ରାତିରେ ଗାଧୋନ୍ତି ଏହି ଦୁଇ ଦେଶର ଲୋକେ, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ପ୍ରାତଃ ସ୍ନାନ ଶରୀର ପାଇଁ ଉତ୍ତମ। ଆମ ଦେଶରେ ଏହି ଦିନଚର୍ଯ୍ୟା କାହିଁ କେବେଠୁ ରହି ଆସିଛି। ଗ୍ରନ୍ଥ ଓ ପୁରାଣରେ ବି ଏହି କଥା କୁହାଯାଇଛି। ତେବେ ସକାଳୁ ସ୍ନାନ କରିବା ନିୟମ ସବୁଠି ସମାନ ନୁହେଁ। ଆମେରିକା, ୟୁରୋପରେ ଲୋକେ ସକାଳୁ ଗାଧୋଉଥିବା ବେଳେ ଜାପାନ, କୋରିଆ ଏବଂ ଚୀନ୍‌ରେ ରାତିରେ ସ୍ନାନ କରିବାର ପରମ୍ପରା ରହି ଆସିଛି। ଦିନରେ ଶରୀର ବିଷାକ୍ତ ତଥା ଦୂଷିତ ପଦାର୍ଥ ସଂସ୍ପର୍ଶରେ ଆସିଥିଲେ, ରାତିରେ ଗାଧୋଇବା ଦ୍ବାରା ସେସବୁ ଧୋଇ ହୋଇଯାଏ। ଏହାଦ୍ବାରା ଶରୀରକୁ ଆରାମ ମିଳେ ବୋଲି ସେମାନେ ମତ ରଖନ୍ତି। କୋରିଆରେ ଲୋକେ ଦିନରେ କାମ କରି ରାତିରେ ଗାଧୋଇବାକୁ ପସନ୍ଦ କରନ୍ତି। ଶରୀରକୁ ଆରାମ ଓ ଭଲ ନିଦ ପାଇଁ ଏଠାକାର ଲୋକେ ରାତି ଗାଧୁଆକୁ ଗୁରୁତ୍ବ ଦିଅନ୍ତି। ସେହିପରି ଚୀନ୍‌ରେ ରାତି ସ୍ନାନକୁ ଦୈନିକ ସ୍ବଚ୍ଛତାର ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି ବିବେଚନା କରାଯାଏ। ରାତିରେ ସ୍ନାନ କରିବା ଦ୍ବାରା ଦିନଯାକ ବାହାର ଦୁନିଆ ସଂସ୍ପର୍ଶରେ ଆସି ସୃଷ୍ଟି ହୋଇଥିବା ନକାରାତ୍ମକ ଶକ୍ତି ଓ ଅବସାଦ ହ୍ରାସ ପାଏ ବୋଲି ଚିନ୍‌ବାସୀ ବିଶ୍ବାସ କରନ୍ତି। ତେବେ ଚୀନ୍‌ରେ ଅଧିକ ଗରମ ଅନୁଭୂତ ହେଉଥିବାରୁ ଲୋକଙ୍କଠାରୁ ଅଧିକ ଝାଳ ବୋହିଥାଏ। ଫଳରେ ତ୍ବଚାରେ ଜୀବାଣୁ ସୃଷ୍ଟି ହୋଇଥାନ୍ତି।

bathe

ଗାଧୋଇବା ଦ୍ବାରା ଶରୀର କେବଳ ସଫା ରୁହେ ନାହିଁ, ବରଂ ସଂକ୍ରମଣ ବ୍ୟାପିବାରୁ ମଧ୍ୟ ରକ୍ଷା କରେ। ସ୍ନାନକୁ ଆରାମ କରିବାର ଏକ ଉପାୟ ଭାବେ ଏଠାରେ ବିବେଚନା କରାଯାଏ। ସେହିଭଳି ଜାପାନ ଲୋକେ ଭାବନ୍ତି ରାତିରେ ଗାଧୋଇବା ଦ୍ବାରା ମନ ଓ ହୃଦୟ ଶୁଦ୍ଧ ହୁଏ। ତେବେ ସ୍ନାନ ଜାପାନର କାର୍ଯ୍ୟ ସଂସ୍କୃତି ସହିତ ସମ୍ବନ୍ଧ ରଖେ। ଶୋଇବା ପୂର୍ବରୁ ଗାଧୋଇବା ଦ୍ବାରା ଶରୀର ଏହା ସଙ୍କେତ ଦିଏ ଯେ, କାମ ଶେଷ ହୋଇଗଲା ଏବଂ ଆରାମ କରିବାର ସମୟ ଆସିଲା। ଏହାସହ ରାତ୍ରି ସ୍ନାନ ଚିନ୍ତା ଲାଘବ କରି ମାନସିକ ଏବଂ ଶାରୀରିକ ବିଶ୍ରାମକୁ ଅଗ୍ରାଧିକାର ଦେବାରେ ସାହାଯ୍ୟ କରେ। ସେହିପରି ରାତିରେ ଗାଧୋଇବା ଦ୍ବାରା ଶରୀର ଓ ମସ୍ତିଷ୍କ ଶାନ୍ତ ରହେ। ଏହାଦ୍ବାରା ଭଲ ନିଦ ଆସେ। ଅନ୍ୟପକ୍ଷରେ ଉଷୁମ ପାଣି ମାଂସପେଶୀକୁ ଆରାମ ପ୍ରଦାନ କରିପାରେ। ତେବେ ବିଜ୍ଞାନ ଓ ବିଶେଷଜ୍ଞଙ୍କ ଅନୁସାରେ, ରାତି ସ୍ନାନ ଶରୀର ପାଇଁ ଉତ୍ତମ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଗାଧୋଇବା ଦ୍ବାରା ଭଲ ନିଦ ଆସେ। ତେବେ ଉଭୟ ସକାଳ ଓ ରାତି ସ୍ନାନ ଶରୀର ପାଇଁ ହିତକର। ଶରୀର ଯଦି ଗ୍ରହଣ କରୁଛି , ତାହେଲେ ଦୁଇ ବେଳା ଗାଧୋଇବାରେ କୌଣସି କ୍ଷତି ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+