ଆପଣ ଚା’କୁ ଏଭଳି କରି ପିଉଛନ୍ତି କି? ହୋଇପାରେ...
ଚା' ପିଇବାକୁ କିଏ ଭଲ ନ ପାଏ? ସକାଳୁ ବିଛଣାରୁ ଉଠିଲେ ଚା' ପିଇବାର ଅଭ୍ୟାସ ପ୍ରାୟ ସମସ୍ତଙ୍କର ଥାଏ। ଚା' ପିଇବା ପରେ ବିଛଣା ଛାଡ଼ନ୍ତି ଓ ଅନ୍ୟ କାମ କରନ୍ତି। କିନ୍ତୁ କିଛି ଲୋକଙ୍କର ଏକ ଖରାପ ଅଭ୍ୟାସ ରହିଛି। ସେମାନେ ଏକ ସଙ୍ଗେ ବହୁତ ଚା କରି ଦିଅନ୍ତି ଓ ତାକୁ ବାରମ୍ବାର ଗରମ କରି ଦିନ ସାରା ପିଅନ୍ତି ।
ଯଦି ଆପଣ ବି ସେମାନଙ୍କ ମଧ୍ୟରୁ ଜଣେ, ତା'ହେଲେ ଏବେଠୁ ହୋଇଯାଆନ୍ତୁ ସାବଧାନ। କାରଣ ଚାକୁ ବାରମ୍ବାର ଗରମ କଲେ ତାହା ବିଷ ହୋଇଯାଏ। ଏହା ପେଟ ଉପରେ କୁପ୍ରଭାବ ପକାଏ। ପାଚନ ତନ୍ତ୍ରକୁ ଦୁର୍ବଳ କରି ଦିଏ। ଏସିଡିଟି ହୋଇଥାଏ। ଅଫିସରେ କାମ କରିବା ପରେ ମାଇଣ୍ଡଫ୍ରେସ୍ କରିବା ପାଇଁ ପାଖ ଦୋକାନକୁ ଚା' ପିଇବାକୁ ଯାଆନ୍ତି।

ଯଦି ଦୋକାନୀ ଚା' ସଙ୍ଗେ ସଙ୍ଗେ ତିଆରି କରିଦିଏ ତାହାହେଲେ ଠିକ୍ କଥା। ଯଦି ଥର୍ମଫ୍ଲାସ୍ରେ ଥିବା ଚା' ଦିଏ ତାହାହେଲେ ଆପଣ ତାକୁ ପିଅନ୍ତୁ ନାହିଁ। ଆପଣଙ୍କୁ ଜଣା ନ ଥିବା ସେ ଚା' କେତେ ସମୟରୁ ତିଆରି କରି ରଖିଛି ଓ କେତେ ଥର ଗରମ କରି ସାରିଛି। ବ୍ଲାକ୍ ଟି' ଶରୀର ପ୍ରତି କିଛି ମାତ୍ରାରେ ହିତକର ହୋଇଥାଏ। କିନ୍ତୁ କ୍ଷୀର ଚା କ୍ଷତିକାରକ ହୋଇଥାଏ। କ୍ଷୀର ପକାଇ ଦେଲେ ଚା'ରେଥିବା ଆଣ୍ଟିଅକସାଇଡ୍ ନଷ୍ଟ ହୋଇଯାଇଥାଏ। ଫଳରେ ଶରୀରରେ ରୋଗପ୍ରତିରୋଧ କ୍ଷମତା କମି ଯାଏ। ଶୀରର ଦୁର୍ବଳ ଲାଗେ।












Click it and Unblock the Notifications