ଏହି ବ୍ୟକ୍ତି ମାନଙ୍କୁ କଞ୍ଚା ରସୁଣ ଖାଇବା ମନା, ବିଗିଡିପାରେ ସ୍ୱାସ୍ଥ୍ୟ
Side Effect Of Garlic: ରସୁଣ ନିଜର ଆୟୁର୍ବେଦିକ ଗୁଣ ପାଇଁ ଜଣାଶୁଣା ଏହା ସ୍ୱାସ୍ଥ୍ୟ ପକ୍ଷେ ଏକ ବରଦାନ କହିଲେ ଅତୃକ୍ତି ହେବ ନାହିଁ । ରସୁଣରୁ ଏଲିସିନ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇଟୋକେମିକାଲ୍ ଭଳି ଉପାଦାନ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କିଛି ଲୋକଙ୍କୁ କଞ୍ଚା ରସୁଣ ଖାଇବା ପାଇଁ ବାରଣ କରାଯାଏ କାରଣ ଏହା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ତେବେ ଚାଲନ୍ତୁ ଜାଣିବା କଞ୍ଚା ରସୁଣ ଖାଇବା ଉଚିତ୍ ନା ନାହିଁ ।
ଗର୍ଭବତୀ ମହିଳା

ଗର୍ଭବତୀ ମହିଳା ମାନେ କଞ୍ଚା ରସୁଣ ଖାଇବା ଅନୁଚିତ୍ । ଏହା ଗର୍ଭାଶୟକୁ ଉତ୍ତେଜିତ କରିପାରେ ଯାହା ଦ୍ୱାରା ମା'କୁ ଯନ୍ତ୍ରଣା ଦେଇପାରେ । ଏହା ଗର୍ଭବତୀ ମହିଳାମାନଙ୍କର ହଜମ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରେ, ତେଣୁ ଯଦି କୌଣସି ମହିଳାଙ୍କର ପେଟରେ ସମସ୍ୟା ଥାଏ, ତେବେ କଞ୍ଚା ରସୁଣ ଖାଇବା ଉଚିତ୍ ନୁହେଁ ।
ଛୋଟ ପିଲାଙ୍କୁ ଦିଅନ୍ତୁ ନାହିଁ କଞ୍ଚା ରସୁଣ
କଞ୍ଚା ରସୁଣ ପିଲାମାନଙ୍କର ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ । କଞ୍ଚା ରସୁଣର ତିକ୍ତ ସ୍ବାଦ ଏବଂ ଏଥିରେ ବହୁ ପରିମାଣର ଉଚ୍ଚ ଧାତୁ ଅଛି ଯେପରିକି ଆଲିସିନ୍, ଯାହାକୁ ଛୋଟ ପିଲାମାନେ ସହଜରେ ହଜମ କରିପାରନ୍ତି ନାହିଁ କାରଣ ଛୋଟ ପିଲାମାନଙ୍କର ହଜମ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇନଥାଏ । ଏପରି ସ୍ଥିତିରେ କଞ୍ଚା ରସୁଣ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦେଖାଦେଇପାରେ, ଯେପରିକି ବାନ୍ତି,ପେଟ ଯନ୍ତ୍ରଣା ଏବଂ ଏସିଡିଟି ।
ପେଟ ସମସ୍ୟା
କଞ୍ଚା ରସୁଣ ପେଟ ଗରମ କରିଥାଏ । ଅତ୍ୟଧିକ ଖାଇବା ଦ୍ୱାରା ପେଟ ସମସ୍ୟା ଦେଖାଦେଇଥାଏ । ଏହା ପେଟରେ ଅଧିକ ଅମ୍ଳତା ସୃଷ୍ଟି କରିଥାଏ ଏବଂ ବିଭିନ୍ନ ପ୍ରକାର ପେଟ ସମସ୍ୟା ସୃଷ୍ଟି ହୋଇଥାଏ ।
ଅସ୍ତ୍ରୋପଚାର ପୂର୍ବରୁ
କଞ୍ଚା ରସୁଣ ଖାଇବା ଦ୍ୱାରା ରକ୍ତ ପତଳା ହୋଇଥାଏ । ତେବେ କୌଣସି ଅସ୍ତ୍ରୋପଚାର ପୂର୍ବରୁ କଞ୍ଚା ରସୁଣ ଖାଇବା ଉଚିତ୍ ନୁହେଁ ।












Click it and Unblock the Notifications