ଆପଣ ଖାଉଛନ୍ତି କି ଅଣ୍ଡା, ଆପଣଙ୍କୁ ହୋଇପାରେ....
ଭୁବନେଶ୍ୱର: ସାଧାରଣତଃ ଅନେକ ଲୋକ ସକାଳ ଜଳଖିଆରେ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି । ଅଣ୍ଡାରେ ପ୍ରୋଟିନ୍ ଭରପୁର ପରିମାଣରେ ଥାଏ । ଅଣ୍ଡାକୁ ପ୍ରୋଟିନର ସବୁଠାରୁ ଉତ୍କୃଷ୍ଟ ଉତ୍ସ ବୋଲି କୁହାଯାଏ । ଅଣ୍ଡାକୁ ଯେ କେବଳ ଜଳଖିାଆରେ ଖିଆ ଯାଏ ତାହା ନୁହେଁ, ଅଣ୍ଡାକୁ ଲଞ୍ଚ୍ ଓ ଡିନର୍ ରେ ମଧ୍ୟ ଖିଆଯାଏ । ତେବେ କିଛି ରିସର୍ଚ୍ଚର ଏହା ଜଣାପଡିଛି ଯେ କିଛି ଏପରି ରୋଗରେ ପୀଡିତ ବ୍ୟକ୍ତି ଅଣ୍ଡା ଖାଇବା ଉଚିତ୍ ନୁହେଁ । କାରଣ ଅଣ୍ଡା ଖାଇବା ଦ୍ୱାରା ସେହି ରୋଗୀଙ୍କର କିଛି ଅଙ୍ଗ ନଷ୍ଟ ହୋଇଯିବାର ଆଶଙ୍କା ରହିଥାଏ । ତେବେ ଆସନ୍ତୁ ଜାଣିବା ସେହି ରୋଗ ବିଷୟରେ...
ହୃଦୟ ଜନିତ ରୋଗ: ହୃଦୟ ସହ ଜଡିତ ରୋଗରେ ପୀଡିତ ଥିବା ବ୍ୟକ୍ତି ଅଣ୍ଡା ଖାଇବା ଉଚିତ୍ ନୁହେଁ । ଅଣ୍ଡା ଖାଇବା ଦ୍ୱାରା ସେମାନଙ୍କର ରୋଗ ବଢିପାରେ । ଏହି କାରଣରୁ ସେମାନଙ୍କ ଶରୀରରେ ରକ୍ତ ସଞ୍ଚାଳନରେ ସମସ୍ୟା ଦେଖାଦେଇପାରେ । ଯାହା ତାଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।
ଡାଇରିଆ: ଅଣ୍ଡା ଶରୀରକୁ ଗରମ ପ୍ରଦାନ କରେ । ଏପରି ପରିସ୍ଥିତିରେ ଯଦି କୌଣସି ବ୍ୟକ୍ତି ଡାଇରିଆ ରୋଗରେ ପୀଡିତ ଥାଆନ୍ତି ତେବେ ସେମାନେ ଅଣ୍ଡା ଖାଇବା ଉଚିତ୍ ନୁହେଁ । ଏହା ଦ୍ୱାରା ସେମାନଙ୍କ ପେଟ ଜନିତ ସମସ୍ୟା ଅଧିକ ବଢିପାରେ ।
କୋଷ୍ଠକାଠିନ୍ୟ: କୋଷ୍ଠକାଠିନ୍ୟରେ ପୀଡିତ ବ୍ୟକ୍ତି ଅଣ୍ଡା ଖାଇବା ଉଚିତ୍ ନୁହେଁ । କାରଣ ଏହା ତାଙ୍କ ଶରୀରର ହଜମ ପ୍ରକ୍ରିୟାରେ ଜଡିତ ସମସ୍ୟାକୁ ଆହୁରି ବଢାଇଥାଏ ।

କୋଲେଷ୍ଟ୍ରଲ: କୋଲେଷ୍ଟ୍ରଲରେ ପୀଡିତ ଲୋକମାନେ ଆଦୌ ଅଣ୍ଡା ଖାଇବା ଉଚିତ୍ ନୁହେଁ। କାରଣ ଅଣ୍ଡାର କେଶରରେ ଅଧିକ ଫ୍ୟାଟ୍ ଅଂଶ ରହିଥାଏ । ଫଳରେ ଏହାକୁ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା ଅଧିକ ବଢିଯାଇଥାଏ ।
ମଧୁମେହ: ମଧୁମେହ ରୋଗୀମାନେ ଅଣ୍ଡା ଖାଇବା ଠାରୁ ନିଜକୁ ଦୂରେଇ ରହିବା ଉଚିତ୍। ଅଣ୍ଡାରେ ଥୋବା ଧଳା ଅଂଶ ମଧୁମେହର ମାତ୍ରାକୁ ବଢାଇପାରେ । ଯଦି ଆପଣଙ୍କୁ ଅଣ୍ଡା ଖାଇବା ପସନ୍ଦ ତେବେ ନିଶ୍ଚିତ ଭାବରେ ଥରେ ଡାକ୍ତରଙ୍କ ସହିତ ପରାମର୍ଶ କରିନେବା ଉଚିତ୍ ।












Click it and Unblock the Notifications