Get Updates
Get notified of breaking news, exclusive insights, and must-see stories!

ମଧୁମେହଙ୍କ ରୋଗୀଙ୍କ ପାଇଁ ରାମବାଣ ଜାମୁକୋଳି !

ଆଉ କିଛିଦିନ ପରେ ଆସିବାକୁ ଯାଉଛି ବ୍ଲୁବେରି ବା ଜାମୁକୋଳିର ସିଜିନ୍ । ରାସ୍ତା-ଘାଟ, ବଣ-ଜଙ୍ଗଲ ଏବଂ ଘରବାଡିରେ ଏହି ଫଳର ସୁନ୍ଦର ସୌରଭ ଦେଖିବାକୁ ମିଳିବ । ଜାଣନ୍ତି କି ଏହି ଫଳରେ ଅନେକ ରୋଗ ଉପଶମକାରୀ ଗୁଣ ଭରି ରହିଛି ? ଆଜ୍ଞା ହଁ, ଫଳ ଯେତିକି ସ୍ୱାଦିଷ୍ଟ ତା'ଠୁ ଅଧିକ ଔଷଧୀୟ ଗୁଣରେ ଭରା । ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଶରୀରର ବିଭିନ୍ନ କାର୍ଯ୍ୟ ପାଇଁ ଆବଶ୍ୟକ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥିବାରୁ ଏହା ଶରୀରର ଅନେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ତେବେ ଏହା କେଉଁ ପ୍ରକାରରେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, ଜାଣନ୍ତୁ...

ଏହି ଫଳ ଖାଇବାର ଅନେକ ଲାଭ ଅଛି । ଏହି ଫଳ ଓଜନ ହ୍ରାସ ସାଙ୍ଗକୁ ହୃଦୟ ସ୍ବାସ୍ଥ୍ୟ ସମସ୍ୟା ଦୂର କରେ ଏବଂ ଏଥିରେ ସାଲିସିଲିକ୍ ଏସିଡ୍ ନାମକ ଏକ ଉପାଦାନଥିବାରୁ, ଏହା ପିମ୍ପଲ୍ ଏବଂ ବ୍ରଣ ଭଳି ସମସ୍ୟାକୁ ଦୂରେଇ ରଖିଥାଏ । ନିମ୍ନରେ ଏ ବାବଦରେ ଅଧିକ ଆଲୋଚନା କରାଯାଇଛି ।

ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟକାରୀ: ଅନେକ ଅଧ୍ୟୟନ ଦାବି କରିଛି ଯେ, ବ୍ଲୁବେରି ଖାଇବା ଦ୍ୱାରା ନିମ୍ନ ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ହୃଦରୋଗ ହେବାର ଆଶଙ୍କା କମିଯାଏ । ଯଦି ଏହି ଫଳକୁ ପ୍ରତିଦିନ ସୀମିତ ପରିମାଣରେ ଖାଆନ୍ତି, ତେବେ ଏହା ରକ୍ତ ନଳୀକୁ ଆରାମ ଦେଇ ପ୍ରଦାହକୁ ହ୍ରାସ କରେ । ଯାହାଫଳରେ ହୃଦଘାତ ଆଶଙ୍କା ବହୁ ମାତ୍ରାରେ ଦୂର ହୋଇପାରେ ।

ମସ୍ତିଷ୍କ କାର୍ଯ୍ୟକୁ ବୃଦ୍ଧିକରେ: ବ୍ଲୁବେରି ଫଳଗୁଡ଼ିକ ଫ୍ଲାଭୋନାଏଡରେ ଭରପୂର । ଫ୍ଲାଭୋନାଏଡ୍ ହେଉଛି ଆଣ୍ଟିଅକ୍ସିଡାଣ୍ଟର ଏକ ଗୋଷ୍ଠୀ ଯାହାକି ଜ୍ଞାନଗତ କାର୍ଯ୍ୟରେ ଉନ୍ନତି ଆଣିବା ଏବଂ ମସ୍ତିଷ୍କ କୋଷ ଗୁଡ଼ିକୁ କ୍ଷତିରୁ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ । କେତେକ ଅଧ୍ୟୟନରୁ ଜଣାପଡିଛି ଯେ, ବ୍ଲୁବେରି ଖାଇବା ଦ୍ୱାରା ସ୍ମୃତି ଶକ୍ତି ବୃଦ୍ଧିପାଏ ।

Blueberries

ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ: ଶରୀରରେ କ୍ରନିକ୍ ପ୍ରଦାହ, ମଧୁମେହ, କର୍କଟ ଏବଂ ହୃଦରୋଗ ଭଳି ଅନେକ ରୋଗର ଆଶଙ୍କା ବଢାଇବା ପାଇଁ ଦାୟୀ । ବ୍ଲୁବେରି ଆଣ୍ଟୋସିୟାନିନରେ ଭରପୂର । ଏହା ଏକ ପ୍ରକାର ଫ୍ଲାଭୋନାଏଡ୍, ଯାହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି । ତେଣୁ ବ୍ଲୁବେରି ଖାଇବା ଦ୍ୱାରା ପ୍ରଦାହ କମିଯାଏ ଏବଂ କ୍ରନିକ ରୋଗରୁ ରକ୍ଷା ମିଳିଥାଏ ।

ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟକାରୀ: ବ୍ଲୁବେରିରେ କ୍ୟାଲୋରୀ ପରିମାଣ କମ୍ ଏବଂ ଫାଇବରର ପରିମାଣ ଅଧିକ । ଓଜନ ନିୟନ୍ତ୍ରଣରେ ରଖିବାରେ ଏହି ଫଳ ଗୁଡ଼ିକ ବହୁତ ସାହାଯ୍ୟ କରିଥାଏ ।

ଜାମୁ କୋଳି ଖାଇବା ଦ୍ବାରା ହଜମ କରିବା ଶକ୍ତି ବଢିଥାଏ । ପେଟ ଜନିତ ସମସ୍ତ ରୋଗ ଭଲ ହୋଇଥାଏ । ମଧୁମେହ ରୋଗୀଙ୍କ ପାଇଁ ଜାମୁ କୋଳି ଅତ୍ୟନ୍ତ ହିତକରକ । ଏଥି ସହ ଆପଣମାନେ ଜାଣିଛନ୍ତି କି? ଏହି କୋଳିର ମଞ୍ଜୀକୁ ଶୁଖାଇ ଗୁଣ୍ଡ କରି ଖାଇବା ଦ୍ବାରା ଶରୀରର ସୁଗାର୍ କମିଥାଏ ।

ଯଦି ପେଟରେ କୌଣସି ସମସ୍ୟା ହୋଇଥାଏ, ଜାମୁକୋଳି ଖାଇବା ଦ୍ବାରା ରୋଗରୁ ମୁକ୍ତି ମିଳିଥାଏ । ଜାମୁକୋଳି ମଞ୍ଜୀର ଗୁଣ୍ଡକୁ ଦହି କିମ୍ବା ପାଣିରେ ମିଶାଇ ପିଇବା ଦ୍ବାରା ଏହି ରୋଗରୁ ଉପସମ ମଧ୍ୟ ମିଳିଥାଏ । ଭିନେଗାରରେ ଜାମୁ କୋଳିକୁ ଭିଜାଇ ପ୍ରତିଦିନ ସକାଳ ଓ ସଞ୍ଜରେ ଖାଇବା ଦ୍ବାରା ପିତ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+