କୋଷ୍ଠକାଠିନ୍ୟ ପାଇଁ ରାମ ବାଣ ହେଉଛି ତେଜପତ୍ର, ଜାଣନ୍ତୁ କାହିଁକି

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ପାଇଁ କୋଷ୍ଠକାଠିନ୍ୟ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବିଶେଷ କରି ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ଜୀବନଶୈଳୀ ପାଇଁ ଏହି ସମସ୍ୟା ଅଧିକ ବଢି ଯାଇଛି ।

tejpatra

ସକାଳ ସମୟରେ ପେଟ ଭଲ ଭାବେ ସଫା ନହେଲେ ଦିନଯାକ ପେଟ ଜନିତ ସମସ୍ୟା ସହ ଭାରୀପଣ ଅନୁଭବ ହୋଇଥାଏ । ଅନେକ ସମୟରେ ଏଥିପାଇଁ ପେଟରେ ଯନ୍ତ୍ରଣା ଅନୁଭବ ହେବା ସହ ବ୍ୟସ୍ତତା ଅନୁଭବ ହୋଇଥାଏ । ଏହି ସମସ୍ୟା ଲାଗି ରହୁଥିଲେ କିଛି ଘରୋଇ ଉପାୟ ଦ୍ୱାରା ଦୂର କରି ପାରିବେ । ତୁରନ୍ତ ଏହି ସମସ୍ୟାରୁ ମୁକ୍ତି ମିଳି ପାରିବ ।

ସମୟ ଅନୁଯାୟୀ କୋଷ୍ଠକାଠିନ୍ୟ ଦୂର ନହେଲେ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସହ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ ।
କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀରକୁ ଏକ ପାତ୍ରରେ ନେଇ ଏକ ତେଜପତ୍ର ପକାଇ ଭଲ ଭାବେ ଫୁଟାନ୍ତୁ । ଏହାକୁ ଥଣ୍ଡା କରି ଉଷୁମ ଉଷୁମ ପିଅନ୍ତୁ । ଏହି କ୍ଷୀରକୁ ପିଇବା ଦ୍ୱାରା ପେଟ ଭଲ ଭାବେ ସଫା ହୋଇଥାଏ ।

ଏହା ବ୍ୟତୀତ କୋଷ୍ଠକାଠିନ୍ୟ ସମସ୍ୟା ଦୂର ପାଇଁ ନିଜ ଖାଦ୍ୟରେ ଫାଇବର ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ସଠିକ୍‌ ସମୟରେ ଖାଦ୍ୟ ସେବନ ସହ ଶୋଇବା ଦ୍ୱାରା ଏହି କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+