Petrol Price: ଆପଣଙ୍କ ଏରିଆରେ ପେଟ୍ରୋଲ ଓ ଡିଜେଲର ନୂଆ ଦର କେତେ ?
ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି ।
ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଦାମ ସମାନ ରହିଛି । ଅର୍ଥାତ ଗତକାଲି ଭଳି ଆଜି ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ବୁଧବାର ପେଟ୍ରୋଲ ମୂଲ୍ୟ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।
ଭୁବନେଶ୍ବରରେ ପେଟ୍ରୋଲ ଲିଟର ପ୍ରତି ୧୦୧.୦୬ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ରହିଛି ୯୨.୬୪ ଟଙ୍କା ରହିଛି ।ଜୁଲାଇ ୩୦ ଅର୍ଥାତ ମଙ୍ଗଳବାର ଭୁବନେଶ୍ବରରେ ପେଟ୍ରୋଲ ୧୦୦.୦୬ ଟଙ୍କା ଓ ଡିଜେଲ ୯୨.୬୪ ଟଙ୍କା ଥିଲା ।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୯୪.୭୨ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ୮୭.୬୨ ଟଙ୍କା ରହିଛି ।ଅନ୍ୟ ସହର ଗୁଡିକରେ ପ୍ରାୟତଃ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ମୁମ୍ବାଇରେ ପେଟ୍ରୋଲ ୧୦୩.୪୪ ଟଙ୍କା ରହିଥିବା ବେଳେ ଡିଜେଲ ରହିଛି ୮୯.୯୭ ଟଙ୍କା ।
ଚେନ୍ନାଇରେ ପେଟ୍ରୋଲ ଦାମ କମିଛି। ପେଟ୍ରୋଲ ଲିଟର ପ୍ରତି ୧୦୦.୭୫ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପ୍ରତି ୯୨.୩୪ ଟଙ୍କା ରହିଛି ।
କୋଲକାତାରେ ବୁଧବାର ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତିନ ହୋଇ ନାହିଁ । କୋଲକାତାରେ ପେଟ୍ରୋଲ ଲିଟର ପ୍ରତି ୧୦୪.୯୫ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୯୧.୭୬ ଟଙ୍କା ରହିଛି ।
ଅନ୍ୟତମ ପ୍ରମୁଖ ସହର ବେଙ୍ଗାଲୁରୁରେ ଆଜି ପେଟ୍ରୋଲ ୧୦୨.୮୬ ଟଙ୍କା ଓ ଡିଜେଲ ଲିଟର ପ୍ରତି ରହିଛି ୮୮.୯୪ ଟଙ୍କା । ଦରରେ କୌଣସି ପରିବର୍ତ୍ତନ ହୋଇଛି।
ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।
ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।












Click it and Unblock the Notifications