ମୁହଁରେ କାହିଁକି ହୁଏ ବ୍ରଣ, କେମିତି କରିବେ ଦୁର

Skin Care: Acne Problem And Solutionମୁହଁରେ କାହିଁକି ହୁଏ ବ୍ରଣ, କେମିତି କରିବେ ଦୂର

Acne Problem: ବ୍ରଣ ବା ପିମ୍ପଲସ୍, ସାଧାରତଃ ସମସ୍ତଙ୍କ ମୁହଁରେ ହୋଇଥାଏ । ଆଜିର ଯୁବପିଢି ବ୍ରଣ ସମସ୍ୟାକୁ ଦୁର କରିବା ପାଇଁ ଅନେକ ପ୍ରକାର କ୍ରିମ୍, ମେଡିସିନ୍ ଆଦି ବ୍ୟବହାର କରିଥାନ୍ତି । ଆମ ଦୈନନ୍ଦିନ ଜୀବନଶୈଳୀ ପାଇଁ ମୁହଁରେ ବ୍ରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବ୍ରଣ ହେବାର କାରଣ ଓ ଏହାକୁ ରୋକିବାର ଉପାୟ ।

ତ୍ୱଚାରେ ବ୍ରଣ ହେବାର ମୁଖ୍ୟ କାରଣ ହରମୋନାଲ ଚେଞ୍ଜେସ୍ । ହରମୋନାଲ ସନ୍ତୁଳନ ବିଗିଡିବା କରାଣରୁ ଆଣ୍ତୋଜେନ୍ ନାମକ ହରମୋନ୍ କମିଯାଇଥାଏ । ଯାହା ଫଳରେ ତ୍ୱଚାରେ ଅଧିକ ତେଲ ଜମା ହୋଇ ବ୍ରଣ ସୃଷ୍ଟି ହୋଇଥାଏ । ସେହିପରି ଖାଦ୍ୟପେୟରେ ଅନିୟମିତତା, ପ୍ରଦୂଷଣ ପାଇଁ ମଧ୍ୟ ତ୍ୱଚାରେ ଏହି ସମସ୍ୟା ଦେଖିବା ପାଇଁ ମିଳିଥାଏ । ବ୍ରଣରେ ହାତ ମାରିଲେ ଏହା ଅଧିକ ବଢିଯାଏ । ସେହି ସ୍ଥାନରେ ଦାଗ ମଧ୍ୟ ରହିଯାଏ । ତେଣୁ ବ୍ରଣରେ ହାତ ମାରନ୍ତୁ ନାହିଁ ।

Acne Problem
.ମୁହଁରେ ଅଧିକ ମେକଅପ୍ ଲାଗାଇବା ଦ୍ୱାରା ବ୍ରଣ ବାହାରିଥାଏ । ଯଦି ଆପଣ ତ୍ୱଚାରେ ମେକଅପ୍ ଲଗାଉଛନ୍ତି ତେବେ ଶୋଇବା ପୂର୍ବରୁ ଭଲ କରି ମୁହଁ ଧୋଇ ବା ମେକ ଅପ୍ ଛଡାଇ ନିଅନ୍ତୁ । ନଡିଆ ତେଲ, ଗୋଲାପ ଜଳ ଆଦି ବ୍ୟବହାର କରି ମେକଅପ୍ ଛଡାଇପାରିବେ ।

.ବ୍ରଣ ଦୁର କରିବା ପାଇଁ ଅଯଥାରେ କୌଣସି କ୍ରିମ୍ ବ୍ୟବହାର କରନ୍ତୁ ନାହିଁ ।

.ଫାଷ୍ଟଫୁଡ୍ ବା ଜଙ୍କଫୁଡଠାରୁ ଦୂରରେ ରୁହନ୍ତୁ ।

Skin Care
.ପ୍ରତ୍ୟକ ଦିନ ୭ ରୁ ୮ ଘଣ୍ଟା ଶୋଇବା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ସେହିପରି ମାନସିକ ଚାପରୁ ମଧ୍ୟ ଦୂରେଇ ରୁହନ୍ତି ।

.ବାହାରକୁ ଯିବା ସମୟରେ ହେଉ କିମ୍ବା ଘରେ ରହିବା ବେଳେ ମଧ୍ୟ ତ୍ୱଚାରେ ସନସ୍କ୍ରିନ୍ ଲଗାଇବା ପାଇଁ ଭୁଲନ୍ତୁ ନାହିଁ । ଏହାଛଡା ଆପଣ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇ ପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+