ରାକ୍ଷୀ ପୂର୍ଣ୍ଣିମା କେବେ ? ଅଗଷ୍ଟ ୮ ନା ୯ ତାରିଖ ?
ଭାଇ ଓ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ହେଉଛି ରାକ୍ଷୀ ପୂର୍ଣ୍ଣିମା । ଯାହାକୁ ରକ୍ଷା ବନ୍ଧନ ମଧ୍ୟ କୁହାଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ, ଏହି ପର୍ବ ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ । ୨୦୨୫ ମସିହାରେ ରାକ୍ଷୀ ବନ୍ଧନ ପର୍ବର ତାରିଖ, ଶୁଭ ମୁହୂର୍ତ୍ତ, ଭଦ୍ରା କାଳ ଏବଂ ରାହୁ କାଳକୁ ନେଇ ସମ୍ପୂର୍ଣ୍ଣ ବିବରଣୀ ଜାଣନ୍ତୁ ।
ରକ୍ଷା ବନ୍ଧନ ଅଗଷ୍ଟ ୯ ତାରିଖ, ଶନିବାର ଦିନ ପାଳନ କରାଯିବ । ପୂର୍ଣ୍ଣିମା ତିଥି ଅଗଷ୍ଟ ୮ ତାରିଖ (ଶୁକ୍ରବାର) ଅପରାହ୍ନ ୨ଟା ୧୨ ମିନିଟରୁ ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖ (ଶନିବାର) ଦିନ ଅପରାହ୍ନ ୧ଟା ୨୪ ମିନିଟରେ ସମାପ୍ତ ହେବ । ହିନ୍ଦୁ ଧର୍ମରେ ଉଦୟା ତିଥିକୁ ଗୁରୁତ୍ୱ ଦିଆଯାଉଥିବାରୁ ଅଗଷ୍ଟ ୯ ତାରିଖରେ ହିଁ ଏହି ପର୍ବ ପାଳନ କରାଯିବ ।

ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ
ରାକ୍ଷୀ ବାନ୍ଧିବା ପାଇଁ ଏକ ଦୀର୍ଘ ଶୁଭ ସମୟ ରହିଛି । ଭଉଣୀମାନେ ନିଜ ଭାଇମାନଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଶୁଭ ମୁହୂର୍ତ୍ତଗୁଡ଼ିକ ହେଲା:
ପ୍ରାତଃକାଳୀନ ମୁହୂର୍ତ୍ତ: ସକାଳ ୫ଟା ୪୭ ମିନିଟରୁ ଅପରାହ୍ନ ୧ଟା ୨୪ ମିନିଟ୍ ପର୍ଯ୍ୟନ୍ତ । ଏହି ସମୟ ପ୍ରାୟ ୭ ଘଣ୍ଟା ୩୭ ମିନିଟ୍ ଧରି ରହିବ ।
ଅପରାହ୍ନ ମୁହୂର୍ତ୍ତ : ଶାସ୍ତ୍ର ଅନୁଯାୟୀ, ଅପରାହ୍ଣ ସମୟ ରାକ୍ଷୀ ବାନ୍ଧିବା ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଅପରାହ୍ଣ ମୁହୂର୍ତ୍ତ ଦିନ ୧ଟା ୪୧ ମିନିଟରୁ ୨ଟା ୫୪ ମିନିଟ୍ ପର୍ଯ୍ୟନ୍ତ ରହିବ ।
ପ୍ରଦୋଷ କାଳ: ଯଦି କୌଣସି କାରଣବଶତଃ ଦିନରେ ରାକ୍ଷୀ ବାନ୍ଧିବା ସମ୍ଭବ ନ ହୁଏ, ତେବେ ସନ୍ଧ୍ୟାରେ ପ୍ରଦୋଷ କାଳରେ ମଧ୍ୟ ରାକ୍ଷୀ ବନ୍ଧାଯାଇ ପାରିବ ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications