Raksha Bandhan: କାହିଁକି ଭଦ୍ରାକଳରେ ରାକ୍ଷୀ ବନ୍ଧା ଯାଏ ନାହିଁ ?
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ଵକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ । ବଦଳରେ ଭାଇ ତାର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ ।
ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ । ପବିତ୍ର ଗହ୍ମାପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ର ବି ସାନ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବେ ।
। ଭଦ୍ରାକାଳରେ ମଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ । ଯେମିତି ବିବାହ, ବ୍ରତ, ଭୂମିପୂଜା ଆଦି କରାଯାଏ ନାହିଁ । ତେବେ ଚାଲନ୍ତୁ ଜାଣିବା କଣ ଏହି ଭଦ୍ରାକାଳ ?
ଭଦ୍ରା କିଏ ?
ପୁରାଣ ଅନୁଯାୟୀ ଭଦ୍ରା ହେଉଛନ୍ତି ଶନିଦେବଙ୍କ ଭଉଣୀ ଏବଂ ସୂର୍ଯ୍ୟଦେବଙ୍କ ଝିଅ । ତାଙ୍କ ପ୍ରକୃତି ମଧ୍ୟ ତାଙ୍କ ଭାଇ ଶନିଙ୍କ ପରି କଠୋର ବୋଲି ବିବେଚନା କରାଯାଏ ।
ଭଦ୍ରାକାଳ କ'ଣ ?
ଭଦ୍ରାଙ୍କ ପ୍ରକୃତି ବୁଝିବା ପାଇଁ ବ୍ରହ୍ମଦେବ ତାଙ୍କୁ ସମୟ ଗଣନାରେ ଏକ ବିଶେଷ ସ୍ଥାନ ଦେଇଛନ୍ତି । ହିନ୍ଦୁ କ୍ୟାଲେଣ୍ଡରକୁ ପ୍ରମୁଖ ଭାଗରେ ବିଭକ୍ତ କରାଯାଇଛି । ଏଗୁଡ଼ିକ ହେଉଛି ତିଥି, ବାର, ଯୋଗ, ନକ୍ଷତ୍ର ଏବଂ କରଣ । ଏଥିରେ ୧୧ଟି କରଣ ରହିଥାଏ, ସେଥିମଧ୍ୟରୁ ସପ୍ତମ କରଣ ବିଷ୍ଣୁଙ୍କ ନାମ ଭଦ୍ରା ।
କାହିଁକି ଭଦ୍ରାକଳରେ ରାକ୍ଷୀ ବନ୍ଧା ଯାଏ ନାହିଁ ?
ଭଦ୍ରାକାଳରେ ଯାତ୍ରା, ଶୁଭ କାମ ଇତ୍ୟାଦି ନିଶେଦ୍ଧ ହୋଇଥାଏ । ରକ୍ଷା ବନ୍ଧନକୁ ଏକ ଶୁଭ କାର୍ଯ୍ୟ ଭାବରେ ବିବେଚନା କରାଯାଏ । ଏହି କାରଣରୁ ରାକ୍ଷୀ ଭଦ୍ରାକାଳରେ ବନ୍ଧା ଯାଇ ନଥାଏ । ବିଶ୍ୱାସ କରାଯାଏ ଯେ, ଲଙ୍କା ଅଧିପତି ରାବଣଙ୍କୁ ତାଙ୍କ ଭଉଣୀ ଶୃପଣେଖା ଏହି ଭଦ୍ରାକାଳରେ ରାକ୍ଷୀ ବାନ୍ଧିଥିଲେ । ଯାହା ପରେ ରାବଣର ସର୍ବନାଶ ହୋଇଥିଲା ।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏବର୍ଷ ଭଦ୍ରାକାଳ ପାତାଳ ଲୋକରେ ଲାଗି ରହିବ । ଭଦ୍ରା ଯେଉଁ ଲୋକରେ ବାସ କରେ ସେହି ଲୋକରେ ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ । ଅନ୍ୟ ଲୋକରେ ମାଙ୍ଗଳିକ କାର୍ଯ୍ୟ କରିବାରେ ଅସୁବିଧା ନାହିଁ । ତେଣୁ ଆଜି ରାକ୍ଷୀ ପୂର୍ଣ୍ଣିମା ପାଳନ କରିପାରିବେ ।












Click it and Unblock the Notifications