Get Updates
Get notified of breaking news, exclusive insights, and must-see stories!

ମାତ୍ର ଚିମୁଟାଏ ଲୁଣ ଆପଣଙ୍କୁ କରିପାରେ ମାଲାମାଲ୍ !

ଲୁଣର ବ୍ୟବହାର ଦ୍ବାର ଯେମିତି ଖାଦ୍ୟର ସ୍ବାଦ ବଢାଇଥାଏ । ଠିକ୍ ସେହି ଭଳି ଆପଣଙ୍କ ଜୀବନକୁ ମଧ୍ୟ ଖୁସିରେ ଭରିଥାଏ ଏହା ବାସ୍ତୁ ବିଜ୍ଞାନ କୁହେ । ବାସ୍ତୁ ବିଜ୍ଞାନ ଅନୁସାରେ ଲୁଣ ପାଖରେ ଅଦ୍ଭୂତ ଶକ୍ତି ରହିଥାଏ ଯାହା କେବଳ ଆପଣଙ୍କୁ ସକରାତ୍ମକ ଉର୍ଜାରୁ ରକ୍ଷା କରିବ ନାହିଁ । ଏହା ସହ ଅପଣଙ୍କ ଘରେ ସୁଖ ସମୃଦ୍ଧି ମଧ୍ୟ ବଢାଇବରେ ସହାୟତା କରିଥାଏ । କିନ୍ତୁ ଏଥିପାଇଁ ଆପଣଙ୍କୁ କେବଳ ଖାଇବାରେ ନୁହେଁ କିଛି ଅଲଗା କାମରେ ମଧ୍ୟ ବ୍ୟବହାର କରିବାକୁ ପଡିବ ।

ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କୁ କିଛି ଖରାପ ନଜର ଲାଗିଛି ତେବେ ଚିମୁଟାଏ ଲୁଣ ନେଇ ୩ଥର ସେହି ସଦସ୍ୟଙ୍କର ଉପରେ ବୁଲାଇ ଆଣି ବାହାରେ ଫିଙ୍ଗି ଦିଅନ୍ତୁ । କୁହନ୍ତି ଏହା କରିବା ଦ୍ବାରା ନଜର ଦୋଷ କମିଯାଇଥାଏ ।
ବାସ୍ତୁ ବିଜ୍ଞାନ ଅନୁସାରେ, ଲୁଣକୁ ଏକ କାଚରେ ରଖି ଶୌଚାଳୟ ଏବଂ ଗାଧୁଆ ଘରେ ନେଇ ରଖିବା ଉଚିତ୍ ଏହା ଦ୍ବରା ବାସ୍ତୁ ଦୋଷ ଦୂର ହୋଇଥାଏ । ଏହାର କାରଣ ହେଉଛି, ଲୁଣ ଏବଂ କାଚ ଦୁହେଁ ରାହୁଙ୍କର ବସ୍ତୁ ଅଟେ ଏହା ଦ୍ବାରା ରାହୁଙ୍କର ନାକରାତ୍ମକ ଉର୍ଜାକୁ ଦୂରେଇ ଥାଏ ।

salt

କାଚର ଗିନାରେ ଲୁଣ ଭର୍ତ୍ତି କରି ଘରର କୌଣସି ଏକ କୋଣରେ ରଖିବା ଦ୍ବାରା ଘର ଭିତରେ ସକରାତ୍ମକ ଉର୍ଜାର ସଂଚାର ହୋଇଥାଏ । ରାହୁ ଓ କେତୁଙ୍କର ଦୋଷ ଚାଲି ଥିଲେ କିମ୍ବା ମନରେ ଖରାପ ଚିନ୍ତାଧାରା ଆସୁଥିଲେ ଏହା ନିହାତି ଅପଣାନ୍ତୁ । ବଗଡା ଲୁଣକୁ ଲାଲି ରଙ୍ଗର କପଡାରେ ବାନ୍ଧି ଘରର ମୂଖ୍ୟ ଦ୍ବାରରେ ଟାଙ୍ଗିବା ଦ୍ବାରା ଘରେ କୌଣସି ଖରାପ ନଜର ଲାଗିନଥାଏ ।ରାତିରେ ଶୋଇବା ସମୟରେ ପାଣିରେ ଏକ ଚିମୁଟା ଲୁଣ ମିଶାଇ ହାତ ପାଦ ଧୋଇବା ଦ୍ବାରା ଚିନ୍ତା ବା ଚାପ ଦୂର ହୋଇଥାଏ ଓ ନିଦ ଭଲ ହୋଇଥାଏ । ରାହୁ ଓ କେତୁଙ୍କର ଅଶୁଭ ପ୍ରଭାବ ମଧ୍ୟ ଦୂର ହୋଇଥାଏ ।

ସପ୍ତାହରେ ନିହାତି ଭାବେ ୨ଥର ପିଲା ମାନଙ୍କୁ ଚିମୁଟାଏ ଲୁଣ ପାଣିରେ ମିଶାଇ ଗାଧୋଇ ଦେବା ଉଚିତ୍ ଏହା କରିବା ଦ୍ବାରା ଖରାପ ନଜର ଏବଂ ଅସୁସ୍ଥତା କମିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+