Relationship Tips: ଦୈନନ୍ଦିନ ଝଗଡ଼ାଠାରୁ କିପରି ଦୂରରେ ରହିବେ ?
Relationship Tips:ଜୀବନରେ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ସେ ପିତାମାତାଙ୍କ ସହ ସନ୍ତାନର ସମ୍ପର୍କ ହେଉ କିମ୍ବା ସାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ । ସମସ୍ତ ସମ୍ପର୍କକୁ ସମ୍ମାନ ଦେବା ଏବଂ ସେମାନଙ୍କର ଗୁରୁତ୍ୱ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ । କିନ୍ତୁ କେତେକ ଘରେ ପାରିବାରିକ ବିବାଦ ଏତେ ଅଧିକ ଥାଏ ଯେ ଏକାଠି ରହିବା ସତ୍ତ୍ୱେ ଦୂରତା ବଜାଇ ରଖନ୍ତି । ଏହି କାରଣରୁ, ଘରର ପରିବେଶ ସର୍ବଦା ଚିନ୍ତାଯୁକ୍ତ ଥାଏ । ଯାହା ପିଲାମାନଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ।
ଏପରି କ୍ଷେତ୍ରରେ ଘରର ଦାୟିତ୍ୱ କିପରି ତୁଲାଇବେ ଏବଂ ଦୈନନ୍ଦିନ ଝଗଡ଼ାଠାରୁ କିପରି ଦୂରରେ ରହିବେ ସେ ସମ୍ପର୍କରେ ଜାଣିବା । ଯେକୌଣସି କାର୍ଯ୍ୟ କରିବା ପଛରେ ସମସ୍ତଙ୍କର ନିଜର ଭିନ୍ନ ଦୃଷ୍ଟିକୋଣ ରହିଛି। ଏଭଳି ପରିସ୍ଥିତିରେ ଆପଣ ସାମ୍ନା ବ୍ୟକ୍ତିଙ୍କର ଦୃଷ୍ଟିକୋଣ ବୁଝିବା ଆବଶ୍ୟକ । ଯଦି ଆପଣ ଏହି ମନୋଭାବ ଗ୍ରହଣ କରନ୍ତି ତେବେ ଘରେ କେବେ ବି ଅଶାନ୍ତି ହେବ ନାହିଁ । ଯଦି ଆପଣଙ୍କୁ କୌଣସି ଜିନିଷ ପସନ୍ଦ ଆସୁନାହଁ, ଏହାର ଅର୍ଥ ଏହା ନୁହେଁ ଯେ ଅନ୍ୟ କାହାକୁ ତାହା ପସନ୍ଦ ଆସିବ ନାହିଁ ।

ଯଦି ଆପଣ କୌଣସି କଥା ବୁଝନ୍ତି ନାହିଁ, ତେବେ ଏହାକୁ ଘରର ସଦସ୍ୟମାନଙ୍କ ସହିତ ସେୟାର କରନ୍ତୁ। ଏହା ଆପଣଙ୍କ ମନର ଉଦାସିନତାକୁ ହାଲୁକା କରିବ ଏବଂ ଚିନ୍ତା ଏବଂ ଚାପକୁ ମଧ୍ୟ ହ୍ରାସ କରିବ। ଏହା ପରିବାରରେ ଯୋଗାଯୋଗରେ ଉନ୍ନତି ଆଣିବ। ସେହିପରି ଯଦି ପରିବାରର କୌଣସି ସଦସ୍ୟଙ୍କ ସହ ମତଭେଦ ଥାଏ, ତେବେ ତାଙ୍କ ଉପରେ ଚିଲେଇବା ବା ପାଟି କରନ୍ତୁ ନାହିଁ । ଏହି କାରଣରୁ ଉଭୟଙ୍କ ମଧ୍ୟରେ ଭୁଲ ବୁଝାମଣା ହେବ ।
ସର୍ବଦା ଘରର ଅସୁବିଧା କିମ୍ବା କୌଣସି ଜିନିଷକୁ ନେଇ ବୁଝେଇବାର ଥିଲେ ଉଚ୍ଚ ସ୍ୱରରେ ନ କହି ନିଜ ସରରେ ସମାଧାନ କରନ୍ତୁ । ଯଦି ଆପଣ ଅନୁଭବ କରୁଛନ୍ତି ଯେ କାହାର କଥା ଠିକ୍ ନୁହେଁ, ସେ ଭୁଲ୍ କରୁଛନ୍ତି, ଏହା ପରିବାରର ସ୍ୱାର୍ଥରେ ନାହିଁ, ତେବେ ତାଙ୍କୁ ଆଦୌ ସମର୍ଥନ କରନ୍ତୁ ନାହିଁ । କିନ୍ତୁ ତାଙ୍କୁ ବୁଝାଇ ଦିଅନ୍ତୁ, ତାଙ୍କ ପାଇଁ କ'ଣ କ୍ଷତି ହୋଇପାରେ ?












Click it and Unblock the Notifications