Salary Account : ଚାକିରି ବଦଳାଇଲେ ସାଲେରି ଆକାଉଣ୍ଟର କ'ଣ ହୁଏ. ?

ଅନେକ ଲୋକ ଅନେକ ପ୍ରକାରର ଚାକିରି କରନ୍ତି । କିଏ ପ୍ରାଇଭେଟରେ କାମ କରେ, ତ ପୁଣି କିଏ ସରକାରୀ କ୍ଷେତ୍ରରେ । ସେଥିପାଇଁ ସାଲେରି ଆକାଉଣ୍ଟ ଥାଏ । ଯେଉଁଠିକୁ ତାଙ୍କ ପାଉଣା ଆସେ । ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ କିଏ ବା ଚାକିରି ପରିବର୍ତ୍ତନ କରିବାକୁ ନ ଚାହିଁବ । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ'ଣ ହୁଏ । ଏହାକୁ ନେଇ ବହୁ ଲୋକ ଚିନ୍ତାରେ ପଡ଼ିଯାଆନ୍ତି ।

ବେଳେବେଳେ ଲୋକେ ଭାବନ୍ତି ପୂର୍ବ କମ୍ପାନୀର ସାଲେରି ଆକାଉଣ୍ଟ ବନ୍ଦ କରିଦେବେ ନା ତାକୁ ଚଲାଇବେ । ତାହାକୁ ସାଧାରଣ ସେଭିଂସ ଆକାଉଣ୍ଟ ଭାବେ ଚଳାଇବେ ନା ଆଉ ଏକ ନୂଆ ଆକାଉଣ୍ଟ ଖୋଲିବେ । ଏହି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଜାଣିବା ।

ଯଦି ଆପଣ ଚାକିରି ଛାଡ଼ନ୍ତି, ତେବେ ସାଲେରି ଆକାଉଣ୍ଟ ସେଭିଂସ ଆକାଉଣ୍ଟରେ ବଦଳିଯାଏ । ଆପଣଙ୍କ ନିଯୁକ୍ତିଦାତା ସେହି ଆକାଉଣ୍ଟରେ ଦରମା ଦେବା ବନ୍ଦ କରିଦିଅନ୍ତି । ଦରମା ମିଳୁଥିବା ପର୍ଯ୍ୟନ୍ତ ତାହା ସାଲେରି ଆକାଉଣ୍ଟ ହୋଇ ରହିଥାଏ । କେତେକ ବ୍ୟାଙ୍କ ସାଲେରି ଆକାଉଣ୍ଟକିୁ କିଛିଦିନ ପରେ ସେଭିଙ୍ଗସ ଆକାଉଣ୍ଟରେ ବଦଳାଇ ଦିଅନ୍ତି ।

Salary Account

ଯେତେବେଳେ ଆଉ କିଛି ବ୍ୟାଙ୍କ ତାହାକୁ ସାଲେରି ଆକାଉଣ୍ଟ ଭାବେ ହିଁ ରଖିଥା'ନ୍ତି । ସାଲେରି ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସର ଆବଶ୍ୟକତା ନଥାଏ । କିନ୍ତୁ ତାହା ବଦଳିଗଲେ ସର୍ବନିମ୍ନ ବାଲାନ୍ସର ଆବଶ୍ୟକତା ପଡେ଼ । ଆପଣ ଯଦି ସର୍ବନିମ୍ନ ବାଲାନ୍ସ ରଖିନଥିବେ ତେବେ ବ୍ୟାଙ୍କ ନନ୍‌ ମେଣ୍ଟେନାନ୍ସ ଫି' ଚାର୍ଜ କରେ ।

ଆପଣ ଜବ ସ୍ୱିଚ୍‌ କଲେ ନୂଆ ନିଯୁକ୍ତିଦାତାଙ୍କ ନିକଟରେ ଆଉ ଏକ ସାଲେରି ଆକାଉଣ୍ଟ କରିପାରିବେ । ଆପଣଙ୍କ ନିଯୁକ୍ତିଦାତା ଯେଉଁ ବ୍ୟାଙ୍କର ପାର୍ଟନର ଥାଆନ୍ତି, ସେଠାରେ ନୂଆ ସାଲେରି ଆକାଉଣ୍ଟ ଖୋଲନ୍ତି । ସାଲେରି ଆକାଉଣ୍ଟରେ ଜିରୋ ବାଲାନ୍ସ, ଭଲ ସୁଧ ହାର ଓ ଅତିରିକ୍ତ ସେବା ମଧ୍ୟ ଉପଲବ୍ଧ ଥାଏ ।

କିନ୍ତୁ ନୂଆ ଜାଗାରେ ଚାକିରି କଲେ ସାଲେରି ଆକାଉଣ୍ଟ ବନ୍ଦ କରିବାର କିଛି ଆବଶ୍ୟକତା ନାହିଁ । କିନ୍ତୁ ତାହାକୁ ନିୟମିତ ଭାବେ ଦେଖିବା ଦରକାର । ନହେଲେ ତାହାର ବ୍ଯବହାର କିଛି ଲାଭ ଦେବ ନାହିଁ ।

ଯେଉଁମାନେ ଇଏମଆଇ, ଏସଆଇପି, ଇନ୍ସୁରାନ୍ସ ପ୍ରିମିୟମ୍‌ ଓ ୟୁଟିୟିଟି ବିଲକୁ ସାଲେରି ଆକାଉଣ୍ଟ ସହ ଅଟୋ ଡେବିଟ୍‌ କରନ୍ତି, ସେମାନେ ସମସ୍ୟାରେ ପଡ଼ିଥା'ନ୍ତି ।

ଯଦି ସାଲେରି ଆକାଉଣ୍ଟ ସେଭିଂ ଆକାଉଣ୍ଟରେ ବଦଳିଯାଏ ଓ ଆପଣ ନୂଆ ସାଲେରି ଆକାଉଣ୍ଟ ଖୋଲନ୍ତି, ତେବେ ଅଟୋ ଡେବିଟ୍‌ ଇନଷ୍ଟ୍ରକ୍ସସନକୁ ଅପଡେଟ କରିବାର ଆବଶ୍ୟକତା ରହିଛି । ଯଦି ସେଭଳି ନକରନ୍ତି ତେବେ ଫାଇନ୍‌, ଲେଟ ଫି ଆଦି ଦେବାକୁ ପଡ଼ିପାରେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+