ସ୍ୱପ୍ନରେ ସାପ ଦେଖୁଛନ୍ତି କି ? ଜାଣନ୍ତୁ କ'ଣ ହୋଇପାରେ ଫଳ
ଆମେ ଶୋଇଥିବା ବେଳେ ସ୍ୱପ୍ନରେ ଅନେକ ଭାବନା ଆସିଥାଏ । ଏହାକୁ ଆମେ ସ୍ୱପ୍ନ କହିଥାନ୍ତି । ଏମିତି କିଛି ସ୍ୱପ୍ନ ଆମକୁ ଖୁସି କରିଥାଏ ତ ଆଉ କେତେକ ସ୍ୱପ୍ନ ଆମକୁ ବିଚଳିତ କରିଦେଇଥାଏ । ଅନେକ ଥର ଆମେ ସ୍ୱପ୍ନରେ ଦୁଃର୍ଘଟଣା କିମ୍ବା ଅଶୁଭ ଘଟଣା ମଧ୍ୟ ଆସିଥାଏ । ଏହାକୁ ନେଇ ଆମେ ଚିନ୍ତିତ ହୋଇପଡ଼ନ୍ତି ।
ତେବେ ଆପଣ କେବେ ସ୍ୱପ୍ନରେ ସାପ ଦେଖିଛନ୍ତି କି ? ସ୍ୱପ୍ନରେ କଣ ଦେଖିଲେ କଣ ସଙ୍କେତ ଦିଏ ତାକୁ ନେଇ ଆମ ସମାଜରେ କେତେକ ଲୋକକଥା ରହିଛି । ତେବେ ସ୍ୱପ୍ନରେ ସାପ ଦେଖିବା ଆମକୁ କଣ ସଙ୍କେତ ଦେଇଥାଏ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।
ଶିବ ଶଙ୍କରଙ୍କ ପ୍ରିୟ ମାସ ଶ୍ରାବଣ 22 ଜୁଲାଇରୁ ଆରମ୍ଭ ହେଉଛି । ମହାଦେବଙ୍କ ଭକ୍ତମାନେ ଉତ୍ସାହର ସହିତ ଏହି ମାସକୁ ଅପେକ୍ଷା କରିଥାନ୍ତି । ଏହି ଅବଧିରେ ଶିବଭକ୍ତମାନେ ଶିବାଳୟ ଯିବା ସହ ଜଳ ଅର୍ପଣ କରିଥାନ୍ତି । ଲୋକମାନେ ନିଜ ଘରର ସୁଖ ଏବଂ ଶାନ୍ତି ପାଇଁ ଉପବାସ କରୁଥିବାବେଳେ ଏହି ମାସରେ ସାପମାନଙ୍କୁ ମଧ୍ୟ ପୂଜା କରାଯାଏ ।
ଯଦିଓ ସାପ ବିଷାକ୍ତ ପ୍ରାଣୀ, ତଥାପି ଏହାକୁ ଲୋକମାନେ ଏହାକୁ ପୂଜା କରିଥାନ୍ତି । ଏହାକୁ ଏକ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ । ଯଦି ଶ୍ରାବଣ ମାସରେ ଆପଣ ସ୍ୱପ୍ନରେ ସାପ ଦେଖନ୍ତି ତେବେ ଏହା ଆମକୁ କେତେକ ସଙ୍କେତ ଦେଇଥାଏ ବୋଲି ବିଶ୍ୱାସ ରହିଛି ।

ସାଧାରଣତଃ ଯଦି ଶ୍ରାବଣ ପୂର୍ବରୁ କେହି ସ୍ୱପ୍ନରେ ସାପ ଦେଖନ୍ତି, ତେବେ ଏହା ଶୁଭଙ୍କର ସଙ୍କେତ ଭାବରେ ବିବେଚନା କରାଯାଏ । କିନ୍ତୁ ଆପଣ କେଉଁ ସାପ ସ୍ୱପ୍ନରେ ଦେଖୁଛନ୍ତି, ଏହା କଣ ସଙ୍କେତ ଦେଉଛି ତାହା ଉପରେ ନିର୍ଭର କରିଥାଏ ବୋଲି ମଧ୍ୟ ଲୋକଙ୍କ ବିଶ୍ୱାସ ରହିଛି ।
ବୁଲୁଥିବା ସାପ ଦେଖିଲେ- ଯଦି ଆପଣ ସ୍ୱପ୍ନରେ ସାପ ବୁଲୁଥିବାର ଦେଖନ୍ତି, ତେବେ ବୁଝାଯାଏ ଯେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ବର୍ଷିବ । ଆପଣ କିଛି ବଡ ଆର୍ଥିକ ଲାଭ ପାଇପାରନ୍ତି । ଏପରିକି ପଦୋନ୍ନତି ପାଇବାର ସଙ୍କେତ ବୋଲି ମଧ୍ୟ ବିବେଚନା କରାଯାଏ ।
ସାପ କାମୁଡ଼ିବା- ଯଦି ଆପଣ ସାପ କାମୁଡିବାର ସ୍ୱପ୍ନ ଦେଖନ୍ତି, ତେବେ ଆପଣଙ୍କ ଘରେ କେହି ଅସୁସ୍ଥ ହୋଇପାରନ୍ତି ଏବଂ ଏହା ଆପଣଙ୍କ ସମସ୍ୟାର କାରଣ ହୋଇପାରେ ବୋଲି ବିଶ୍ୱାସ କରାଯାଏ ।
କଳା ନାଗ- ଆପଣ ସ୍ୱପ୍ନରେ କଳା ନାଗ ଦେଖିଲେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ । ଏହା ସମ୍ମାନ, ଖ୍ୟାତି ଏବଂ ପ୍ରଗତିର ସୂଚକ ବୋଲି ବିବେଚନା କରାଯାଏ ।
ଯୁଗଳ ସାପ ଦେଖିଲେ - ଯଦି ଆପଣ ସ୍ୱପ୍ନରେ ଯୋଡ଼ିସାପ ଦେଖନ୍ତି, ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ବୋଲି ବିଶ୍ୱାସ କରାଯାଏ । ଏହା ଆପଣଙ୍କ ଜୀବନରେ ପ୍ରେମ କିମ୍ବା ବିବାହର ସୂଚନା ଦେଇଥାଏ ।
ସାପ ପଛରେ ଦୌଡୁଥିବା ଦେଖିଲେ- ଯଦି ଆପଣ ସ୍ୱପ୍ନରେ ସାପ ପଛରେ ଦୌଡୁଥିବାର ଦେଖନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣ କୌଣସି କାରଣରୁ ଅତ୍ୟଧିକ ଅସୁରକ୍ଷିତ ତଥା କୌଣସି ଜିନିଷକୁ ଭୟ କରୁଛନ୍ତି ଏବଂ ଏଥିରୁ ଆପଣଙ୍କୁ ତୁରନ୍ତ ମୁକ୍ତି ପାଇବାକୁ ହେବ ।
ମୃତ ସାପ - ଏହାର ଅର୍ଥ ହେଉଛି ଶିବ ଆପଣଙ୍କୁ ଆଶୀର୍ବାଦ ଦେଇଛନ୍ତି ଏବଂ ଆପଣଙ୍କର ସମସ୍ତ ସମସ୍ୟା ସମାପ୍ତ ହୋଇଛି ଏବଂ ବର୍ତ୍ତମାନ ଆପଣଙ୍କ ଜୀବନରେ କେବଳ ଶାନ୍ତି ଅଛି ।
କଳା ସାପ- ଏହା ପ୍ରେମ ଏବଂ ଯୌନ ଇଚ୍ଛାର ତୀବ୍ରତାକୁ ଦର୍ଶାଏ ।
ଦାନ୍ତ ଥିବା ସାପ- ଆପଣ ସ୍ୱପ୍ନରେ ଦାନ୍ତ ଥିବା ସାପ ଦେଖିଲେ ଆପଣଙ୍କୁ ସତର୍କ ହେବା ନେଇ ସଙ୍କେତ ମିଳିଥାଏ । ଏହା ସୂଚିତ କରେ ଯେ ଆପଣଙ୍କ ନିକଟବର୍ତ୍ତୀ କେହି ଆପଣଙ୍କୁ ବିଶ୍ୱାସଘାତକତା କରିପାରନ୍ତି ।












Click it and Unblock the Notifications