Petrol Rate: ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ? ଜାଣନ୍ତୁ ଦର
ପେଟ୍ରୋଲ ଏବଂ ଡିଜେଲ ଦାମ୍ ପ୍ରତିଦିନ ବଦଳିଥାଏ । ଆଜି ଅଏଲ ମାର୍କେଟିଂ କମ୍ପାନୀମାନେ ଦେଶର ସମସ୍ତ ରାଜ୍ୟ ପାଇଁ ପେଟ୍ରୋଲ-ଡିଜେଲ ଦାମ୍ ଜାରି କରିଦେଇଛନ୍ତି । ତଦନୁସାରେ ଦେଶର ଅନେକ ରାଜ୍ୟରେ ଆଜି ପେଟ୍ରୋଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି ।
ଏହା ବ୍ୟତୀତ କିଛି ଏମିତି ରାଜ୍ୟ ଅଛି ଯେଉଁଠି ପେଟ୍ରୋଲ ଏବଂ ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହୋଇନି । ଚାଲନ୍ତୁ ଜାଣିବା ଆଜି ଦେଶର ପ୍ରମୁଖ ସହରରେ ପେଟ୍ରୋଲ-ଡିଜେଲ ଦାମ୍...
ଆଜି ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧.୧୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨ . ୬୯ ପଇସା ରହିଛି । ଏପରିକି ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି ।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୭ ପଇସା ଓ ଡିଜେଲ ଦର ୮୭ ଟଙ୍କା ୬୭ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୫୦ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୦.୦୩ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୫ . ୪୧ ଟଙ୍କା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୦୨ ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୩ ପଇସା ଥିବା ବେଳେ ଡିଜେଲ ଦାମ ୯୨ ଟଙ୍କା ୬୧ ପଇସା ରହିଛି ।
ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।












Click it and Unblock the Notifications