ଏହି ରୋଗରେ ପୀଡିତ ଲୋକମାନେ ଭୁଲରେ ବି ଖାଆନ୍ତୁ ନାହିଁ ଡାଳିମ୍ବ

ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, ଯେଉଁଥିରେ ଡାଳିମ୍ବ ବହୁତ ଭଲ ବୋଲି କୁହାଯାଏ । ଡାଳିମ୍ବ ଖାଇବା ଦ୍ୱାରା ଶରୀରରେ ବ୍ଲଡ଼ ଲେବଲ ବଢ଼ିଯାଏ । ଏହା ସ୍ୱାସ୍ଥ୍ୟ ସହିତ ସ୍କିନକୁ ଫାଇଦା ଦେଇଥାଏ । ଡାଳିମ୍ବରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ । କିନ୍ତୁ ଆପଣ ଜାଣନ୍ତି କି, ଅନେକ ଲୋକଙ୍କ ପାଇଁ ଡାଳିମ୍ବ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ତେବେ କ'ଣ ସବୁ କ୍ଷତି ହୋଇଥାଏ ଏବଂ କେଉଁମାନେ ଏହାକ ଖାଇବା ମନା ଆସନ୍ତୁ ଜାଣିବା।

ଆଲର୍ଜି ସମସ୍ୟା ଥିଲେ ଡାଳିମ୍ବ ଖାଇବା ଉଚିତ ନୁହେଁ। ଯେଉଁମାନଙ୍କ ସ୍କିନ ଆଲର୍ଜି ସମସ୍ୟା ରହିଛି, ସେମାନେ ଡାଳିମ୍ବ ଖାଇବା ମନା। ଡାଳିମ୍ବ ଖାଇବା ଦ୍ୱାରା ଆଲର୍ଜି ସମସ୍ୟା ଆହୁରି ବଢ଼ିଯାଇପାରେ।

ଯେଉଁମାନଙ୍କ ନିମ୍ନ ରକ୍ତଚାପ ତଥା ଲୋ ବ୍ଲଡପ୍ରେସର ସମସ୍ୟା ରହିଛି, ସେମାନ ମଧ୍ୟ ଡାଳିମ୍ବ ଠାରୁ ଦୂରେଇ ରହିବା ଉଚିତ। ଡାଳିମ୍ବ ସାଧାରଣତଃ ଥଣ୍ଡା ଫଳ। ତେଣୁ ଏହା ଶରୀରରେ ରକ୍ତ ସଂଚାଳନର ଗତିକୁ ଧୀମା କରିଦେଇଥାଏ। ଏହାଦ୍ୱାରା ରକ୍ତଚାପ ଆହୁରି ନିମ୍ନସ୍ତରକୁ ଚାଲିଯାଏ, ଯାହା ଶରୀର ପାଇଁ କ୍ଷତିକାରକ।

pomegranate

ଥଣ୍ଡା, ଜ୍ୱର ବା କାଶ ସମସ୍ୟା ଥିଲେ ଡାଳିମ୍ବ ଖାଆନ୍ତୁ ନାହିଁ। ଏହି ସମୟରେ ଡାଳିମ୍ବ ଖାଇବା ଦ୍ୱାର ଶରୀରରେ ସଂକ୍ରମଣର ଆଶଙ୍କା ବଢ଼ିଥାଏ।

କୋଷ୍ଟକାଠନ୍ୟ ବା ଗ୍ୟାସ ସମସ୍ୟା ଥିଲେ ଡାଳିମ୍ବ ଠାରୁ ଦୂରେଇ ରୁହନ୍ତୁ। ଏଭଳି ସମସ୍ୟା ଥିଲେ ଡାଳିମ୍ବ ଖାଇବା ଦ୍ୱାରା ଶରୀରର ହଜମ ପ୍ରକ୍ରିୟା ଆହୁରି ବିଗିଡି ଯାଇପାରେ।

ଯଦି ଆପଣ କୌଣସି ମାନସିକ ସମସ୍ୟା ସହ ସଂଘର୍ଷ କରୁଛନ୍ତି ଏବଂ ଏଥିପାଇଁ ଔଷଧ ମଧ୍ୟ ଖାଉଛନ୍ତି, ତେବେ ତୁରନ୍ତ ଡାଳିମ୍ବ ଖାଇବା ବନ୍ଦ କରିଦିଅନ୍ତୁ । ଅନ୍ୟଥା ଡାଳିମ୍ବ ଏବଂ ଔଷଧର ମିଶ୍ରଣ ଶରୀରରେ କେମିକାଲ ରିଆକ୍ସନ ସୃଷ୍ଟି କରିପାରେ । ଏଥିସହ ମସ୍ତିସ୍କର ସ୍ନାୟୁ ଉପରେ ମଧ୍ୟ ଏହା ପ୍ରଭାବ ପକାଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+