ଡାଇବେଟିସ ରୋଗୀ ଖଜୁରୀ ଖାଇବା ଉଚିତ ନା ନାହିଁ
Sugar patients: ଖଜୁରୀ ମିଠା, ସେଥିପାଇଁ ଅନେକ ଲୋକ ଦ୍ୱନ୍ଦରେ ପଡିଥାନ୍ତି ଯେ ସୁଗାର ରୋଗୀ ଖଜୁରୀ ଖାଇବା ଉଚିତ କି ନୁହେଁ? ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ତ ପାଏ ନା ନାହିଁ ।
ଖଜୁରୀରେ କାର୍ବସ୍ ସ୍ତର ଅଧିକ ରହିଥାଏ । ଏହାକୁ ଅଧିକ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ । କିନ୍ତୁ ଏହାକୁ ଅଧିକ ଖାଇବା ଉଚିତ ନୁହେଁ । ଖଜୁରୀରେ ଫାଇବର ମାତ୍ରା ଅଧିକ ଥାଏ ଏହି କାରଣରୁ ଏହା ଶରୀରକୁ କାର୍ବସ୍ ଯୋଗାଇଥାଏ । ଯାହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ଖଜୁରୀରେ କାର୍ବୋହାଇଡ୍ରେଟ୍ ଥାଏ । ଯାହା ଧୀରେ ଧୀରେ ହଜମ ହୋଇଥାଏ । ଖାଇବା ପରେ ଶରୀରରେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ । ସେହିପରି ଖଜୁରୀରେ ଜିଆଇ କମ୍ ଥାଏ ଯାହା 44 ରୁ 53 ମଧ୍ୟରେ ରହିଥାଏ । ତେଣୁ କମ ପରିମାଣରେ ଏହାକୁ ଖାଇବା ଉତିତ୍ ।
ମଧୁମେହ ରୋଗୀମାନେ ଦିନରେ 2 ଖଜୁରୀ ଖାଇବା ଉଚିତ । ଯଦି ଆପଣଙ୍କର ରକ୍ତରେ ଶର୍କରା ସ୍ତର ଅଧିକ ଥାଏ ତେବେ ଡାକ୍ତରଙ୍କ ପରାମର୍ଶରେ ହିଁ ଏହାକୁ ଖାଇବା ଉଚିତ । ଉଚ୍ଚ ଫାଇବର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ଖଜୁରୀରେ ଅଧିକ ପରିମାଣର ଥାଏ । ମଧୁମେହ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।












Click it and Unblock the Notifications