Pitru Paksha 2025: କ’ଣ ଦାନ କରିବେ ନାହିଁ ? କ’ଣ କିଣିବେ ନାହିଁ ?
ଚଳିତ ବର୍ଷ ୭ ସେପ୍ଟେମ୍ବରରେ ଆରମ୍ଭ ହୋଇଛି ପିତୃପକ୍ଷ । ୨୧ ସେପ୍ଟେମ୍ବରରେ ଏହା ଶେଷ ହେବ । ମାନ୍ୟତା ଅନୁସାରେ ଏହି ସମୟରେ ପୂର୍ବପୁରୁଷ ପୃଥିବୀ ପୃଷ୍ଠକୁ ଆସିଥାନ୍ତି । ଶ୍ରାଦ୍ଧ ଓ ତର୍ପଣ ଗ୍ରହଣ କରନ୍ତି । ଏହାଦ୍ୱାରା ପରିବାରରେ ସୁଖଶାନ୍ତି ସହ ପୂର୍ବପୁରୁଷଙ୍କ ଆଶୀର୍ବାଦ ପରିବାର ଲୋକଙ୍କୁ ମିଳିଥାଏ । ପୂର୍ବପୁରୁଷ ଶାନ୍ତ ହୋଇ ଥାନ୍ତି । ପୂର୍ବ ପୁରୁଷ ଅସନ୍ତୁଷ୍ଟ ହେଲେ ଜୀବନରେ ସମସ୍ୟା ସହ ଅସଫଳତା ଲାଗି ରହିଥାଏ ବୋଲି କୁହାଯାଏ ।
ପିତୃପକ୍ଷରେ ପୂର୍ବପୁରୁଷଙ୍କ ପୂଜା କରିବା ସହ ପବିତ୍ର ନଦୀରେ ସ୍ନାନ, ଅସହାୟଙ୍କୁ ଦାନ କରିବା ଉଚିତ୍ । କାହା ସହ କଳହ କରିବା ମଧ୍ୟ ଉଚିତ୍ ନୁହେଁ ।

ପିତୃପକ୍ଷରେ କେଉଁ କାର୍ଯ୍ୟ କରିବା ଉଚିତ୍ ନୁହେଁ..
- ବିବାହ କରନ୍ତୁ ନାହିଁ
- ଗୃହ ପ୍ରବେଶ କରିବା ଅନୁଚିତ୍
- ଦୋକାନ ଉଦଘାଟନ କରନ୍ତୁ ନାହିଁ
- ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ
- ନୂଆ ଜିନିଷ କିଣନ୍ତୁ ନାହିଁ
- ଆମିଷ ଭୋଜନ କରନ୍ତୁ ନାହିଁ
- ଅପରିଷ୍କାର ପୋଷାକ ପିନ୍ଧନ୍ତୁ ନାହିଁ
- ଚମଡା ଜିନିଷ ବ୍ୟବହାର କରନ୍ତୁ ନାହିଁ
- ଜୀବ ହତ୍ୟା କରନ୍ତୁ ନାହିଁ
- ମିଛ କୁହନ୍ତୁ ନାହିଁ, କାହାର ଅପମାନ କରନ୍ତୁ ନାହିଁ
କ'ଣ କିଣିବେ ନାହିଁ
- ସୁନା,ରୁପା ଆଭୂଷଣ
- ନୂଆ ପୋଷାକ
- ଯାନ
- ଘରୋଇ ସାଜସଜ୍ଜା ଜିନିଷ
- ଭୂମି,ଘର
- ଲୁହାରେ ତିଆରି ଜିନିଷ
- ଚମଡାରେ ତିଆରି ଜିନିଷ
କ'ଣ ଦାନ କରିବେ ନାହିଁ
- ଲୁହା ବାସନ
- ଧାରୁଆ ଜିନିଷ
- କାଚରେ ତିଆରି ଜିିନିଷ
- ଚମଡାରେ ତିଆରି ଜିନିଷ
- ପୁରୁଣା, ଛିଣ୍ଡା ପୋଷାକ
- ତେଲ
- ବାସି, ଅଇଁଠା ଖାଦ୍ୟ
- ଲୁଣ
- ପ୍ଲାଷ୍ଟିକ୍ରେ ତିଆରି ଜିନିଷ












Click it and Unblock the Notifications