ସେପ୍ଟେମ୍ବର ପହିଲା; ଆଜିଠୁ ବଦଳିବ କଣ?
ସେପ୍ଟେମ୍ବର ପହିଲା ଅର୍ଥାତ୍ ଆଜି ଠାରୁ ବଦଳିବ ନିୟମ । ଯାହା ସାଧାରଣ ଲୋକଙ୍କ ବଜେଟକୁ କିଛି ମାତ୍ରାରେ ପ୍ରଭାବିତ କରିବ । ୧ ସେପ୍ଟେମ୍ବରରୁ ପରିବର୍ତ୍ତନ ହେବାକୁ ଥିବା ନିୟମରେ ଏସବିଆଇ କ୍ରେଡିଟ କାର୍ଡ ଶୁଳ୍କ ବୃଦ୍ଧି ଠାରୁ ଆରମ୍ଭ କରି ଆଧାର କାର୍ଡ ଅପଡେଟ ସମ୍ବନ୍ଧରେ ରହିଛି । କିଛି ନିୟମ ସାଧାରଣ ଲୋକଙ୍କ ସୁବିଧା ପାଇଁ ଥିବା ବେଳେ କିଛି ନିୟମ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇବ ।

ଆଜିଠୁ ବଦଳିବ କଣ?
ସୁନା ଭଳି ରୁପାର ହଲମାର୍କକୁ ବାଧ୍ୟତାମୂଳକ କରିବାକୁ ଯୋଜନା କରୁଛନ୍ତି ସରକାର
- ରୁପାର ଆଭୂଷଣ କିମ୍ବା ସାମଗ୍ରୀ କିଣିବା ଉପରେ ହଲମାର୍କ ବାଧ୍ୟତାମୂଳକ ହେବ ନାହିଁ
- ଏହି ନିୟମ ଆସିଲେ ରୁପାର ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇପାରେ
- ରୁପାରେ ନିବେଶକୁ ପ୍ରଭାବିତ କରିପାରେ
- ଏସବିଆଇ କ୍ରେଡିଟ କାର୍ଡରେ ପ୍ରତି କାରବାରରେ ରିୱାର୍ଡ ପଏଣ୍ଟ ଗ୍ରାହକଙ୍କୁ ମିଳିବନି
- ଅଟୋ ଡେବିଟ୍ ବିଫଳ ହେଲେ ଏସବିଆଇ ପକ୍ଷରୁ ୨ ପ୍ରତିଶତ ଜରିମାନା ଲାଗୁ ହୋଇପାରେ
- ପ୍ରତିମାସ ଭଳି ଏଲପିଜି ଗ୍ୟାସ୍ ସିଲିଣ୍ଡର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ
- ଅର୍ନ୍ତଜାତୀୟ ତେଲ ଦର ଉପରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଦର ନିର୍ଭର କରେ
- ଗତମାସରେ ଏଲପିଜି ଗ୍ୟାସ୍ ଦର ସ୍ଥିର ରହିଥିଲା
- କିଛି ବ୍ୟାଙ୍କ ଏଟିଏମ ବ୍ୟବହାରକୁ ନେଇ ନୂଆ ନିୟମ ଲାଗୁ କରିପାରନ୍ତି
- ନିର୍ଦ୍ଧାରିତ ସୀମା ଠାରୁ ଅଧିକଥର ଏଟିଏମରୁ ଟଙ୍କା ଉଠାଇଲେ ଅଧିକ ଟ୍ରାଞ୍ଜାକସନ ଶୁଳ୍କ ଦେବାକୁ ପଡିପାରେ
- ବାରମ୍ବାର ଏଟିଏମରୁ ଟଙ୍କା ଉଠାଉଥିବା ଗ୍ରାହକଙ୍କୁ ଲାଗିପାରେ ଝଟକା
- ମାଗଣାରେ ଆଧାରକାର୍ଡ ଅପଡେଟ କରିବାର ଶେଷ ତାରିଖ ୧୪ ସେପ୍ଟେମ୍ବର ଯାଏଁ ରହିଛି
- ସମସ୍ତ ଡାକ ପୋଷ୍ଟ ଏବେ ସ୍ପିଡ ପୋଷ୍ଟ ଅଧିନକୁ ଆସିବ
- ଆଜି ଠାରୁ ଏହା ଲାଗୁ ହେବ












Click it and Unblock the Notifications