ପ୍ରତ୍ୟେକ ଦିନ ଖାଆନ୍ତୁ ଖଜୁରୀ, ଦୂର ହେବ.....
ଶୀତ ଦିନେ ଖଜୁରୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ପାଟି ସୁଆଦ ପାଇଁ ଆମେ ଏହାକୁ ଖାଉଥିଲେ ବି ଏହା ଯେ ଦେହପାଇଁ ଅତ୍ୟନ୍ତ ଲାଭକାରୀ ତାହା ସମ୍ଭବତଃ ପାଠକେ ଜାଣି ନ ଥିବେ। ତେବେ ଆସନ୍ତୁ ଜାଣିବା ଖଜୁରୀରେ ଏମିତି କ'ଣ ଅଛି ଯାହା ଆମକୁ ସୁସ୍ଥ ରେଖେ।
- ଖଜୁରୀରେ ଭିଟାମିନ୍, ମିନେରାଲ୍ସ, କ୍ୟାଲ୍ସିୟମ୍ ଓ ଆଇରନ୍ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି ଯାହା ଜଣେ ସୁସ୍ଥ ମଣିଷ ପାଇଁ ନିହାତି ଆବଶ୍ୟକ।
- ପୋଷକ ତତ୍ତ୍ୱରେ ଭରପୂର ରହିଛି ଖଜୁରୀ। ଏହାକୁ ଖାଇଲେ ଶରୀରକୁ ଶକ୍ତି ମଳିଥାଏ। କ୍ଲାନ୍ତି ଅନୁଭବ କରୁଥିଲେ ଖଜୁରୀ ଖାଇବା ମଧ୍ୟ ଭାରି ଲାଭଦାୟକ। ଏଥିରେ ଥିବା ଭିଟାମିନ୍ 'ସି' ଏବଂ 'ଡି'ର ଗୁଣ ତ୍ୱଚା ସମ୍ୱନ୍ଧୀୟ ସମସ୍ୟା ଦୂର କରିଥାଏ। ନିୟମିତ ଖଜୁରୀ ସେବନ ଦ୍ୱାରା ମୁହଁରେ ଭାଙ୍ଗ ପଡ଼ି ନ ଥାଏ ଏବଂ ମୁହଁ ବେଳକୁ ବେଳ ଉଜ୍ୱଳ ଦିସେ ।

- କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା ଭୋଗୁଥିଲେ ଖଜୁରୀ ସେବନ ଲାଭପ୍ରଦ। ଏଥିରେ ଥିବା ଫାଇବର କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରି ପେଟ ସଫା କରିଥାଏ। ଖଜୁରୀ ଖାଇଲେ ଭୋକ କମ୍ ଲାଗିଥାଏ ଓ ଓଜନ ନିୟନ୍ତ୍ରଣରେ ରହିଥାଏ। ଆଉ ସବୁବେଳେ ଆପଣ ଏହାକୁ ଖାଇ ନିଜକୁ ଫିଟ୍ ଅନୁଭବ କରିପାରିବେ।












Click it and Unblock the Notifications