ଦେଶରେ ଏଭଳି ଏକ ସ୍ଥାନ ଅଛି ଯେଉଁଠି ବାଦୁଡିକୁ ଭଗବାନ ମାନନ୍ତି! ଜାଣନ୍ତୁ ଏହା ପଛର କାରଣ
ଏମିତି ତ ଆପଣ ବାଦୁଡି ଦେଖିଥିବେ ବେ । ବାଦୁଡି ଘରେ ବସିଲେ ତାକୁ ଅଶୁଭ ମନେ କରାଯାଏ କିନ୍ତୁ ବିହାରର ବୈଶାଳୀ ଜିଲାରେ ରାଜାପାକର ପ୍ରଖଣ୍ଡରେ ସରସଇ ଗାଁରେ ନା କେବଳ ବାଦୁଡି ମାନଙ୍କର ପୂଜା ହୁଏ, ସେଠାରେ ଲୋକମାନେ ମଧ୍ୟ ମାନନ୍ତି ଯେ ବାଦୁଡିମାନେ ସେମାନଙ୍କର ରକ୍ଷା ମଧ୍ୟ କରୁଛନ୍ତି ।
ଏହି ବାଦୁଡି ମାନଙ୍କୁ ଦେଖିବାକୁ ପର୍ଯ୍ୟଟକମାନଙ୍କର ମଧ୍ୟ ଭିଡ ଲାଗି ରହୁଛି । ଏଠାରେ ଲୋକମାନେ ସେମାନଙ୍କୁ ସମୃଦ୍ଧ ସମୃଦ୍ଧର ପ୍ରତୀକ ଦେବୀ ଲକ୍ଷ୍ମୀ ଭାବରେ ମାନନ୍ତି। ବାଦୁଡି ମାନେ ଏଠାରେ କେବେଠାରୁ ଅଛନ୍ତି ଏହା କେହି ଜାଣି ନାହାନ୍ତି ।

ପ୍ରାୟ ୫୦ ହଜାରରୁ ଅଧିକ ବାଦୁଡି ଏଠାରେ ରୁହନ୍ତି । ବହୁ ବର୍ଷ ପୂର୍ବେ ସରସଇ ଗାଁରେ ହଇଜା ବ୍ୟାପିଥୁଲା। ଯେବେଠାରୁ ବାଦୁଡିମାନେ ଏଠାରେ ବାସ କରିବା ଆରମ୍ଭ କଲେ ସେବେଠାରୁ ହଇଜା ଏବଂ ମହମାରୀ ହେବାର ଦେଖାଯାଉନାହିଁ ।












Click it and Unblock the Notifications