ଶିଶୁଙ୍କୁ ବାହାରେ ଖେଳାନ୍ତୁ
ବର୍ତ୍ତମାନର କମ୍ପ୍ୟୁଟର ଯୁଗରେ ପିଲାଙ୍କ ପାଇଁ ଘରୁ ବାହାରି ପଡୋଶୀ ଶିଶୁଙ୍କ ସହ ଖେଳିବା ବହୁତ ଜରୁରୀ ହୋଇପଡ଼ିଛି । ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଯେଉଁ ଅଭିଭାବକମାନେ ପିଲାଙ୍କୁ ସ୍କୁଲ୍ ଏବଂ ସ୍କୁଲ୍ ପରେ କେବଳ ଘର ଭିତରେ ଭିଡିଓ ଗେମ୍, କମ୍ପ୍ୟୁଟର ଏବଂ ମୋବାଇଲ୍ ଆଦିରେ ଖେଳିବାକୁ ଛାଡ଼ି ଦେଉଛନ୍ତି, ସେଭଳି ଶିଶୁଙ୍କ ମସ୍ତିଷ୍କ ସକ୍ରିୟ ହେବା ପରିବର୍ତ୍ତେ ସଙ୍କୁଚିତ ହୋଇଯାଉଛି ।
ଯୁବପିଢ଼ିଙ୍କ୍ ତୁଳନାରେ ଛୋଟ ପିଲାମାନଙ୍କ ଶାରୀରିକ ଗତିବିଧିରେ ସକ୍ରିୟତା ଆସୁନାହିଁ । ଏଣୁ ଏମାନଙ୍କୁ ବାହାରେ ଖେଳକୁଦ କରିବାକୁ ଅଧିକ ସମୟ ଦେବା ଉଚିତ୍ । ଗବେଷକଙ୍କ ମତରେ, ଅଭିଭାବକଙ୍କୁ ବୁଝିବା ଦରକାର ପିଲାମାନେ ବାହାରେ ଖେଳକୁଦ କଲେ, ସେମାନଙ୍କ ଶରୀରରୁ ପ୍ରବଳ ଝାଳ ନିର୍ଗତ ହୋଇଥାଏ ।

ଏହାଦ୍ୱାରା ସେମାନଙ୍କ ଶାରୀରିକ ପରିଶ୍ରମ ସାସ୍ଥ୍ୟକୁ ସୁସ୍ଥ ରଖୁଥାଏ । କିନ୍ତୁ ଘର ଭିତରେ ମୋବାଇଲ୍ ଭିଡିଓଗେମ୍ରେ ସମୟ ଅତିବାହିତ କରିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ବଢ଼ିଯାଏ । ବିଶ୍ୱ ସାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହି ଗବେଷଣାକୁ ସବୁଜ ସଙ୍କେତ- ପ୍ରଦାନ କରାଯାଇଛି । ଜର୍ଣାଲ୍ ଅଫ୍ ଫଙ୍କସନାଲ୍ ମୋଫେରେଲୋଜି ଆଣ୍ଡ୍ କିନ୍ସିଓଲଜିରେ ପ୍ରକାଶିତ ଏହି ଗବେଷଣା ପାଇଁ ଗବେଷକମାନେ ଘରେ ସମୟ ବିତାଉଥୁବା ୧୦-୧୭ ବର୍ଷ ବୟସର ପ୍ରାୟ ୧୦୦ ଜଣ ପିଲାଙ୍କୁ ସାମିଲ କରି ଏହି ତଥ୍ୟ ହାସଲ କରିଛନ୍ତି ।












Click it and Unblock the Notifications