ମିଠା ଜହର ଚିନି, ଡିମେନସିଆଠୁ ଆରମ୍ଭ କରି ଡିପ୍ରେସନ୍ ଭଳି ମାରାତ୍ମକ ରୋଗର ହୋଇଥାଏ କାରଣ
ଜଣେ ଲୋକ ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ୨୦ କିଲୋ ଚିନି ଖାଇଥାଏ । ହେଲେ ଅଧିକାଂଶ ଲୋକ ଜାଣନ୍ତି ମିଠାର ଏକ ନିଶା ହେଉଛି ଚିନି । ଟାଇପ୍ ୨ ଡାଇଭେଟିସର ବଡ କାରଣ ହେଉଛି ଅଧିକ ଚିନି ଖାଇବା ।
ଯେଉଁମାନେ ନିୟମିତ ଅଧିକ ଚିନି ଖାଇଥାନ୍ତି ସେମାନଙ୍କ ପାନକ୍ରିୟ ଅଧିକ ଇନସୁଲିନ୍ ଉତ୍ପନ୍ନ କରିଥାଏ ଏବଂ ଶରୀରର କୋଷଗୁଡିକ ଇନ୍ସୁଲିନ୍ ପ୍ରତିରୋଧ ବିକଶିତ କରିଥାଏ । ଏହାର ଅର୍ଥ ହେଉଛି ଗ୍ଲୁକୋଜକୁ ସହଜରେ ଶରୀରର କୋଷରେ ସଂଗ୍ରୁହିତ କରାଯାଇପାରିବ ନାହିଁ । ଯାହା ଫଳରେ ରକ୍ତ ପ୍ରବାହରେ ଚିନି ଅଧିକ ହୋଇଯାଇଥାଏ ।
ସ୍ବାସ୍ଥ୍ଯ ବିଶେଷଜ୍ଞଙ୍କ ଅନୁସାରେ, ଯେତେବେଳେ ଆମେ ଚିନି ଖାଉ ସେତେବେଳେ ଆମ ମସ୍ତିସ୍କରେ ବଡ ମାତ୍ରାରେ ଡୋପାମାଇନ୍ ଅର୍ଥାତ୍ ଭଲ ଅନୁଭବ ହେଉଥିବା ଏକ ହରମୋନ୍ ଉତ୍ପନ୍ନ ହୋଇଥାଏ । ବଜାରରେ ମିଳୁଥିବା ଅଧିକାଂଶ ଖାଦ୍ୟ ପଦାର୍ଥରେ ଖୁବ୍ ଚିନି ମିଶାଯାଇଥାଏ । ଯାହା ଦ୍ବାରା ଆମେ କେଚ୍ ଅପ୍ , ଦହି, ପେଷ୍ଟ୍ରି ଆଦି ଖାଦ୍ଯକୁ ଅଧିକ ଆକର୍ଷିତ ହୋଇଥାଉ । ଯାହା ଆମ ଶରୀର ପାଇଁ ଖୁବ୍ କ୍ଷତିକାରକ ।

ତେବେ ଚିନି ଖାଇବା ଦ୍ବାରା ମସ୍ତିସ୍କରେ ଭଲ ଅନୁଭବ ହେବାର ଯେଉଁ ହରମୋନ୍ ଉତ୍ପନ୍ନ ହୋଇଥାଏ ତାହାର ପ୍ରଭାବ ମାତ୍ର ୧୫ ରୁ ୪୦ ମିନିଟ୍ ଯାଏଁ ରହିଥାଏ । ନ୍ଯୁରୋଲଜିକାଲ୍ ସମସ୍ଯା ଯେମିତିକି ଡିପ୍ରେସନ୍, ଚିନ୍ତା, ଡିମେନଶିଆ ଏପରିକି ଅଲଜାଇମର୍ ଭଳି ରୋଗର କାରଣ ହୋଇଥାଏ ଚିନି । ଯାହା ମସ୍ତିସ୍କକୁ ଧୀର କରିଦିଏ । ଯାହା ଫଳରେ ସ୍ମରଣ ଶକ୍ତି ଧୀରେ ଧୀରେ କ୍ଷୀଣ ହୋଇଯାଏ ।
ଏକ ମିଠା ବିଷ ହେଉଛି ଚିନି । ପ୍ରୋସେସ୍ଡ ଧଳା ଚିନି ପାଚନ ତନ୍ତ୍ର ପାଇଁ ସବୁଠାରୁ ହାନିକାରକ । ଖାସ୍ କରି ସେହିମାନଙ୍କ ପାଇଁ ଯେଉଁମାନଙ୍କୁ କାର୍ବୋହାଇଡ୍ରେଟକୁ ହଜମ କରିବାରେ ସମସ୍ଯା ହୋଇଥାଏ । ଏହା ମହିଳାମାନଙ୍କ ହରମୋନ୍ ଅସନ୍ତୁଳନକୁ ବଢାଇଥାଏ । ଚିନିଠାରୁ ସୁରକ୍ଷିତ ହେଉଛି ଆଖୁ ରସ, ଗଡ କିମ୍ବା ବ୍ରାଉନ୍ ସୁଗାର । ଯାହାକୁ ପ୍ରାଚୀନ କାଳରେ ବ୍ଯବହାର କରାଯାଉଥିଲା ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications