ପିତୃପକ୍ଷ 2023: ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ ପିତୃପକ୍ଷ, ସାରିନିଅନ୍ତୁ ଏହି ସବୁ କାର୍ଯ୍ୟ

Pitru Paksha 2023: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରୁ ଆରମ୍ଭ କରି ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ରହିଥାଏ । ହିନ୍ଦୁ ଧର୍ମରେ ଏହାର ମହତ୍ୱ ଅଧିକ । ଏହି ସମସୟ ମଧ୍ୟରେ ପିତୃ ପୁରୁଷଙ୍କୁ ଶାନ୍ତି କରିବା ପାଇଁ ତର୍ପଣ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇଥାଏ । ଯାହାଫଳରେ ପିତୃପୁରୁଷଙ୍କ ଆର୍ଶିବାଦ ପ୍ରାପ୍ତି ହୋଇଥାଏ । ଚଳିବ ବର୍ଷ ସେପ୍ଚେମ୍ବର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୧୪ ତାରିଖରେ ଶେଷ ହେବ ପିତୃପକ୍ଷ ।

Pitru Paksha 2023

ପିତୃପକ୍ଷରେ କରନ୍ତୁ ନାହିଁ ଏହି କାର୍ଯ୍ୟ

ତେବେ ପିତୃପକ୍ଷ ଚାଲିବା ସମୟରେ ଯେଉଁମାନେ ୧୫ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାରେ ରୀତିନୀତି କରନ୍ତି, ସେମାନେ ଏହି ସମୟରେ କେଶ ଏବଂ ନିଶ ଦାଢି କାଟିବା ଅନୁଚିତ। ଏପରି କରିବା ଦ୍ୱାରା ଅର୍ଥ ହାନୀ ହେବା ସହ ସ୍ୱାସ୍ଥ୍ୟ ଗତ ସମସ୍ୟା ମଧ୍ୟ ଦେଖାଦେଇଥାଏ । ସେହିପରି ଏହି ସମୟେ ଘରକୁ ଆମିସ ଆଣନ୍ତୁ ନାହିଁ । ସାତ୍ୱିକ ଖାଦ୍ୟ ଖାଇବା ଉଚିତ୍ । ରସୁଣ, ପିଆଜରେ ପ୍ରସ୍ତୁତ ଖାଦ୍ୟ ମଧ୍ୟ ଖାଇବା ଉଚିତ୍ ନୁହେଁ । ଖାସ କରି ଯେଉଁମାନେ ପିତୃପକ୍ଷ ଉପରେ ଦୌନିକ ତର୍ପଣ କରନ୍ତି ସେମାନେ ତମସିକ ଖାଦ୍ୟରୁ ଦୂରେଇ ରହିବା ଉଚିତ୍। ସେହିପରି ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତି ନାହିଁ ।

ପିତୃପକ୍ଷ ଆରମ୍ଭ ପୂର୍ବରୁ ନୂଆ ବସ୍ତ୍ର କିଣି ନିଅନ୍ତୁ । ତେବେ ଯଦି କିଛି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯାଉଛନ୍ତି ତେବେ ଏହା ପୂର୍ବରୁ କରି ନିଅନ୍ତୁ ନଚେତ୍ ପିତୃପକ୍ଷ ସରିବା ପରେ କରନ୍ତୁ । ଚଳିତ ବର୍ଷ ପିତୃପକ୍ଷ ଖୁବ୍ ଖାସ ବୋଲି କୁହାଯାଉଛି କାରଣ ଏଥର ଦୀର୍ଘ ୩୦ ବର୍ଷ ପରେ ପିତୃପକ୍ଷରେ ସ୍ୱାର୍ଥ ସିଦ୍ଧି ଯୋଗ ଓ ଅମୃତ ଯୋଗ ଏକାସାଥୀରେ ପଡୁଛି । ସେଥିପାଇଁ ଏହାରି ପ୍ରଭାବ କିଛି ରାଶି ଉପରେ ମଧ୍ୟ ପଡିବ ।

ତେବେ ଆଶ୍ୱିନ ମାସର ପ୍ରଥମ ପକ୍ଷକୁ "ପିତୃପକ୍ଷ" କୁହାଯାଏ ସେହିପରି ଏହାକୁ ଅମାବାସ୍ୟା "ମହାଳୟା ଅମାବାସ୍ୟା" ନାମରେ ପାଳିତ ହୁଏ। 'ମହାଳୟା' ହିନ୍ଦୁ ଧର୍ମର ବିଶେଷ ଦିନ ଭାବରେ ପରିଗଣିତ । ପୂର୍ବ-ପୁରୁଷଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ଯାଏଁ ପିତୃପକ୍ଷ ପାଳନ କରାଯାଏ । ତେବେ ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡଦାନ କରାଯାଏ । ହିନ୍ଦୁ ଧର୍ମ ଅନୁସାରେ ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଯାହା ଦ୍ୱାରା ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+