ଲିଭରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ବାସ୍ କରନ୍ତୁ.....
ମାନବ ଶରୀରର ଏକ ମୂଲ୍ୟବାନ ଅଙ୍ଗ ହେଉଛି ଲିଭର। ଏହି ଅଙ୍ଗ ସ୍ଵୟଂକାର୍ଯ୍ୟକ୍ଷମ ହୋଇପାରେ। ଅର୍ଥାତ୍ ଲିଭରର କିଛି ଅଂଶ ଦାନ କରିଦେଲେ ମଧ୍ୟ ଏହା ପୁଣି ଠିକ୍ ହୋଇଯାଇଥାଏ, ପୁର୍ବ ଆକାର ନେଇ ଯାଇଥାଏ । କିନ୍ତୁ ବର୍ତମାନର ଖରାପ ଖାଦ୍ୟପେୟ ଲିଭରକୁ ମଧ୍ୟ ନଷ୍ଟ କରି ଦେଉଛି। ଅନେକ ଲୋକ ଲିଭର୍ ସିରୋସିସ ଭଳି ରୋଗର ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ତେଣୁ ଏହାକୁ ସୁସ୍ଥ ରଖିବା ନିହାତି ଜରୁରୀ। ଖାଦ୍ୟପେୟରେ କି କି ପରିବର୍ତନ ଆଣି ଲିଭରକୁ ସୁସ୍ଥ ରଖିପାରିବେ, ଜାଣନ୍ତୁ...

ଯକୃତକୁ ସୁସ୍ଥ ରଖିବା ପାଇଁ କଣ କରିବା ଉଚିତ୍ ?
ଫାଇବରରେ ଭରପୂର ଖାଦ୍ୟ ଖାଆନ୍ତୁ- ଯକୃତକୁ ସୁସ୍ମ ରଖିବା ପାଇଁ ଫାଇବରରେ ଭରପୂର ଥିବା ଖାଦ୍ୟ ଖାଆନ୍ତୁ । ଉଚ୍ଚ ଫାଇବର ଥିବା ଖାଦ୍ୟ ପେଟକୁ ସୁସ୍ଥ ରଖେ ଏବଂ ଓଜନ ହ୍ରାସ କରେ। ଏଥିପାଇଁ ନିୟମିତ ସାଲାଡ୍ ଖାଆନ୍ତୁ । ସାଲାଡ୍ ଖାଇବା ଦ୍ଵାରା ଶରୀର ଡିଟଵିଫାଏ ହୋଇଥାଏ ଏବଂ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ନିଷ୍କାସିତ ହୋଇଯାଏ।
କମ୍ ତେଲ ଓ ମସଲା ଖାଆନ୍ତୁ- ଅଧିକ ତେଲ ଏବଂ ମସଲାଯୁକ୍ତ ଖାଦ୍ୟ ଯକୃତ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ତେଣୁ, ପ୍ରତିଦିନ ତେଲ କମ୍ ଓ ସନ୍ତୁଳା ଖାଦ୍ୟ ଖାଆନ୍ତୁ। ଯଥା ସମ୍ଭବ କମ୍ ତେଲରେ ରୋଷେଇ ପନିପରିବା ଗ୍ରହଣ କରନ୍ତୁ।
୮ ଗ୍ଲାସ୍ ପାଣି ପିଅନ୍ତୁ- ଯକୃତର ସଠିକ୍ କାର୍ଯ୍ୟ ପାଇଁ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଜଳ ନିହାତି ଆବଶ୍ୟକ। ତେଣୁ ଦିନକୁ ଅତି କମରେ ୮- ୧୦ ଗ୍ଲାସ୍ ପାଣି ପିଇବା ଜରୁରୀ । ଏହା ସ୍ଵାଭାବିକ ଭାବରେ ଶରୀରକୁ ଡିଟକ୍ସିଫଏ କରିଥାଏ ଏବଂ ଖରାପ ପଦାର୍ଥକୁ ନିଷ୍କାସିତ କରି ଯକୃତକୁ ସୁସ୍ଥ ରଖିଥାଏ।
ବ୍ୟାୟାମ ଗୁରୁତ୍ବପୂର୍ଣ- ଯକୃତ ହେଉ କିମ୍ବା ଅନ୍ୟ କୌଣସି ଅଙ୍ଗ, ଚର୍ବି ହେଉଛି ସବୁଠାରୁ ବଡ ଶତ୍ରୁ । ଏଥିପାଇଁ ପ୍ରତିଦିନ କିଛି ଶାରୀରିକ କାର୍ଯ୍ୟକଳାପ କରନ୍ତୁ, ଯାହା ଫଳରେ ଶରୀରରୁ ଚର୍ବି ଜମାଟ ବାନ୍ଧିବ ନାହିଁ ।
କୋଲ୍ଡ ଡ୍ରିଙ୍କ୍ସ ଏବଂ ମଦ୍ୟପାନରୁ ଦୂରରେ ରୁହନ୍ତୁ-
ଯଦି ଯକୃତକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ଅଧିକ ଚିନିଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ବଜାରରେ ଉପଲବ୍ଧ ପ୍ୟାକେଜ୍ କ୍ଲସ୍ ଏବଂ ମୃଦୁ ପାନୀୟ ପିଅନ୍ତୁ ନାହିଁ । ମଦ୍ୟପାନ ଯକୃତର ଶତ୍ରୁ, ତେଣୁ ସର୍ବପ୍ରଥମେ ମଦ୍ୟପାନ ଅଭ୍ୟାସକୁ ଦୂରାନ୍ତୁ।












Click it and Unblock the Notifications