ସାବଧାନ! ଫଳ ବି ହୋଇପାରେ.....

ସକାଳ ହେଲା ମାତ୍ରେ ସମସ୍ତେ ଅଫିସ୍‌, ସ୍କୁଲ ଓ ଟ୍ୟୁସନ୍‌ ଯିବା ପାଇଁ ବ୍ୟସ୍ତ ରୁହନ୍ତି। ଏହି ଧାଁଦୌଡ଼ ମଧ୍ୟରେ ଆମେ ସକାଳର ଜଳଖିଆ ପାଇଁ ସମୟ ବାହାର କରି ନ ପାରି ଫଳ ଖାଇବାକୁ ବେଶ୍ ପସନ୍ଦ କରୁ। ସାଧାରଣତଃ ଫଳ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବାରୁ ଏହାକୁ ଆମେ ସହଜରେ ହଜମ କରିପାରୁ। ତେବେ ଆମେ ସବୁବେଳେ ଫଳ ଖାଇବା ସମୟରେ ଧ୍ୟାନ ଦେବା ଦରକାର। କାରଣ କିଛି ଫଳ ସହିତ କିଛି ଫଳରେ ପଡ଼େ ନାହିଁ। ଅର୍ଥାତ ଏଭଳି ଫଳଗୁଡ଼ିକୁ ମିଶାଇ ଖାଇଲେ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ। ଆସନ୍ତୁ ଜାଣିବା କେଉଁ ଫଳ ସହ କଣ ଖାଇବା ଆବଶ୍ୟକ।

ସାଧାରଣତଃ ଆମେ ଖରାଦିନେ ତରଭୂଜ ଖାଇବାକୁ ଭଲ ପାଇଥାଉ। ଏଥିରେ ଜଳୀୟ ଅଂଶ ମାତ୍ରା ଅଧିକ ରହିଥାଏ। ଖରାଦିନେ ଯେତେ ସବୁ ଫଳ ରହିଛି ସମସ୍ତଙ୍କ ତୁଳନାରେ ଖୁବ୍‌ଶୀଘ୍ର ଏହା ହଜମ କରି ଦେଇଥାଏ। ଯଦି ତରଭୂଜ ସହିତ ଅନ୍ୟ କିଛି ଫଳ ମିଶାଇ ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇନଥାଏ।

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପାଚନ କ୍ରିୟା ଠିକ୍‌ ସେ କାର୍ଯ୍ୟ କରୁ ତେବେ ଏସିଡିକ୍‌ ଓ ସବ୍‌ ଏସିଡିକ୍‌ ଫଳ ଏକାସଙ୍ଗରେ ଖାଆନ୍ତୁ ନାହିଁ। ଅଙ୍ଗୁର ଓ ଷ୍ଟ୍ରବେରୀ ଏସିଡିକ୍‌ ଫଳ ହୋଇଥିବା ବେଳେ ସବ୍‌ ଏସିଡିକ୍‌ ଫଳ ହେଉଛି ସେଓ,ଡାଳିମ୍ୱ ଓ କଦଳୀ ।

some side effects of eating fruits

ମୁଣ୍ଡ ବ୍ୟଥା ଓ ଗ୍ୟାସ୍‌ଷ୍ଟିକ୍ ପରି ରୋଗରୁ ନିଜକୁ ଦୂରେଇ ରଖିବାକୁ ଚାହିଁଛନ୍ତି ତେବେ ପିଜୁଳି ସହିତ କଦଳୀ ଖାଇବା ଉଚିତ୍‌ ନୁହଁ। ଆମେ ଯେତେବେଳେ ଫଳ କିମ୍ୱା ସବୁଜ ପନିପରିବା ଖାଇଥାଉ ତାର ପାଚନ କ୍ରିୟା ମଧ୍ୟ ଭିନ୍ନ ହୋଇଥାଏ। କିଛି ନ୍ୟୁଟ୍ରିସିଆନ୍‌ଙ୍କ ମତରେ ଫଳ ଖାଇବା ସଙ୍ଗେସଙ୍ଗେ ଏହା ପେଟରେ ପହଞ୍ଚି ଆଶିଂକ ଭାବେ ହଜମ ହୋଇଥାଏ।

ଫଳରେ ପରିବା ତୁଳନାରେ ଅଧିକ ସୁଗାର ରହିଥାଏ। ଯାହାଦ୍ୱାରା ପାଚନ କ୍ରିୟା ସମୟରେ ଜଟିଳ ହୋଇଥାଏ। ଏକାଥରକେ ଆମେ ୪ରୁ ୬ଟି ଫଳ ଅଧିକ ଖାଇବା ଅନୁଚିତ। ଯଦି ଆପଣ ଲୁଣ ଖାଇବାର ମାତ୍ରା ଅଧିକ କରିଛନ୍ତି ପାନୀୟ ଯୁକ୍ତ ଫଳ ଖାଆନ୍ତୁ। ସେହିପରି ଯେଉଁ ଦିନ ଅଧିକ କାର୍ବହାଇଡ୍ରେଡ୍‌ ଯୁକ୍ତ ଖାଦ୍ୟ ଖାଇଛନ୍ତି ସକାଳେ ଏକ ସେଓ ଖାଇବାକୁ ଭୁଲନ୍ତୁ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+