ତ୍ୱଚା ପାଇଁ ଲାଭଦାୟକ ବରଫ: ଏପରି କରନ୍ତୁ ବ୍ୟବହାର
ତ୍ୱଚା ପାଇଁ ଲାଭଦାୟକ ବରଫ: ଏପରି କରନ୍ତୁ ବ୍ୟବହାର
ଭୁବନେଶ୍ୱର: ସ୍ୱଚ୍ଛ, ସୁନ୍ଦର ଏବଂ ଉଜ୍ଜ୍ୱଳ ତ୍ୱଚା ସମସ୍ତଙ୍କର ପ୍ରଥମ ପସନ୍ଦ କିନ୍ତୁ ଦାଗ ଏବଂ ପିମ୍ପଲ୍ ଆପଣଙ୍କ ତ୍ୱଚାକୁ ନଷ୍ଟ କରି ଦେଇଥାଏ । ଯାହା ଉଜ୍ଜ୍ୱଳତାକୁ ମଧ୍ୟ କିଛି ମାତ୍ରାରେ କମ୍ କରିଦେଇ ଥାଏ । ଏହି କ୍ଷେତ୍ରରେ, ବରଫ ବ୍ୟବହାର କରିବା ଦ୍ୱାରା ଆପଣ ଜଲଦି ଏବଂ ଭଲ ରେଜଲ୍ଟ ପାଇପାରିବେ । ଘରେ ବସି ସହଜରେ ବରଫ ବ୍ୟବହାର କରି ଏହି ସବୁ ସମସ୍ୟାର ଚିକିତ୍ସା କରିପାରିବେ । ଚର୍ମ ବିଶେଷଜ୍ଞଙ୍କ ମତରେ ବରଫ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଚର୍ମରୁ ଦାଗ ଭଲ ହେବା ସହ ତ୍ୱଚାରେ ଚମକ ମଧ୍ୟ ଆସିଥାଏ । ମୁହଁ ଅଏଲି ହେବା, ପିମ୍ପଲ୍ ବାହାରିବା, ରେଡନେସ୍ ହେବା ଏବଂ ଟ୍ୟାନ୍ ହେବାଭଳି ସମସ୍ୟାକୁ କିଛି ଦିନ ମଧ୍ୟରେ ଦୂର କରିଥାଏ ବରଫ । ସ୍କିନ୍ ଆଇସିଂ କରିବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।
ତ୍ୱଚାରେ ଗ୍ଲୋ ଆଣିବା ପାଇଁ ପ୍ରତିଦିନ ସକାଳେ ମୁହଁରେ ବରଫ ଖଣ୍ଡ ଲଗାନ୍ତୁ । ଏକ କପଡା କିମ୍ବା ପ୍ଲାଷ୍ଟିକ୍ ବ୍ୟାଗରେ ଗୁଡ଼ାଇ ଏହାକୁ ମୁହଁରେ ରଖି ହାଲୁକା ହାତରେ ଘଷନ୍ତୁ । ମନେରଖନ୍ତୁ ଯେ ଏହାକୁ ରାଉଣ୍ତ ବା ସର୍କଲ ଭାବରେ ମୁହଁରେ ଘଷନ୍ତୁ । ପ୍ରତିଦିନ ଏପରି ୨ ମିନିଟ୍ କରିବା ଉଚିତ୍ ।
ମୁହଁରେ ବରଫ ମାଲିସ୍ କରିବା ଦ୍ୱାରା ବ୍ରଣରୁ ମଧ୍ୟ ମୁକ୍ତି ମିଳିଥାଏ । ଏଥିପାଇଁ ପ୍ରଥମେ ମୁହଁ ଧୋଇ ନିଅନ୍ତୁ, ତା'ପରେ ବରଫକୁ ଏକ କପଡ଼ାରେ କିମ୍ବା ପ୍ଲାଷ୍ଟିକ ବ୍ୟାଗରେ ଗୁଡ଼ାଇ ୧୦ ମିନିଟ ପାଇଁ ମୁହଁରେ ମସାଜ କରନ୍ତୁ । ପ୍ରତିଦିନ ଏପରି କଲେ ଆପଣ ବ୍ରଣରୁ ମୁକ୍ତି ପାଇପାରିବେ ।
ମୁହଁର ଚମକ ଆଣିବା ପାଇଁ ମଧ୍ୟ ଆପଣ ବରଫ ବ୍ୟବହାର କରିପାରିବେ । ହଳଦୀ ପାଉଡରକୁ ପାଣିରେ ଭଲ ଭାବରେ ମିଶାଇ ସେହି ପାଣିକୁ ଆଇସ୍ ଟ୍ୟୁବ୍ ରେ ପୁରାଇ ଫ୍ରିଜରେ ରଖନ୍ତୁ । ଆଇସ୍ ହୋଇଗଲା ପରେ ମୁହଁରେ ଭଲ ଭାବରେ ଆଇସିଂ କରନ୍ତୁ । ଏହାଦ୍ୱାରା ପିମ୍ପଲ୍ ସମସ୍ୟା ଏବଂ ଦାଗ ଦୂର ହେବା ସହ ଗ୍ଲୋ ମଧ୍ୟ ଆସିଥାଏ ।
ଡାର୍କ
ସର୍କଲ
ହ୍ରାସ
କରିବା
ପାଇଁ
ବରଫ
ଅତ୍ୟନ୍ତ
ଲାଭଦାୟକ
ଅଟେ
।
ଗୋଲାପ
ଜଳ
ଏବଂ
କାକୁଡି
ରସ
ସହିତ
ମିଶାଇ
କିଛି
ସମୟ
ପାଇଁ
ଫ୍ରିଜରେ
ରଖି
ଦିଅନ୍ତୁ
ଆଇସ୍
ହୋଇଗଲା
ପରେ
ମୁହଁରେ
ଭଲ
ଭାବରେ
ଆଇସିଂ
କରନ୍ତୁ
।
ଯଦି
ଆପଣ
କିଛି
ଦିନ
ପାଇଁ
ଏହି
ପଦକ୍ଷେପଗୁଡିକ
ଜାରି
ରଖନ୍ତି,
ଆପଣ
ଶୀଘ୍ର
ଫଳାଫଳ
ପାଇପାରିବେ
।
ଦୁଇ
ମିନିଟ୍
ପାଇଁ
ମୁହଁରେ
ବରଫ
ଘଷନ୍ତୁ
।
ସପ୍ତାହରେ
ଚାରି
ଦିନ
ବରଫ
କ୍ୟୁବ
ସହିତ
ମୁହଁକୁ
ମାଲିସ୍
କରନ୍ତୁ
।
ଏହା
କରିବା
ଦ୍ୱାରା
ଦୀର୍ଘ
ସମୟ
ପର୍ଯ୍ୟନ୍ତ
ଗ୍ଲୋ
ରହିଥାଏ
।