ଶିଢ଼ି ଚଢ଼ିବାରେ କଷ୍ଟ ଅନୁଭବ କରୁଛନ୍ତି କି? ଜାଣନ୍ତୁ କଣ ପାଇଁ ହୋଇଥାଏ ଏଭଳି

ପ୍ରାୟ ଲୋକଙ୍କ ଠାରୁ ଶୁଣିବାକୁ ମିଳିଥାଏ ଯେ ଶିଡ଼ି ଚଢିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ହେଉଛି । ଏପରିକି କିଛି ଲୋକ ୨/୪ଟି ଶିଡ଼ି ଚଢ଼ିବା ପରେ ଏଭଳି ସମସ୍ୟା ଭୋଗୁଥିବା ଦେଖିବାକୁ ମିଳିଥାଏ । ଏହି ସମସ୍ୟା ବିଭିନ୍ନ ବୟସର ଲୋକଙ୍କଠାରେ ଦେଖାଦିଏ । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଏଭଳି ସମସ୍ୟା ଉପୁଜିଥାଏ । ଯେଉଁ ଲୋକମାନେ ନିଜ ସାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତି ନାହିଁ, ସେମାନେ ଏଭଳି ଦୁର୍ବଳ ଅନୁଭବ କରିଥାନ୍ତି ।

ଆଉ ଶିଡ଼ି ଚଢ଼ିବାରେ କଷ୍ଟ ଅନୁଭବ କରିଥାନ୍ତି । ଚାଲନ୍ତୁ ଜାଣିବା ଏହି ସମସ୍ୟାରୁ ମୁକ୍ତି ପାଇବାର ଉପାୟ । ଯେଉଁ ଲୋକଙ୍କ ଶରୀରରେ ପୋଷକ ତତ୍ତ୍ୱର ଅଭାବ ଥାଏ । ସେମାନଙ୍କଠାରେ ଏଭଳି ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ନିଜ ଡାଏଟ୍‌ରେ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟକୁ ସାମିଲ୍ କରନ୍ତୁ । ଆପଣଙ୍କ ଶରୀରକୁ ଶକ୍ତି ମିଳିବ । ଫଳରେ ଶିଢ଼ି ଚଢ଼ିବା ସମୟରେ ଧଇଁସଇଁ ହେବେ ନାହିଁ । ନିୟମିତ ଭରପୂର ନିଦରେ ଶୁଅନ୍ତୁ ।

ଭଲରେ ନ ଶୋଇବା ଯୋଗୁ ଥକା ଅନୁଭବ ହୋଇ ଏଭଳି ସମସ୍ୟା ଆସୁଥାଇପାରେ । ବଢୁଥିବା ଓଜନ ମଧ୍ୟ ଏଭଳି ସମସ୍ୟାର ଅନ୍ୟତମ କାରଣ ହୋଇପାରେ । ମୋଟାପଣ ମଧ୍ୟ ଆପଣଙ୍କୁ ଶିଢ଼ି ଚଢ଼ିବାରେ ସମସ୍ୟା ସୃଷ୍ଟି କରିପାରେ । ନିୟମିତ ଯୋଗାସନ ଓ ବ୍ୟାୟାମ କରିବା ସହ ତୈଳଯୁକ୍ତ ଖାଦ୍ୟଠାରୁ ଦୂରେଇ ରହି ସବୁଜ ପନିପରିବାକୁ ଖାଦ୍ୟରେ ସାମିଲ୍ କରିବା ଉଚିତ୍ । ସକାଳୁ ଶୀଘ୍ର ଉଠିବାକୁ ଚେଷ୍ଟା କରନ୍ତୁ ।

Reasons Walking Up Stairs Is Hard and

ଅଧୁକ ଡେରି ଯାଏ ଶୋଇବା ଯୋଗୁ ଏଭଳି ସମସ୍ୟା ମଧ୍ୟ ହୋଇପାରେ । ଯଦି ନିଜ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପରେ ଏଭଳି ସମସ୍ୟା ଉପୁଜେ, ତେବେ ଏହା ଅନ୍ୟ କୌଣସି ରୋଗର ଲକ୍ଷଣ ହୋଇପାରେ । ଶରୀରରେ ପାଣିର ଅଭାବରୁ ଏଭଳି ସମସ୍ୟା ଉପୁଜିପାରେ । ଜଳାଭାବ ଯୋଗୁ ସିଜିରେ ଉଠିବା ସମୟରେ ଧଇଁସଇଁ ଲାଗିଥାଏ । ତେଣୁ ନିୟମିତ ଆବଶ୍ୟକ ପରିମାଣର ପାଣି ପିଇବା ସହ ପଇଡ଼ ପାଣି ଓ କୁସ ପିଇପାରିବେ । ସେହିପରି ଚିନ୍ତା ଯୋଗୁ ମଧ୍ୟ ଶିଢ଼ି ଚଢ଼ିବା ସମୟରେ ଧଇଁସଇଁ ଲାଗିଥାଏ । ତେଣୁ ନିଜକୁ ଚିନ୍ତାମୁକ୍ତ ରଖିବାର ପ୍ରୟାସ କରନ୍ତୁ । ଏହାବ୍ୟତୀତ ଶରୀରରେ ରକ୍ତ ଅଭାବରୁ ମଧ୍ୟ ଏମିତି ସମସ୍ୟା ଉପୁଜିପାରେ । ତେଣୁ ନିଜର ରୁଟିନ୍ ଚେକ୍‌ଅପ୍ କରାଇ ନିଅନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+