ମାନସିକ ଶାନ୍ତି ଚାହୁଁଛନ୍ତି କି? କରନ୍ତୁ ପ୍ରତ୍ୟେକ ଦିନ ଏହି କାମ
ସବୁ ଯୋଗ ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେଉଛି 'ସୂର୍ଯ୍ୟ ନମସ୍କାର'। ଯଦି ଆମେ ଧର୍ମଶାସ୍ତ୍ରକୁ ମାନିବା ତା'ହେଲେ 'ସୂର୍ଯ୍ୟ ନମସ୍କାର' ଜଣେ ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ନିରୋଗ ରଖେ। ପୁରୁଷ, ମହିଳା, ଶିଶୁ ଓ ବୃଦ୍ଧବୃଦ୍ଧା ସମସ୍ତଙ୍କ ପାଇଁ ଏହା ଉପଯୋଗୀ ବୋଲି କୁହାଯାଇଛି।
'ସୂର୍ଯ୍ୟ ନମସ୍କାର' ହେଉଛି ୧୨ଟି ସ୍ଥିତିରେ କରାଯାଉଥିବା ଯୋଗାସନ। ଏହାର ଆସନଗୁଡ଼ିକୁ ବେଶ୍ ସହଜରେ କରାଯାଇପାରିବ। ତା'ହେଲେ ଆସନ୍ତୁ ଜାଣିବା 'ସୂର୍ଯ୍ୟ ନମସ୍କାର'ର କିଛି ଉପକାରିତା ସଂପର୍କରେ।

ମାନସିକ ଶକ୍ତି ବଢ଼େ। ମନ ସ୍ଥିର ରହେ। ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଭିଟାମିନ୍ ଡି ମିଳେ ଯାହା ଶରୀରର ହାଡ଼କୁ ମଜଭୁତ କରେ।
ଆଖିର ଦୃଷ୍ଟିଶକ୍ତି ବଢ଼ାଏ। ରକ୍ତ ସଞ୍ଚାଳନକୁ ସଠିକ୍ ରଖେ। ବ୍ଲଡ୍ ପ୍ରେସର ନିୟନ୍ତ୍ରିତ ହୋଇ ରହେ। ମସ୍ତିଷ୍କ ଥଣ୍ଡା ରହେ। ମୋଟା ଲୋକଙ୍କ ଓଜନ ହ୍ରାସ କରାଇବାରେ ସାହାଯ୍ୟ କରେ। ଚୁଟି ଝଡ଼ିବା ଓ ପାଚିବାରୁ ମୁକ୍ତି ମିଳେ। କ୍ରୋଧ ନିୟନ୍ତ୍ରିତ ହୁଏ। ଅଣ୍ଟା ପତଳା ହୁଏ ଓ ହାଡ଼ ମଜଭୁତ ହୁଏ। ଚର୍ମ ରୋଗ ସମ୍ଭାବନା ସମାପ୍ତ ହୋଇଯାଏ।












Click it and Unblock the Notifications