରେ ଫୋଟକା ବାହାରୁଛି ତେବେ ତାହାକୁ ଆଦୌ ଫଟାନ୍ତୁ ନାହିଁ। ଏହା ଦ୍ୱାରା ଫୋଟକା ତ ଭଲ ହେବନି ବରଂ ଆହୁରି ପୋଡ଼ା ହେବ ।

  • ଦୀପାବଳିରେ ବାଣ ଫୁଟାଇବାକୁ ଏଡ଼ା ଇବା ପାଇଁ, ନିଜ ଘର ପାଖା ଖୋଲାପଡିଆରେ ଅଗ୍ନିଉତ୍ସବର ଆୟୋଜନ କରାନ୍ତୁ। ସମସ୍ତଙ୍କ ସହିତ ମିଶିଅ ସଙ୍ଗୀତ ସହିତ ଏହାର ଚାରିପାଖରେ ନାଚି ମସ୍ତି କରନ୍ତୁ।
  • ଯଦିବି ଆପଣ ବାଣ ପ୍ରିୟ ଆଉ କିଛି ବାଣ ଫୁଟାଇବାକୁ ଚାହାନ୍ତି ତେବେ ଏହି ସମୟରେ ସିନ୍ଥେଟିକ୍ ପୋଷାକ ପିନ୍ଧନ୍ତୁ ନାହିଁ। ଏହା ପରିବର୍ତ୍ତେ, ସୂତା ପୋଷାକ ପିନ୍ଧିବା ନିରାପଦ ହୋଇଥାଏ। ଯଦି କୌଣସି କାରଣରୁ ସୂତା କପଡାରେ ନିଆଁ ଲାଗିଯାଏ ତେବେ ଏହା ଶରୀରକୁ ଅଧିକ କ୍ଷତି ପହଞ୍ଚାଏ ନାହିଁ। ପିଲାମାନଙ୍କୁ ଅଧିକ ଢିଲା ପୋଷାକ ପିନ୍ଧାନ୍ତୁ ନାହିଁ।
  • ବାଣ ଫୁଟାଇବା ବେଳେ, ଆପଣଙ୍କ ଏବଂ ପିଲାମାନଙ୍କ କାନରେ ତୂଳା ଦେଇଦିଅନ୍ତୁ ଯାହା ଦ୍ୱାରା ବାଣ ଫୁଟିବାର ଉଚ୍ଚ ଶବ୍ଦ କାନର କୌଣସି କ୍ଷତି ଘଟାଇବ ନାହିଁ। ଅଫୁଟା ବାଣଗୁଡିକ ପାଖକୁ କଦାପି ଯାଆନ୍ତୁ ନାହିଁ। କାରଣ ଅନେକ ସମୟରେ ବାଣଗୁଡିକରେ ନିଆଁ ଥାଏ, ଯାହା ହଠାତ୍ ଫୁଟିପାରେ ଏବଂ ଏହା ଏକ ସାଙ୍ଘାତିକ ଦୁର୍ଘଟଣାର କାରଣ ହୋଇପାରେ।
  • ନିଜ ହାତରେ ଫୋଟକା, ବୋମା କିମ୍ବା ଫୁଲଝରୀ ଜାଳି ଷ୍ଟଣ୍ଟ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହି କାରଣରୁ ହାତ ଓ ମୁହଁ ଜାଳିଯିବାର ସମ୍ଭାବନା ଅଛି।
  • ଯଦି ଆପଣ ବାଣ ଫୁଟାଉଛନ୍ତି ତେବେ ଘର କିମ୍ବା ବାଲକୋନୀରେ ନୁହେଁ, କେବଳ ଖୋଲା ସ୍ଥାନରେ ଫୁଟାନ୍ତୁ।
  • ଯେଉଁମାନଙ୍କର ଆଜ୍‌ମା, ହୃଦୟ ସମ୍ବନ୍ଧୀୟ ରୋଗ, ଶ୍ୱାସକ୍ରିୟା ସମସ୍ୟା, ଉଚ୍ଚ ରକ୍ତଚାପ ଇତ୍ୟାଦି ସମସ୍ୟାରେ ପିଡୀତ, ସେମାନେ ଏହି ଦିନ ଅଧିକ ସମୟ ବାହାରେ ରହିବା ଉଚିତ ନୁହେଁ। ସନ୍ଧ୍ୟାରେ ଘର ଭିତରେ ରହିବା ଉଚିତ।
  • ନିଜ ଗୃହପାଳିତ ପଶୁମାନଙ୍କୁ ଘର ଭିତରେ ରଖନ୍ତୁ। ସେମାନଙ୍କୁ ଠିକ୍ ସମୟରେ ଖାଇବାକୁ ଦିଅନ୍ତୁ। କୌଣସି ପ୍ରାଣୀ, ଡାକ୍ତରଖାନା, ରାସ୍ତା, ବିଦ୍ୟୁତ ଖୁଣ୍ଟ ପୋଲ, ଗାଡି ତଳେ କିମ୍ବା ବୈଦ୍ୟୁତିକ ତାର ନିକଟରେ ବାଣ ଫୁଟାଇବାର ଭୁଲ କରନ୍ତୁ ନାହିଁ।
  • ଯଦି ବାଣ ଫୁଟାଇବା ବେଳେ କୌଣସି କାରଣରୁ ହଠାତ୍ ଶରୀରର କୌଣସି ଜାଗାରେ ନିଆଁ ଲାଗିଯାଏ କିମ୍ବା ଯଦି ଧୂଆଁ, ଧୂଳି କିମ୍ବା ସ୍ପାର୍କ ଆଖିରେ ପଶିଯାଏ ତେବେ ତୁରନ୍ତ ମୁହଁ ଏବଂ ଆଖିକୁ ପାଣିରେ ସଫା କରନ୍ତୁ ଆଉ ଚର୍ମରେ କିଛି ଲୋସନ ଲଗାନ୍ତୁ। ତା'ପରେ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ।
  • ଲୋକଙ୍କ ପାଖରେ ବାଣ ଫୁଟାନ୍ତୁ ନାହିଁ। ଅଧିକ ବାଣ ଫୁଟାଇବାକୁ ଚେଷ୍ଟା କରନ୍ତୁ ନାହିଁ। ସବୁଜ ଦୀପାବଳୀ ପାଳନ କରନ୍ତୁ, ଏହା ପରିବେଶ ପାଇଁ ଅଧିକ କ୍ଷତି କରେ ନାହିଁ।

ଏହା ଆପଣଙ୍କ ସୂଚନା ନିମନ୍ତେ, ବାଣଫୁଟ ନେଇ କିଛି ଅସୁବିଧା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+