ଫଳ ଖାଉଥିଲେ ଏହିସବୁ ଜିନିଷ ଉପରେ ଦିଅନ୍ତୁ ଧ୍ୟାନ
ଭୁବନେଶ୍ୱର: ସୁସ୍ଥ ଶରୀର ପାଇଁ ଫଳକୁ ସବୁଠାରୁ ଭଲ ପୋଷଣ ଭାବରେ ନିଆଯାଇଥାଏ । ପ୍ରାୟତଃ ସମସ୍ତ ଫଳରେ ପ୍ରୋଟିନ୍, ଭିଟାମିନ୍, ଆଣ୍ଟିଅକ୍ସିଡ଼େଣ୍ଟ, ଫାଇବର ପରି ପୋଷାକ ତତ୍ତ୍ୱ ମିଳିଥାଏ । କିନ୍ତୁ ଅଧିକାଂଶ ଲୋକ ଠିକ ଭାବରେ ଏହାକୁ ଖାଇ ନଥାନ୍ତି । ଅନେକ ଲୋକ ଖାଇସାରିବା ପରେ ମିଠା ଭାବରେ ଫଳ ଖାଇଥାନ୍ତି । ଏହା ଠିକ୍ ନୁହେଁ । ଫଳକୁ ଠିକ୍ ସମୟରେ ନଖାଇଲେ ପାତନ ପ୍ରକ୍ରିୟାରେ ସମସ୍ୟା, ଏସିଡ଼ିଟି ଓ କୋଷ୍ଠକାଠିନ୍ୟ ପରି ସମସ୍ୟା ଦେଖାଦେଇଥାଏ ।
ସେଓ : ମିନେରାଲ୍ ଓ ଭିଟାମିନ୍ରେ ଭରପୂର ସେଓରେ ଫାଇବର୍ ବହୁତ ମାତ୍ରାରେ ମିଳିଥାଏ । ଏଥିରେ କୋଲେଷ୍ଟ୍ରୋଲ୍ ନଥାଏ । ସେଓକୁ ଚୋପା ସହିତ ଖାଆନ୍ତୁ । ଏହାକୁ ସକାଳ ସମୟରେ ଖାଆନ୍ତୁ । ଖାଲି ପେଟରେ ସେଓ ଖାଇଲେ ଶରୀରରେ ଟକ୍ସିକ୍ (ଅପରିଷ୍କାର ପଦାର୍ଥ) ସହଜରେ ବାହାରିଯିବ । ଏହା ଶକ୍ତି ମଧ୍ୟ ଯୋଗାଇଥାଏ ।
କମଳା : ଏଥିରେ ଭିଟାମିନ୍ ସି ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ । ଏହା ବ୍ୟତୀତ ଭିଟାମିନ୍ ଏ, ବି ମଧ୍ଯ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ । ଏଥିରୁ କ୍ୟାଲ୍ସିୟମ୍, ଆୟୋଡ଼ିନ୍, ସୋଡ଼ିୟମ୍ ପରି ତତ୍ତ୍ୱ ମିଳିଥାଏ । ଏହାକୁ ସକାଳେ ଓ ରାତିରେ ଖାଆନ୍ତୁ ନାହିଁ । ଦିନ ସମୟରେ ଖାଆନ୍ତୁ । ଧ୍ୟାନ ରଖନ୍ତୁ ସବୁବେଳେ ଖାଇବାର ୧ ଘଣ୍ଟା ପୂର୍ବରୁ ବା ୧ ଘଣ୍ଟା ପରେ କମଳା ଖାଆନ୍ତୁ ।

ଆମ୍ବ : ଏଥିରେ ଭିଟାମିନ୍ ବି, ଭିଟାମିନ୍ ଏ ଓ ଭିଟାମିନ୍ ସି ମିଳିଥାଏ । ଆମ୍ବରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଓ କପର୍ ପରି ମିନେରାଲ୍ ଖୁବ୍ ପରିମାଣରେ ଥାଏ । ଆମ୍ବର ରସ ଗରମ ହୋଇଥାଏ, ତେଣୁ ଆମ୍ବ ସହିତ କ୍ଷୀର ପିଅନ୍ତୁ ନାହିଁ ।
ନଡ଼ିଆ : ନଡ଼ିଆରେ ଭିଟାମିନ୍, ପୋଟାସିୟମ୍, ଫାଇବର କ୍ୟାଲ୍ସିୟମ୍, ମ୍ୟାଗ୍ନେସିୟମ୍ ଆଦି ଅଧିକ ପରିମାଣରେ ମିଳିଥାଏ । ଏଥିରେ କୋଲେଷ୍ଟ୍ରୋଲ୍ ନଥାଏ ନଡ଼ିଆ ପାଣିକୁ ଖାଲି ପେଟରେ କେବେ ପିଇବେ ନାହିଁ ।












Click it and Unblock the Notifications