Smart Phone Charger: ଆପଣ ନକଲି ଫୋନ୍ ଚାର୍ଜର ବ୍ୟବହାର କରୁ ନାହାନ୍ତି ?

ଆଜିକାଲି ଅଧିକାଂଶ ବ୍ୟକ୍ତି ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି । ସବୁବେଳେ ବ୍ୟବହାର କରିବା ଦ୍ୱାରା ଏହା ଡିିସଚାର୍ଜ ହୋଇଥାଏ । କିଛି ବ୍ୟକ୍ତି ନିର୍ଦ୍ଦିଷ୍ଟ ଫୋନ୍ କମ୍ପାନୀ ଦ୍ୱାରା ଦିଆଯାଇଥିବା ଚାର୍ଜର ବ୍ୟବହାର କରୁଥିବା ବେଳେ ଆଉ କିଛି ଅନ୍ୟ ବ୍ରାଣ୍ଡର ଚାର୍ଜର ବ୍ୟବହାର କରିଥାନ୍ତି ।

ଫୋନର ବ୍ୟାଟେରୀ ଲାଇଫକୁ ଦୀର୍ଘାୟୁ କରିବା ପାଇଁ ସବୁବେଳେ କମ୍ପାନୀ ଦ୍ୱାରା ଦିଆଯାଇଥିବା ଚାର୍ଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ । କିନ୍ତୁ ମାର୍କେଟରେ ଦୋକାନୀମାନେ ଅସଲି ପରିବର୍ତ୍ତେ ନକଲି ଚାର୍ଜର ପ୍ୟାକ୍ କରିଦେଉଛନ୍ତି । ଏହା ଭବିଷ୍ୟତରେ ଗ୍ରାହକଙ୍କ ପାଇଁ ସମସ୍ୟା ପାଲଟିଥାଏ । ବତ୍ତର୍ମାନ ପ୍ରଶ୍ନ ଉଠୁଛି କି ଅସଲି ଚାର୍ଜର କିପରି ଚିହ୍ନିବେ ?

Smart Phone Charger

ଏଭଳି ଏକ ଆପ୍ ରହିଛି ଯାହା ଦ୍ୱାରା ଆପଣ ଅସଲି ଓ ନକଲି ଚାର୍ଜର ବିଷୟରେ ସହଜରେ ଜାଣିପାରିବେ । ଏହି ଆପ୍ ହେଉଛି UMANG ଆପ୍ ।

  1. ପ୍ରଥମେ ସ୍ମାର୍ଟଫୋନରେ UMANG ଆପ୍ ଡାଉନଲୋଡ୍ କରନ୍ତୁ । ନୂଆ ୟୁଜର ଥିଲେ ପ୍ରଥମେ ନିଜ ପ୍ରୋଫାଇଲ ତିଆରି କରନ୍ତୁ ।
  2. ହୋମ୍ ସ୍କ୍ରିନରେ BIS Care ସର୍ଚ୍ଚ କରନ୍ତୁ ।
  3. ଏକ ନୂତନ ପେଜ୍ ଖୋଲିବ । ଭେରିଫାଇ R-no under CRS ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
  4. ଏଥିରେ ଚାର୍ଜରର R-no ଟାଇପ୍ କରନ୍ତୁ । ଏହା ଏଡାପ୍ଟରରେ ଲେଖା ହୋଇଥିବ ।
  5. ଏହା ପରେ ନୂତନ ସ୍କ୍ରିନ୍ ଖୋଲିବ ଯେଉଁଠି ଆପଣଙ୍କୁ ଚାର୍ଜରର ଡିଟେଲ୍‌ସ ମିଳିଯିବ । ଏହା ବ୍ୟତୀତ କମ୍ପାନୀର ଫୋନ୍ ପ୍ୟାକେଟରେ ଦିଆଯାଇଥିବା ବାରକୋଡକୁ ସ୍କାନ୍ କରି ମଧ୍ୟ ଚାର୍ଜର ଅସଲି କି ନକଲି ଯାଞ୍ଚ୍ କରିପାରିବେ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+