Skin Care Tips:ଆପଣାନ୍ତୁ ଏହି ଉପାୟ, ସେଲିବ୍ରିଟିଙ୍କ ପରି ଚମକିବ ସ୍କିନ୍

Skin Care Tips:ଏଥର ଆପଣ ବିନା ଟଙ୍କା ଖର୍ଚ୍ଚ କରି ମଧ୍ୟ ସେଲିବ୍ରିଟିଙ୍କ ପରି ଚମକପ୍ରଦ ଏବଂ ସୁସ୍ଥ ତ୍ୱଚା ପାଇପାରିବେ । ସାଧାରଣତଃ ଆମେ ସମସ୍ତେ ସୁନ୍ଦର ତ୍ୱଚା ପାଇବା ପାଇଁ ବିୟୁଟି ପାର୍ଲରରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥାଉ । ଅନେକ କ୍ରିମ୍, ଫେସପ୍ୟାକ୍ ମଧ୍ୟ ବ୍ୟବହାର କରିଥାଉ । ହେଲେ ଆମକୁ ସନ୍ତୋଷ ଜନକ ରେଜଲ୍ଟ ମିଳିପାରେ ନଥାଏ । ଆଜି ଆମେ ଆପଣଙ୍କୁ ଟିପ୍ସ ଦେବୁ ଯାହା ଆପଣଙ୍କ ତ୍ୱଚାର ଚମକକୁ ସୁସ୍ଥ ରଖିବା ସହ ଆପଣଙ୍କ ସ୍କିନ୍ ଗ୍ଲୋ ମଧ୍ୟ କରିବ । ହେଲେ ଆପଣଙ୍କୁ ନିଜ ପ୍ରତ୍ୟେକ ଦିନର ଖାଦ୍ୟରେ କିଛି ପରିବର୍ତ୍ତନ କରିବା ପାଇଁ ପଡିବ ।
ତ୍ୱଚାକୁ ହାଇଡ୍ରେଟ୍ ରଖିବା ପାଇଁ ଚେଷ୍ଟା କରନ୍ତୁ
ଚମକପ୍ରଦ ଚେହେରା ପାଇଁ ସ୍କିନ୍ ହାଇଡ୍ରେଟ୍ ରହିବା ଅତ୍ୟନ୍ତ ଆବଶ୍ୟକ । ଆପଣଙ୍କ ପ୍ରିୟ ସେଲିବ୍ରିଟି ମାନେ ମଧ୍ୟ ନିଜ ତ୍ୱଚାକୁ ହାଇଡ୍ରେଟ୍ ରଖିଥାନ୍ତି । ଏଥିପାଇଁ, ବହୁ ପରିମାଣରେ ପାଣି ପିଇବା ଦ୍ୱାରା ସ୍କିନ୍ ହେଲଦି ରହିଥାଏ । ଦିନକୁ ପ୍ରାୟ ୩ ଲିଟର ପାଣି ପିଇବା ଉଚିତ୍ ସେହିପରି ଅଏଲ୍ ମସାଜ୍, ବଡି ଲୋସନ୍ ଲଗାଇବା ଦ୍ୱାରା ମଧ୍ୟ ଆପଣଙ୍କ ଚେହେରା ଗ୍ଲୋ କରିଥାଏ ।
ଦିନକୁ ୧୫-୨୦ ମିନିଟ୍ ଶୋଇବା
ଆପଣ ନିଶ୍ଚୟ ଶୁଣିଥିବେ ଯେ, ସୁନ୍ଦର ଦେଖାଯିବା ପାଇଁ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥି ପାଇଁ ପ୍ରତିଦିନ ୭ ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ । ସେହିପରି ଦିନ ସମୟରେ ୧୫-୨୦ ମିନିଟ୍ ଶୋଉଛନ୍ତି ତେବେ ତାହାର ବେଶ୍ ଭଲ ପ୍ରଭାବ ଆପଣଙ୍କ ସ୍କିନ୍ ଉପରେ ପଡିଥାଏ । ଯେତେବେଳେ ଆପଣ ଅଧିକ ଥକି ଯାଉଛନ୍ତି ସେତେବେଳେ କିଛି ସମୟ ପାଇଁ ଶୋଇପଡିବା ଉଚିତ୍ ।
ଫଳ ଖାଇବା ଉଚିତ୍
ସାଧାରଣତଃ ଫଳ ଖାଇବା ଦ୍ୱାରା ଶରୀର ସହିତ ତ୍ୱଚା ମଧ୍ୟ ସୁସ୍ଥ ରହିଥାଏ । ଅଁଳା, କଦଳୀ, ଅମୃତଭଣ୍ତା ପରି ଫଳ ଖାଇବା ଦ୍ୱାରା ଆପଣଙ୍କ ତ୍ୱଚା ସଫା ରହିଥାଏ ଏବଂ ପିମ୍ପଲ୍ ମଧ୍ୟ ହୋଇନଥାଏ । ଯଦିଓ ଆପଣ ପ୍ରତିଦିନ କେବଳ ଗୋଟିଏ ଅଁଳା ଖାଉଛନ୍ତି ତେବେ ଏହାର ପ୍ରଭାବ, ଆପଣଙ୍କ ଚର୍ମ ଏବଂ ଆଖି ଉପରେ ପଡିଥାଏ ।
କେଶର ପାଣି
ରାତିରେ ଏକ ଗ୍ଲାସ୍ ପାଣିରେ କିଛି କେଶର ପକାଇ ୬ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ । ପରେ ସକାଳେ ଉଠି ପ୍ରଥମେ ଏହି ପାଣି ପିଅନ୍ତୁ । ଏହି ଜଳ ଆପଣଙ୍କ ତ୍ୱଚା ପାଇଁ ଏକ ଟନିକ୍ ଭାବରେ କାର୍ଯ୍ୟ କରିବ ଏବଂ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବ ।
ୱାକ୍ କରିବା ଉଚିତ୍
ଯଦି ଆପଣ ପ୍ରତିଦିନ ଚାଲୁଛନ୍ତି ବା ୱାକ୍ କରୁଛନ୍ତି ଏହାର ଉତ୍ତମ ପ୍ରଭାବ ଆପଣଙ୍କ ଶରୀର ସହ ତ୍ୱଚାରେ ମଧ୍ୟ ପଡିବ । ଆପଣଙ୍କ ଶରୀରର ରକ୍ତ ସଞ୍ଚାଳନ ସଠିକ୍ ହେବା ସହ ଆପଣଙ୍କୁ ଫ୍ରେସ୍ ଫିଲ୍ ମଧ୍ୟ ହେବ ।
-
Adani Energyର ବଡ଼ ପଦକ୍ଷେପ; ମୁମ୍ବାଇକୁ ମିଳିଲା କ୍ଲିନ୍ ଏନର୍ଜି ବୁଷ୍ଟ, 1000 MW ପାୱାର୍ ଲିଙ୍କ ଚାଲୁ -
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ -
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ସଂଖ୍ୟାର ଭକ୍ତ -
ବକେୟା ବିଲ୍ ଥିଲେ ବି ବିଦ୍ୟୁତ୍ କାଟ ନୁହେଁ : ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ -
IPL 2026 : ସନ୍ଧ୍ୟାରେ ବେଙ୍ଗାଲୁରୁ-ଲକ୍ଷ୍ନୌ ଟକ୍କର -
Adani Green Energy Limited ESG ରେଟିଂରେ ନମ୍ବର 1—87.3 ସ୍କୋର ସହ ଦେଶରେ ଶୀର୍ଷରେ -
ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ପକାଇବ : ମୁଖ୍ୟମନ୍ତ୍ରୀ -
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ -
ନୀତିଶ ଯୁଗ’ର ଅନ୍ତ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା -
ଭାରତ ମଧ୍ୟସ୍ଥ ହେଲେ ସ୍ବାଗତ କରିବୁ: ଟ୍ରମ୍ପ -
ଓଭରଲୋଡ୍ ଗାଡ଼ି ଉପରେ କଡ଼ା ନଜର, ଦେବାକୁ ପଡ଼ିବ ୪ ଗୁଣା ଅଧିକ ଟୋଲ୍ ଟ୍ୟାକ୍ସ -
ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା





Click it and Unblock the Notifications