ଡ୍ରେସରୁ ଛାଡୁନି କି ଦାଗ ? ଆପଣାନ୍ତୁ ଏହି ଘରୋଇ ଉପାୟ

ସୁନ୍ଦର ସଫା ଡ୍ରେସ ପିନ୍ଧିବାକୁ ସମସ୍ତଙ୍କୁ ଭଲ ଲାଗେ । ଏମିତି ବେଳେ ବେଳେ ହୁଏ କିଛି ପୋଷାକରେ ହଳଦୀ ହେଉ କୌଣସି ଦାଗ ଲାଗିଯାଏ । ଯାହା ସହଜରେ ଛାଡେ ନାହିଁ । ଆପଣଙ୍କୁ ଆମେ କହିବୁ ଏମିତି କିଛି ପ୍ରାକୃତିକ ଉପାୟ । ଯେଉଁଥିରେ କପଡା ବିନା ଖରାପ ହୋଇ ଦାଗ ଲିଭିଯିବ । ଚାଲନ୍ତୁ ଜାଣିବା କିଛି ଘରୋଇ ଉପାୟ ।

ହଳଦୀ ଦାଗ:

ଭାରତୀୟ ଖାଦ୍ୟରେ ହଳଦୀ ଏକ ଅଭିନ୍ନ ଅଙ୍ଗ । ହଳଦୀ ବିନା ଖାଦ୍ୟ ଅଧୁରା । ହେଲେ ଏହି ହଳଦୀ ଯେତେବେଳେ କୌଣସି ପୋଷାକରେ ଲାଗିଯାଏ । ହଳଦୀ ଦାଗ ଛଡାଇବା କାଠିକର ପାଠ ହୋଇଯାଏ । ଲୋକେ କୁହନ୍ତି ହଳଦୀ ଦାଗ ସହଜରେ ଛାଡେ ନାହିଁ । ତେବେ ଆପଣଙ୍କ ହାଣ୍ଡିଶାଳରେ ଏହି ଅଛି ଏହାର ଉପାୟ । ଘରେ ଥିବା ସାମଗ୍ରୀରୁ ଘରୋଇ ଉପାୟରେ ଡ୍ରେସରୁ ଦାଗ ଛଡାଇ ପାରିବେ ।

ଲେମ୍ବୁ ଆଉ ଲୁଣ:

ଯଦି ଆପଣଙ୍କ ଡ୍ରେସରେ ହଳଦୀ ଦାଗ ତାଜା ଅଛି । ତାହାଲେ ଲେମ୍ବୁ ଆଉ ଲୁଣ ବ୍ୟବହାର କରି ଏହି ଦାଗ ଛଡାଇ ପାରିବେ । କେମିତି କରିବେ ? ପ୍ରଥମେ ଦାଗ ଉପରେ ଲେମ୍ବୁ ଚିପୁଡି ଦିଅନ୍ତୁ । ତା ପରେ ସେଠାରେ ଲୁଣ ପକାଇ ଘଷି ଦିଅନ୍ତୁ । ଆଉ 15 ମିନିଟ ପାଇଁ ଛାଡି ଦିଅନ୍ତୁ । ଏହା ପରେ ଡ୍ରେସକୁ ଧୋଇ ଶୁଖାଇ ଦିଅନ୍ତୁ । ଦେଖିବେ ଦାଗ ଛାଡି ଯାଇଥିବ ।

Stains on clothes
  • ଲେମ୍ବୁ ଆଉ ଲୁଣ ବ୍ୟବହାରରେ ଡ୍ରେସରୁ ଚା' ଆଉ ଝାଳ ଦାଗ ବି ହଟାଇ ପାରିବେ
  • ଦାଗ ଲାଗିଥିବା ସ୍ଥାନରେ ପ୍ରଥମେ ଲୁଣ ପକାଇ ଏହାପରେ ଲେମ୍ବୁରେ ଘଷି ଦିଅନ୍ତୁ
  • ଏହାପରେ ଡ୍ରେସକୁ ଡିଟରଜେଣ୍ଟ ପାଉଡରରେ ଧୋଇ ଦିଅନ୍ତୁ ।
  • ଏହା କରିବା ଦ୍ବାରା ଦାଗ ସହଜରେ ଲିଭିଯାଏ ।

ବେକିଂ ସୋଡା:

ଏମିତି କିଛି ଦାଗ ଥାଏ । କିଛି ବି କଲେ ତାହା ଛାଡେନି । ତେବେ ବେକିଂ ସୋଡା ସାହାଯ୍ୟରେ ଆପଣ ଏହି ଦାଗକୁ ହଟାଇ ପାରିବେ । ପ୍ରଥମେ ବେକିଂ ସୋଡା ସହ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେହି ପେଷ୍ଟକୁ ଦାଗ ଲାଗିଥିବା ସ୍ଥାନରେ ଲଗାନ୍ତୁ । ଏହା ପରେ 20 ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ପେଷ୍ଟ ଶୁଖିଗଲା ପରେ । ହାତରେ ଘଷି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

ହ୍ୟାଣ୍ଡ ସାନିଟାଇଜର:

ହ୍ୟାଣ୍ଡ ସାନିଟାଇଜର କପଡାରେ ଲାଗିଥିବା ଦାଗ ହଟାଇବା ପରେ ଲାଭଦାୟକ ହୋଇପାରେ । ବିଶେଷ କରି ଯଦି ଆପଣଙ୍କ କପଡାରେ ଇଙ୍କ୍ ଦାଗ ଲାଗିଥାଏ । ରକ୍ତ, ହଳଦୀ ଭଳି ଯଦି ଦାଗ ଲାଗିଯାଏ । ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରି ଏସବୁ ଦାଗ ହଟାଇ ପାରିବେ । କାରଣ ଏଥିରେ ଥିବା ଆଲକୋହଲ ଦାଗ ହଟାଇବାରେ ସାହାଯ୍ୟ କରେ । ହଳଦୀ ଦାଗ ଯଦି ଅଛି, ହ୍ୟାଣ୍ଡ ସାନିଟାଇଜର ଲଗାଇ 5ରୁ 10 ମିନିଟ ଛାଡି ଦିଅନ୍ତୁ । ଏହା ପରେ ଏହାକୁ ଘଷନ୍ତୁ । ଏହା ପରେ ସାବୁନରେ କପଡାକୁ ସଫା କରିଦିଅନ୍ତୁ । ଦେଖିବେ କପଡାରୁ ଦାଗ ହଟିଯିବ ।

ଟୁଥପେଷ୍ଟ ବ୍ୟବହାର:

ଧଳା ଟୁଥପେଷ୍ଟ ମଧ୍ୟ ବ୍ୟବହାର କରି କପଡାରୁ ଦାଗ ଛଡାଇ ପାରିବେ । ପେଷ୍ଟକୁ ଦାଗ ଲାଗିଥିବା ସ୍ଥାନରେ ଲଗାନ୍ତୁ । ଏହା ପରେ 15 ମିନିଟ ପର୍ଯ୍ୟନ୍ତ ଶୁଖିବାକୁ ଛାଡି ଦିଅନ୍ତୁ । ଏହା ପରେ ଓଦା କପଡାରେ ଏହାକୁ ପୋଛି ଦିଅନ୍ତୁ । ଟୁଥପେଷ୍ଟ କପଡାରେ ଲାଗିଥିବା ଦାଗକୁ ହାଲକା କରିଦିଏ । ଫଳରେ ସହଜରେ ଦାଗ ଛାଡିଯାଏ ।

Disclaimer: ଏହା କେବଳ ସାଧାରଣ ସୂଚନା ପାଇଁ ଦିଆଯାଇଥିବା ତଥ୍ୟ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+