ବାସ୍ତୁ ଅନୁଯାୟୀ ଘରେ ଲଗାନ୍ତୁ ଏହି ସବୁ ଗଛ, ମିଳିବ ଶୁଭ ଫଳ

ଭବନ ନିର୍ମାଣ ପାଇଁ ବାସ୍ତୁ ଦେବତା ଓ ବାସ୍ତୁପୁରୁଷଙ୍କର ମହତ୍ତ୍ୱ ରହିଛି। ବାସ୍ତୁ ପୁରୁଷ ଗୃହର ମୁଖ୍ୟ ଦେବତା ଅଟନ୍ତି। ଏହାଙ୍କର ମସ୍ତକ ଐଶାନ୍ୟ ଏବଂ ପାଦ ନୈଋତରେ ରହିଥାଏ। ଦକ୍ଷିଣ ହସ୍ତ ଅଗ୍ନିକୋଣ ଏବଂ ବାମ ହସ୍ତ ବାୟୁ କୋଣରେ ରହିଥାଏ। ଏହି ବାସ୍ତୁ ପୁରୁଷ ଅଧୋମୂଖ ହୋଇ ଭୂମିରେ ଅବସ୍ଥାନ କରିଥାନ୍ତି।

Plant

ଭୂମିରେ ଏହି ବାସ୍ତୁପୁରୁଷଙ୍କର ଅବସ୍ଥିତିକୁ ନେଇ ଏହା ଉପରେ କେଉଁ ଭାଗରେ କ'ଣ ନିର୍ମାଣ କାର୍ଯ୍ୟ କରାଯିବା କଥା ତାହା ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ବାସ୍ତୁଶାସ୍ତ୍ର ଅନୁଶାରେ ଭୂମି ଚୟନ ଭବନ ନିର୍ମାଣ ଏବଂ ଇଣ୍ଟେରିଅର୍ ୱାର୍କ କରାଯାଇଥିଲେ ଗୃହ ମଧ୍ୟରେ ବସବାସ କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇଥାନ୍ତି। ଗୃହ ନିର୍ମାଣ, ଗୃହର ସାଜସଜ୍ଜା ଯେତିକି ମୁଖ୍ୟ ସେତିକି ଗୃହର ପରିବେଶ ବା ଗୃହ ବାହାରେ ଗୃହର ୨୦୦ଫୁଟ ଭିତରେ ଥିବା ବିଭିନ୍ନ ଜିନିଷର ସ୍ଥିତି ମଧ୍ୟ ବାସ୍ତୁକୁ ପ୍ରଭାବିତ କରିଥାଏ। ଯେମିତି ମକ୍ଟଳର, ଜଳାଶୟ, ବୃକ୍ଷଲତା ଆଦି।

ଆଜି ଆମେ ବୃକ୍ଷଲତା ବିଷୟରେ ଜାଣିବା ଯାହା ଗୃହ କର୍ତ୍ତାଙ୍କ ଉପରେ ତୁରନ୍ତ ପ୍ରଭାବ ପକାଇଥାଏ। ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ର ହେଉଛି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଯେତେବେଳେ ଗ୍ରହମାନଙ୍କୁ ବିଚାର କରାଯାଇ ବାସ୍ତୁ ନିର୍ମାଣ କରାଯାଇଥାଏ ସେତେବେଳେ ବାସ୍ତୁର ପୂର୍ଣ୍ଣଫଳ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ରରେ ବୃକ୍ଷଲତାର ସାମଞ୍ଜସ୍ୟ ଗ୍ରହମାନଙ୍କ ସହିତ କିପରି ଅଛି ତାହା ବର୍ଣ୍ଣନା କରାଯାଏ।

ଆଜି ଜାଣିବା ଗୃହକର୍ତ୍ତାଙ୍କର ଜାତକରେ ସୂର୍ଯ୍ୟ ଶୁଭ ଭାବରେ ଥିଲେ ସ୍ୱର୍ଯ୍ୟଙ୍କର ପ୍ରଭାବକୁ ପ୍ରତିନିଧିତ୍ୱ କରୁଥିବା ବୃକ୍ଷ ଗୃହ ପାଖରେ ଲଗାଇଲେ ଶୁଭଫଳ ମିଳିଥାଏ। ଗଛ ଲତା ମଧ୍ୟରେ ଗୋଲମରିଚ, ନାଲିଲଙ୍କା, ତେଜପୁତ୍ର ଗଛ ସୂର୍ଯ୍ୟଙ୍କର ଶକ୍ତି ବିକାଶ କରିଥାଏ। ଏଣୁ ଯଦି ଜାତକରେ ସୂର୍ଯ୍ୟ ଶୁଭସ୍ଥିତିରେ ଅର୍ଥାତ୍ ସୂର୍ଯ୍ୟ ଉଚ୍ଚସ୍ଥ ଅର୍ଥାତ୍ ମେଷ ରାଶିରେ ଏବଂ ଏହା କେନ୍ଦ୍ର କିମ୍ବା ତ୍ରିକୋଣରେ ଥିବେ, ସୂର୍ଯ୍ୟ ଯଦି ନିଜ ରାଶି ଅର୍ଥାତ ସିଂହ ରାଶିରେ ଥିବେ ଏବଂ ଏହା କେନ୍ଦ୍ର କିମ୍ବା କୋଣରେ ଅବସ୍ଥାନ କରିଥିବେ ଏବଂ ସୂର୍ଯ୍ୟ ଯଦି ମିତ୍ର ଗ୍ରହରେ ଅର୍ଥାତ୍ ବୃହଷ୍ପତି କିମ୍ବା ମଙ୍ଗଳଙ୍କ ଗୃହରେ ଥିବେ ଏବଂ ଯଦି ସୂର୍ଯ୍ୟ ଏକାଦଶ ଭାବରେ ଥିବେ ତେବେ ଏହି ସବୁ ବୃକ୍ଷ ଗୃହରେ ଥିଲେ ସୂର୍ଯ୍ୟଙ୍କର ଶୁଭଶକ୍ତି ଅଧିକ ମିଳିଥାଏ ଯାହାଦ୍ୱାରା ଗୃହକର୍ତ୍ତାଙ୍କର ମଙ୍ଗଳ ହୋଇଥାଏ।

କିନ୍ତୁ ସୂର୍ଯ୍ୟ ଯଦି ଜାତକରେ ଉପର ଲିଖିତ ଶୁଭ ଭାବରେ ନ ଥାଇ ଅଶୁଭ ଗ୍ରହମାନଙ୍କରେ ଥାଆନ୍ତି କିମ୍ବା ଅଶୁଭ ଗ୍ରହମାନଙ୍କ ଓ ଯୁକ୍ତହୋଇ ଜାତକରେ ଅବସ୍ଥାନ କରିଥାନ୍ତି ତେବେ ଗୃହକର୍ତ୍ତାଙ୍କର ସୂର୍ଯ୍ୟଙ୍କର ଅଶୁଭ ଫଳ ଅଧିକ ମିଳିଥାଏ ଫଳରେ ଗୃହକର୍ତ୍ତାଙ୍କର ଅମଙ୍ଗଳ ହୋଇଥାଏ । ଏଣୁ ବୃକ୍ଷଲତା ଗୃହ ମଧ୍ୟରେ ଲଗାଇଲାବେଳେ ଏହି ସବୁ ତଥ୍ୟ ପ୍ରତି ଧ୍ୟାନ ଦେଲେ ଗୃହକର୍ତ୍ତାଙ୍କ ପ୍ରତି ଶୁଭ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+