ଗର୍ଭବତୀ ମହିଳା ମାନେ ଧ୍ୟାନ ଦିଅନ୍ତୁ; ଏଭଳି ଖାସ ଉପାୟ କରି ପାଇ ପାରିବେ ସନ୍ତାନ ସୁଖ

ବିବାହିତ ଦମ୍ପତ୍ତିଙ୍କର ସବୁଠାରୁ ବଡ଼ ସୁଖ ହେଉଛି ସନ୍ତାନ ସୁଖ। ଲୋକେ ସନ୍ତାନ ପ୍ରାପ୍ତି କରିବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଥାନ୍ତି। ପରିବାରରେ ଶିଶୁ ଟିଏ ଥିଲେ, ଘର କୋଳାହଳ ଓ ହସଖୁସିରେ ଭରି ଯାଇଥାଏ। ଆଜି ଆମେ ଆପଣଙ୍କୁ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ସନ୍ତାନ ସୁଖ ପ୍ରାପ୍ତ କରି ପାରିବେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପ୍ରତ୍ୟେକ ପରିବାର ଲୋକେ ସୁସ୍ଥ ସିଟି ଟିଏ ପାଇବା ପାଇଁ ଆଶା ରଖିଥାନ୍ତି। ଗର୍ଭ ଧାରଣ କରିବା ସମୟରେ ଯଦି ପତିପତ୍ନୀଙ୍କ ମଧ୍ୟରେ ସକାରାତ୍ମକ ଭାବନା ରହିବ, ତାହେଲେ ସୁସ୍ଥ ଓ ଗୁଣବାନ ଶିଶୁ ଜନ୍ମ ହୋଇଥାଏ। ମହିଳା ମାନେ ଗର୍ଭବତୀ ଥିବା ସମୟରେ ତାଙ୍କ ପତିଙ୍କୁ ସଠିକ ଦାୟିତ୍ୱ ବହନ କରିବା ଆବଶ୍ୟକ। ଯେପରି ଘରର ବାତାବରଣ ହସଖୁସିରେ ଭରି ରହିବ। ଗର୍ଭବତୀ ଥିବା ସମୟରେ ପତି କେବେବି ତାଙ୍କ ସହିତ କଳି ଝଗଡା ଆଦି କରିବା ଉଚିତ ନୁହେଁ।

Pregnant women take note

ଗର୍ଭବତୀ ମହିଳା ଭୋଜନ କରିବା ଦ୍ଵାରା ଶିଶୁର ଅଙ୍ଗ ପ୍ରତ୍ୟଙ୍ଗ ଗଠନ ହୋଇଥାଏ। ତେଣୁ ଗର୍ଭବତୀ ମହିଳା ମାନେ ପୋଷଣ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ। କିନ୍ତୁ ବିଶେଷ ରୂପରେ ଧ୍ୟାନ ଦେବେ କି ଗର୍ଭବତୀ ଥିବା ସମୟରେ ଅଧିକ ମିଠା ଆଦି ଅଳ୍ପ ପରିମାଣରେ ସେବନ କରିବା ଉଚିତ। ନଚେତ ଶିଶୁ ଜନ୍ମ ହେବା ପରେ ତାର କ୍ୟାଲସିୟମ ଅଭାବ ହୋଇପାରେ। କାରଣ ଆଜିକାଲି ଖାଦ୍ୟ ଦୂଷିତ ହେବାର ଲାଗିଛି। ଖାଦ୍ୟରେ ଆଉ ପୋଷାକ ତତ୍ଵ ରହୁ ନାହିଁ। ଲୋକେ ପେଟ ପୁରିବା ପାଇଁ ଭୋଜନ କରୁଛନ୍ତି।

ଗର୍ଭ ଧାରଣ ପୂର୍ବରୁ ପତିପତ୍ନୀ ଉଭୟଙ୍କୁ ନିଜ ଆଚରଣ, ବ୍ୟବହାର ସୁଧାରିବା ଆବଶ୍ୟକ। ନଚେତ ଶିଶୁଟି ବଡ଼ ହେବା ପରେ ଖରାପ ଆଚରଣ କଲେ, ପିତାମାତା ସନ୍ତାନଙ୍କୁ ଦୋଷାରୋପ କରିଥାନ୍ତି। କିନ୍ତୁ ପିତାମାତା ଭୁଲି ଯାଇଥାନ୍ତି କି, ତାଙ୍କର ଜାଣତରେ ହେଉ ବା ଅଜାଣତରେ ସେମାନେ ଯେଉଁ କର୍ମ କରିଥାନ୍ତି, ତାର ପରିଣାମ ସ୍ୱରୂପ ସନ୍ତାନ ଉପରେ ପ୍ରଭାବ ପଡିଥାଏ।

ସନ୍ତାନ ଛୋଟ ପିଲା ପାଖରୁ ପିତାମାତାଙ୍କ ପାଖରୁ ଯାହା ଦେଖିବ, ତାହା ସେ ନିଜେ କରିବାକୁ ପ୍ରୟାସ କରିବ। ବୃଦ୍ଧ ଲୋକେ ବା ବରିଷ୍ଠ ବ୍ୟକ୍ତି ମାନେ ପିଲାମାନଙ୍କୁ ଯାହା ଶିଖାଇ ଥାଆନ୍ତି, ସେମାନେ ନିଜେ କେବେବି ନିଜ ଜୀବନରେ ପ୍ରୟୋଗ କରି ନଥାନ୍ତି। ତେଣୁ ବରିଷ୍ଠ ଲୋକେ ଯଦି ନିଜ ସନ୍ତାନଙ୍କୁ ଭଲ ମଣିଷ କରିବାକୁ ଚାହୁଁଛନ୍ତି, ତାହେଲେ ପ୍ରଥମେ ନିଜର ଆଚରଣ ଓ ବ୍ୟବହାର ଠିକ୍ କରିବା ଆବଶ୍ୟକ, ତାହା ଦେଖି ଆପଣଙ୍କ ସନ୍ତାନ ନିଶ୍ଚିତ ଭାବରେ ନିଜକୁ ପରିବର୍ତ୍ତନ କରି ପାରିବେ।

ଗରୁଡ଼ ପୁରାଣରେ ଶ୍ରେଷ୍ଠ ସନ୍ତାନ ପ୍ରାପ୍ତି ପାଇଁ ଅନେକ ଉପାୟ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ପୁରାଣ ଅନୁସାରେ ମାସିକ ଧର୍ମ ହେବାର ଅଷ୍ଟମ ଓ ଚତୁର୍ଦଶ ଦିନ ଗର୍ଭ ଧାରଣ ନିମନ୍ତେ ଅତ୍ୟନ୍ତ ଉତ୍ତମ ମାନା ଯାଇଛି। ଯେଉଁ ଲୋକେ ସନ୍ତାନ ସୁଖ ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ତାହେଲେ ଗୋଟେ ହଳଦିଆ ସୂତାରେ କଉଡ଼ି ପୁରାଇ ନିଜ ଅଣ୍ଟାରେ ବାନ୍ଧି ଦିଅନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ସନ୍ତାନ ସୁଖ ପ୍ରାପ୍ତି ହେବାର ସମ୍ଭାବନା ବୃଦ୍ଧି ହୋଇ ଯାଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+