ବାସ୍ତୁ ଅନୁସାରେ ଲଗାନ୍ତୁ ଏହିସବୁ ଗଛ, ପ୍ରାପ୍ତ ହେବ ସକାରାତ୍ମକ ଶକ୍ତି

ସକାରାତ୍ମକ ଶକ୍ତି ବୃଦ୍ଧି ପାଇଁ ବାସ୍ତୁଶାସ୍ତ୍ରରେ ବିଭିନ୍ନ ପ୍ରକାର ଗଛର ମହତ୍ତ୍ବ ସମ୍ପର୍କରେ ଉଲ୍ଲେଖ ଅଛି। ଉକ୍ତ ଗଛଗୁଡ଼ିକୁ ସକାରାତ୍ମକ ଶକ୍ତିର ଉତ୍ସ ବୋଲି କୁହାଯାଏ। ତେବେ ବାସ୍ତୁ ନିୟମ ଅନୁସାରେ, ଘରର ମୁଖ୍ୟ ଦ୍ବାରରେ କେଉଁସବୁ ଗଛ ରଖÒପାରିବେ ଆସନ୍ତୁ ଜାଣିବା...

ତୁଳସୀ
ଧାର୍ମିକ ଓ ବାସ୍ତୁ ନିୟମ ଅନୁସାରେ, ତୁଳସୀ ଗଛ ବହୁତ ଗୁରୁତ୍ବପୂର୍ଣ୍ଣ। ଏହାକୁ ସକାରାତ୍ମକ ଶକ୍ତିର ଉତ୍ସ ଭାବରେ ବିବେଚନା କରାଯାଏ। ତୁଳସୀ ଗଛ ଦ୍ବାରା ଘରର ଆଖପାଖର ପରିବେଶ ସୁଗନ୍ଧିତ ରହିବା ସହିତ ଏହା ସକାରାତ୍ମକ ଶକ୍ତି ଏବଂ ଧନସମ୍ପଦକୁ ଆକର୍ଷିତ କରିଥାଏ। ତେଣୁ ତୁଳସୀ ଗଛ ଘର ପାଇଁ ଭାଗ୍ୟଶାଳୀ ବୋଲି ବିବେଚନା କରାଯାଏ।

ମଲ୍ଲୀ
ଘରର ସକାରାତ୍ମକ ଶକ୍ତି ବୃଦ୍ଧି ପାଇଁ ମଲ୍ଲୀ ବେଶ୍‌ ଲାଭଦାୟକ। ଏହାର ସୁଗନ୍ଧ ଶରୀର ଏବଂ ମନକୁ ସତେଜ ରଖÒଥାଏ। କୁହାଯାଏ ଯେ, ଯଦି ମୁଖ୍ୟ ଦ୍ୱାରରେ ମଲ୍ଲୀ ଗଛ ଅଛି, ତେବେ ଏହା କେବଳ ଘରକୁ ସୁଗନ୍ଧରେ ପରିପୂର୍ଣ୍ଣ କରିବ ନାହିଁ, ବରଂ ଧନ ମଧ୍ୟ ବୃଦ୍ଧି କରିଥାଏ।

Plant these plants according to Vastu you will get positive energy

ମନିପ୍ଲାଣ୍ଟ
ମନିପ୍ଲାଣ୍ଟକୁ ଘରର ମୁଖ୍ୟ ଦ୍ୱାରରେ ଲଗାଇବା ଦ୍ବାରା ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ମନିପ୍ଲାଣ୍ଟକୁ ଘର ଭିତରେ କିମ୍ବା ଘର ବାହାରେ ମଧ୍ୟ ଲଗାଯାଇପାରିବ। ଏହାଦ୍ବାରା ପରିବାରରେ ଖୁସିର ମାହୋଲ୍‌ ରହିଥାଏ। ମନିପ୍ଲାଣ୍ଟ ଦ୍ବାରା ସୁଖସମୃଦ୍ଧି ମଧ୍ୟ ବୃଦ୍ଧି ହୁଏ।
ତାଳ ଗଛ
ତାଳ ଗଛକୁ ବାୟୁ ବିଶୋଧକ ଭାବେ ବିବେଚନା କରାଯାଏ। ତେଣୁ ଏହାକୁ ଘରର ମୁଖ୍ୟ ଦ୍ବାର ପାଖରେ ଲଗାଇ ପାରିବେ। ଘରର ମୁଖ୍ୟ ଦ୍ବାରରେ ତାଳ ଗଛ ଲଗାଇବା ଦ୍ବାରା ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
ଫର୍ଣ୍ଣ ଗଛ
ଫର୍ଣ୍ଣ ଗଛ ଦେଖୀବା ପାଇଁ ଯେତିକି ସୁନ୍ଦର, ଘର ପାଇଁ ସେତିକି ଭାଗ୍ୟଶାଳୀ ମଧ୍ୟ ହୋଇଥାଏ। ବୋଷ୍ଟର୍ଣ୍ଣ ଫର୍ଣ୍ଣ ଗଛକୁ ଘରର ମୁଖ୍ୟ ଦ୍ବାରରେ ସଜାଇ ରଖୀପାରିବେ। ଏହାଦ୍ବାରା ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହା ସହିତ ସୁଖସମୃଦ୍ଧି ମଧ୍ୟ ବୃଦ୍ଧି ହୁଏ।
କମଳା ଗଛ
ଫେଙ୍ଗ୍‌ସୁଇ ଅନୁସାରେ, ଲେମ୍ବୁ ବା କମଳା ଗଛ ମଧ୍ୟ ଘର ପାଇଁ ବହୁତ ଶୁଭ ବୋଲି କୁହାଯାଏ। ଏହାଦ୍ବାରା ସୌଭାଗ୍ୟ ବୃଦ୍ଧି ହୁଏ। ଏହାକୁ ଘରର ମୁଖ୍ୟ କବାଟର ଠିକ୍‌ ସାମନାରେ ରଖୀବା ପରିବର୍ତ୍ତେ ମୁଖ୍ୟ ଦ୍ବାରର ଡାହାଣ ପାର୍ଶ୍ବରେ ରଖନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+