ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା, ପୂର୍ବତନ ବିଧାୟକଙ୍କ ବୃଦ୍ଧି ହେବ ପେନସନ

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ ସମେତ ବର୍ତ୍ତମାନର ବିଧାୟକ, ମନ୍ତ୍ରୀ, ବାଚସ୍ପତି ଆଉ ଉପ-ବାଚସ୍ପତିଙ୍କ ଦରମା, ଭତ୍ତା ଏବଂ ପେନସନ୍ ବଢ଼ିବ । ଏନେଇ ବିଧାନସଭାରେ ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Salary of MLAs and ministers t

ତେବେ ଏହା ପୂର୍ବରୁ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଦରମା ଓ ପେନସନ୍ ବୃଦ୍ଧି କରିବାକୁ ଉଭୟ ଶାସକ ଏବଂ ବିରୋଧୀଙ୍କ ସ୍ୱର ଏକ ହୋଇଥିଲା । ଦିନକୁ ଦିନ ବଜାର ଦର ବୃଦ୍ଧି ପାଉଥିବାରୁ ଦରମା ବୃଦ୍ଧି ସପକ୍ଷରେ ଜଣକ ପରେ ଜଣେ ବିଧାୟକ ଏବଂ ପୂର୍ବତନ ବିଧାୟକ ଦାବି କରିଥିଲେ । ଆଉ ଶେଷରେ ଏହାକୁ ଦେଖି ଏ ସମ୍ପର୍କରେ ବିଲ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

କିଛି ଦିନ ତଳେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ନୃସିଂହ ସାହୁ କହିଥିଲେ, ପୂର୍ବତନ ବିଧାୟକମାନେ ରାଜ୍ୟରେ ବହୁ ଅସୁବିଧାରେ ଅଛନ୍ତି । କିଛି ବିଧାୟକଙ୍କ ପରିସ୍ଥିତି ଏପରି ହୋଇଛି ଯେ ସେମାନେ ମୂଲ ଲାଗୁଛନ୍ତି । ତେଣୁ ପୂର୍ବତନ ବିଧାୟକଙ୍କ ପେନସନ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ସେ ଦାବି କରିଥିଲେ । ଏହାସହ ମେଡିସିନ ଖର୍ଚ୍ଚ ହେଉ କି ବଜାର ଦର ଯାହା ଅଛି ତାହା ପେନସନକୁ ଦେଖିଲେ ପର୍ଯ୍ୟାପ୍ତ ହେଉନି । ମୁଖ୍ୟମନ୍ତ୍ରୀ ଯେତେବେଳେ ବିଧାୟକ ଥିଲେ ସେତେବେଳେ ସେ ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ଦାବି କରୁଥିଲେ । ଏବେ ମୁଖ୍ୟମନ୍ତ୍ରୀ ନିଜେ ସେ ଦାବିକୁ ପୂରଣ କରନ୍ତୁ ବୋଲି ସେ ସେତେବେଳେ କହିଥିଲେ । ଆଉ ଏବେ ଏ ସମ୍ପର୍କିତ ବିଲ୍ ଆସିବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+