ପ୍ରତିଦିନ ତିନୋଟି ଅଖ୍ରୋଟ୍ ଖାଆନ୍ତୁ: ପାଖ ମାଡ଼ିବନି ଏହି ରୋଗ
ଆଜିର ଜୀବନଶୈଳୀ ମଣିଷକୁ ଧୀରେ ଧୀରେ ରୋଗାକ୍ରାନ୍ତ କରିବାରେ ଲାଗିଛି। ଫଳରେ ପିଲାଠୁ ବୁଢ଼ା ବିଭିନ୍ନ ରୋଗରେ ଶିକାର ହେଛନ୍ତି। ତେବେ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେଉଁ ବ୍ୟକ୍ତି ଅଖ୍ରୋଟ ଖାଆନ୍ତି ସେମାନଙ୍କୁ ଟାଇପ୍-୨ ମଧୁମେହ ହେବାର ଆଶଙ୍କା କମ୍ ରହିଥାଏ। ଲସ୍ ଏଞ୍ଜେଲସ୍ର କାଲିଫୋର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଅନୁସାରେ, ପ୍ରତିଦିନ ତିନୋଟି ଅଖ୍ରୋଟ୍ ଖାଇବା ଦ୍ୱାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା ୪୭ ପ୍ରତିଶତ କମ୍ ହୋଇଥାଏ।

ଏକ ପତ୍ରିକାରେ ଏହି ଗବେଷଣା ପ୍ରକାଶ ପାଇଛି। ଯେଉଁଥିରେ ଆମେରିକା ଲୋକଙ୍କ ମତାମତ ନିଆଯାଇଥିଲା। ଏହି ଗବେଷଣା ୧୮ରୁ ୮୫ ବର୍ଷ ବୟସର ଲୋକଙ୍କ ମଧ୍ୟରେ କରାଯାଇଥିଲା। ତେବେ ଏହି ଗବେଷଣାରେ ଜଡ଼ିତ ଥିବା ଜଣେ ଗବେଷକ ଲେନେରେ ଅରାବ କହିଛନ୍ତି,"ମଧୁମେହ ଆଶଙ୍କାକୁ କମ୍ କରିବା ପାଇଁ ଏହି ଗବେଷଣାରେ ଖାଦ୍ୟ ଓ ପାନୀୟ ଉପରେ ଅଧକ ଫୋକସ୍ ଦିଆଯାଇଛି। ଅଖ୍ରୋଟ୍ ଖାଇବା ଦ୍ୱାରା ମଧୁମେହ ହେବାର ସମ୍ଭାବନା କମି ଯାଏ।












Click it and Unblock the Notifications