ଘରେ ରଖନ୍ତୁ ନାହିଁ ଏପରି ତୁଳସୀ ଗଛ, ଆସିପାରେ .....
ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ହିଁ ପବିତ୍ର ବୋଲି ବିବେଚନା କରାଯାଏ । ପ୍ରାୟତଃ କୁହାଯାଏ କି ତୁଳସୀ ଗଛ ମୂଳରେ ଭଗବାନ ବିଷ୍ଣୁ ନିଜେ ଶାଳଗ୍ରାମ ରୁପରେ ରହିଥାନ୍ତି । ବିଶ୍ୱାସ କରାଯାଏ ଯେ ତୁଳସୀ ଉଦ୍ଭିଦ ଥିବା ଘରୁ ନକାରାତ୍ମକତା ଦୃଷ୍ଟି ମଧ୍ୟ ଦୂର ହୋଇଯାଏ ଏବଂ ଘରେ ସୁଖ ସମୃଦ୍ଧି ରହିଥାଏ । ଏହି ପବିତ୍ର ଗଛଟି ଏବଂ ପତ୍ର ପ୍ରତ୍ୟେକ ଘରେ ଏବଂ ପୂଜାରେ ବ୍ୟବହୃତ ହୁଏ । ଏହା ସହ ଯେଉଁ ଘରେ, ମାତା ତୁଳସୀଙ୍କ ଅନୁଗ୍ରହ ରୁହେ ସେହି ଘରେ ଧନ ପ୍ରାପ୍ତ ହୁଏ ।
ତୁଳସୀ ଶରୀରକୁ ରୋଗ ସହ ଲଢିବା ପାଇଁ ମଧ୍ୟ ଶକ୍ତି ଦେଇଥାଏ ଏବଂ ଶରୀରକୁ ସୁସ୍ଥ ରଖେ । ତେବେ ଜାଣନ୍ତୁ ଏହା କିପରି ହୋଇଥାଏ । କୁହାଯାଏ କି ଯେଉଁ ଦମ୍ପତିମାନେ ସନ୍ତାନର ସୁଖ ପାଇନାହାଁନ୍ତି, ସେମାନେ ତୁଳସୀ ପୂଜା କରିବା ଜରୁରୀ । ତୁଳସୀ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ପାଇଁ ଅତ୍ୟନ୍ତ ପ୍ରିୟ । ପ୍ରଭୁ ବିଷ୍ଣୁ କେବଳ ତୁଳସୀ ପତ୍ର ଅର୍ପଣ କରି ପ୍ରସନ୍ନ ହୁଅନ୍ତି । ଏପରି ପରିସ୍ଥିତିରେ, ଯଦି ତୁଳସୀ ମାଆ ସନ୍ତୁଷ୍ଟ ହୁଅନ୍ତି, ତେବେ ସମସ୍ତ ପ୍ରକାରର ଆର୍ôଥକ ସମସ୍ୟା ଦୂର ହୋଇଯାଏ।

ତେବେ ତୁଳସୀ ପୂଜାରେ କେଉଁ ଜିନିଷକୁ ଧ୍ୟାନରେ ରଖିବା ଉଚିତ୍ । ଶାସ୍ତ୍ର ଅନୁଯାୟୀ, ବିଶେଷ ଦିନମାନଙ୍କରେ ତୁଳସୀ ପତ୍ର ଛିଣ୍ଡାଇବା ଅନୁଚିତ୍ । ରବିବାର, ଏକାଦାଶି, ସୂର୍ଯ୍ୟ ଗ୍ରହଣ ଏବଂ ଚନ୍ଦ୍ରଗ୍ରହଣ ସମୟରେ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ୍ ନୁହେଁ । ଏହା ବ୍ୟତୀତ ଅନାବଶ୍ୟକ ତୁଳସୀ ପତ୍ର ଛିଢାଇଲେ ମା ଲକ୍ଷ୍ମୀ ରାଗିଥାନ୍ତି । ସନ୍ଧ୍ୟାରେ ତୁଳସୀ ଗଛ ତଳେ ଏକ ଦୀପ ଜାଳିଲେ ମା ଲକ୍ଷ୍ମୀ ଖୁସି ପ୍ରସନ୍ନ ହୁଅନ୍ତି । ତାଙ୍କ କୃପାରୁ ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହିଥାଏ ।
ଘରର ଅଙ୍ଗଣାରେ ତୁଳସୀ ଗଛ ଲଗାଇଲେ ବାସ୍ତୁ ଦୋଷ ଦୂର ହୁଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ନକାରାତ୍ମକ ଦୃଷ୍ଟି ଦୂର କରିବା ସହ ଘରେ ସବୁବେଳେ ଧନ ଲାଭ ହୋଇଥାଏ । କେବଳ ଏତିକି ନୁହେଁ ତୁଳସୀ ଗଛ ପରିବାରକୁ କୋପ ଦୃଷ୍ଟିରୁ ରକ୍ଷା କରିଥାଏ । ଘରେ ଶୁଖି ଯାଇଥିବା ତୁଳସୀ ଗଛକୁ ରଖିବା ଅଶୁଭବୋଲି କୁହାଯାଏ ।












Click it and Unblock the Notifications