ଘରେ ରଙ୍ଗ ଦେବା ସମୟରେ ଧ୍ୟାନ ଦିଅନ୍ତୁ ଏହି ସବୁ ପ୍ରତି, ଭୁଲରେ ବି ଏହି ଦିଗରେ ଲଗାନ୍ତୁ ନାହିଁ ନାଲ ରଙ୍ଗ ; ଲାଗି ରହିବ ସମସ୍ୟା

ପୁରାତନ କାଳରେ ମଣିଷ ହିଂସ୍ର ଜୀବଜନ୍ତୁ ଓ ଖରା ବର୍ଷାରୁ ନିଜକୁ ରକ୍ଷା କରିବା ପାଇଁ ପାହାଡ, ପର୍ବତ, ଗୁମ୍ଫା ଓ ଗଛ ଉପରେ ଆଶ୍ରୟ ନେଉଥିଲା। ସମୟକ୍ରମେ ମଣିଷର ବୁଦ୍ଧିର ବିକାଶ ହେଲା, ଅଗ୍ନି, ଜଳ, ବାୟୁର ବ୍ୟବହାର ମଧ୍ୟ ଶିଖିଲା। ଖାଦ୍ୟ, ବସ୍ତ୍ର ଏବଂ ବାସସ୍ଥାନର ଆବଶ୍ୟକ ପଡିଲା। ସେବେଠାରୁ ବିକାଶ ଯୁଗ ଆରମ୍ଭହେଲା।

vastu tips

ସମୟକ୍ରମରେ ମଣିର ରହିବା ପାଇଁ ଗ୍ରାମ, ସହର, ଆଦି ସ୍ଥାପନ କରିବାକୁ ଲାଗିଲା। ସମସ୍ତଙ୍କର ଇଚ୍ଛା ଧର୍ମ ମାର୍ଗରେ ଯିବା, ଉଚିତ କର୍ମ କରି ଅର୍ଥ ରୋଜଗାର କରିବା ଏବଂ ଶେଷ ମୁହୁର୍ତ୍ତରେ ମୋକ୍ଷ ପ୍ରାପ୍ତି ହେବା। କିନ୍ତୁ ଜୀବନରେ ଆମେ ଯେମିତି ଯାହା ଭାବିଥାଉ ସେହିପରି ଆମ ସହିତ ସବୁହେବ ବୋଲି କିଛି ଗ୍ୟାରେଣ୍ଟି ନ ଥାଏ।

ସୁଖ ବଦଳରେ ଜୀବନରେ ଅନେକ ଦୁଃଖ ଭୋଗ କରିବାକୁ ପଡିଥାଏ। ଦୋଷ ନ କରି ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ମିଳିଥାଏ। ବ୍ୟବସାୟରେ ଲାଭ ପରିବର୍ତ୍ତେ କ୍ଷତି ସହିବାକୁ ପଡିଥାଏ। ବେଳେବେଳେ ଲାଗେ କେବଳ କର୍ମ ନୁହେଁ ଏହି ଜୀବନ ଭାଗ୍ୟ ଉପରେ ମଧ୍ୟ ନିର୍ଭର କରିଥାଏ। କର୍ମ କଲେ ମଧ୍ୟ ଆଶାନୁରୂପ ଫଳ ମିଳେ ନାହିଁ।

ଏଥିପାଇଁ ଆମେ ଜ୍ୟୋତିଷ ଶାସ୍ତ୍ରର ସାହାଯ୍ୟ ନେଇଥାଉ। ଜ୍ୟୋତିଷ ଶାସ୍ତ୍ରରୁ ବାସ୍ତୁଶାସ୍ତ୍ରର ସୃଷ୍ଟି। ଗ୍ରହମାନଙ୍କର ପ୍ରଭାବ ଯେମିତି ମଣିଷ ଉପରେ ପଡିଥାଏ ଠିକ୍ ସେହିପରି ଏହି ଗ୍ରହମାନଙ୍କର ପ୍ରଭାବ ଗୃହ ଉପରେ ମଧ୍ୟ ପଡିଥାଏ। ଏହି ପ୍ରଭାବ ବିଷୟରେ ଆମେ ବାସ୍ତୁଶାସ୍ତ୍ରରୁ ଜାଣିଥାଉ।

"ବସ୍ତୁ" ଶବ୍ଦରୁ "ବାସ୍ତୁ" ଶବ୍ଦର ଉତ୍ପତ୍ତି। ଯାହାର ଅସ୍ଥିତ୍ୱ ଅଛି ତାକୁ ବାସ୍ତୁ କୁହାଯାଏ। ଏହି ବାସ୍ତୁ ସମ୍ବନ୍ଧୀୟ ଶାସ୍ତ୍ରକୁ ବାସ୍ତୁଶାସ୍ତ୍ର କୁହାଯାଏ। ଶାସ୍ତ୍ରରେ କୁହାଯାଇଛି, ନିର୍ମାଣ କାର୍ଯ୍ୟରେ ଯାହାବି ବ୍ୟବହାର କରାଯାଏ ତାହା ବାସ୍ତୁଶାସ୍ତ୍ର ନିୟମରେ କରାଗଲେ ଶୁଭଫଳ ପ୍ରାପ୍ତି ହୁଏ। ଏହିପରି ନିର୍ମାଣ କାର୍ଯ୍ୟରେ ବାଲି, ଗୋଡ଼ି, ଚିପ୍‌ସ, ରଡ୍‌, ସିମେଣ୍ଟର ଭାଗମାପ ମଧ୍ୟ ବାସ୍ତୁଶାସ୍ତ୍ର ଅନ୍ତର୍ଗତ।

ଆମର ବାସ୍ତୁଶାସ୍ତ୍ରରେ ବ୍ୟବହାର ବିଭିନ୍ନ ରଙ୍ଗର ମଧ୍ୟ ବାସ୍ତୁ ନିୟମ ରହିଛି। ଗୃହରେ କେଉଁ ଦିଗରେ କେଉଁ ରଙ୍ଗ କରିବା କଥା ତାହାର ନିୟମ ମଧ୍ୟ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ପ୍ରାୟ ସବୁବେଳେ ଆମେ ଆମ ନିଜ ମନ ପସନ୍ଦର ରଙ୍ଗ ଆମେ ଗୃହରେ କରିଥାଉ କିନ୍ତୁ ସେତେବେଳେ ରଙ୍ଗ ବିଷୟରେ ଆମେ ବାସ୍ତୁଶାସ୍ତ୍ରର ନିୟମ ବିଷୟରେ ଜାଣି ନ ଥାଉ। ଗୃହରେ ବ୍ୟବହୃତ ରଙ୍ଗ ଆମକୁ ବହୁତ ପ୍ରଭାବିତ କରିଥାଏ।

ବାସ୍ତୁରେ ବାସ୍ତୁଶାସ୍ତ୍ରର ପ୍ରତ୍ୟେକ ନିୟମ ଆମ ପାଇଁ ମୁଖ୍ୟ ଏହିଥିରୁ କୌଣସି ବି ନିୟମକୁ ବାଦ୍ ଦେଲେ ଚଳିବ ନାହିଁ। ଅନେକ ପ୍ରମାଣ ରହିଛି, ଗୃହଟି ବାସ୍ତୁ ନିୟମ ପୂରା କରିଛି କିନ୍ତୁ ଗୃହରେ ଅନେକ ସମସ୍ୟା ଭୁଲ୍ ରଙ୍ଗ ଯୋଗୁଁ ଆସୁଛି। ଯେତେବେଳେ ସେହି ରଙ୍ଗକୁ ଠିକ୍ କରାଯାଉଛି ସେତେବେଳେ ଶୁଭ ଫଳ ମିଳୁଛି।

ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି... ଗୃହକୁ ଆସିବ ମହା ସଂକଟ
ଏହି ରଙ୍ଗ ବିଷୟରେ ଆଜି ଜାଣିବା। ସବୁଠାରୁ ବିପଦ ଆଣିଥାଏ ଯଦି ଉତ୍ତର ଦିଗରେ ନାଲି ରଙ୍ଗ ବ୍ୟବହାର କରାଯାଇଥାଏ। ଉତ୍ତର ଦିଗରେ ଯଦି ନାଲି ରଙ୍ଗ କିମ୍ବା ନାଲି ପରି ଅନ୍ୟ କୌଣସି ରଙ୍ଗ ଅର୍ଥାତ୍ ମେରୁନ୍‌, ପିଙ୍କ୍‌, ଆଦି ରଙ୍ଗ ହୋଇଥିଲେ ଜୀବନରେ ବହୁତ ଭଲ ସୁଯୋଗ ହାତଛଡ଼ା କରିବାକୁ ପଡିଥାଏ।

ଏହିପରି ଗୃହରେ ଯଦି ଜଣେ ବ୍ୟବସାୟୀ ରହିଥାଏ ତେବେ ବ୍ୟବସାୟରେ ବହୁତ କ୍ଷତି ସହିବାକୁ ପଡିଥାଏ। ଚାକିରି କରୁଥିବା ଲୋକମାନଙ୍କ ପାଇଁ ଚାକିରୀରେ ସହଯୋଗୀମାନଙ୍କଠାରୁ ସବୁବେଳେ ଅସହଯୋଗ ମିଳିଥାଏ ଏବଂ ପ୍ରମୋସନରେ ବାଧା ସୃଷ୍ଟି ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+