Pan Card: ବଦଳିଲା ପ୍ୟାନ କାର୍ଡ ଭର୍ସନ, କଣ କରିବାକୁ ହେବ ନୂଆ କାର୍ଡ ପାଇଁ, କେତେ କରିବାକୁ ହେବ ଖର୍ଚ୍ଚ?
ମୋଦି ସରକାର ପର୍ମାନେଣ୍ଟ ଆକାଉଣ୍ଟ ନମ୍ବରର ନୂଆ ଭର୍ସନ ୨.୦କୁ ମଞ୍ଜୁରୀ ଦେବା ପରେ ଏବେ ଦେଶର ୭୮ କୋଟି ଲୋକଙ୍କୁ ନିଜ ପ୍ୟାନ କାର୍ଡ ବଦଳାଇବାକୁ ହେବ । ଏମିତି କରିବାର କାରଣ ଟ୍ୟାକ୍ସ ପେୟରଙ୍କ ପାଇଁ ସୁବିଧା କରିବା । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି କି ପ୍ୟାନ କାର୍ଡର ନୂଆ ଭର୍ସନ ନୂଆ ଫିଚର ସମ୍ବଳିତ ହେବ ସିନା ନମ୍ବର ସମାନ ରହିବ ।
ଏହି କାର୍ଡରେ ଏକ କ୍ୟୁଆର କୋର୍ଡ ଦିଆଯିବ, ଯେଉଁଥିରେ ଆପଣଙ୍କ ସମସ୍ତ ସୂଚନା ରହିବ । ଏହାର ବ୍ୟବହାରରେ ଟ୍ୟାକ୍ସ ଭରିବାକୁ କମ୍ପାନୀର ରେଜିଷ୍ଟ୍ରେନ କରିବା ବା ଖାଲିବା ପରି କାମ ସହଜ ହେବ ।

ତେବେ ଏହି ନୂଆ ପ୍ୟାନ କାର୍ଡରେ କଣ ରହିଛି ନୂଆ ଫିଚର?
ପ୍ୟାନ କାର୍ଡ ଟେକ୍ନିକକୁ ସମ୍ପୂର୍ଣ୍ଣ ଅପଗ୍ରେଡ କରାଯିବ, ଯେମିତି ତାର ବ୍ୟବହାର ସହଜ ହେବ ।
ସବୁ ପ୍ରକାରର ବ୍ୟବସାୟର ଚିହ୍ନଟ ଓ ପଞ୍ଜିକରଣକୁ ସହଜ କରିବାକୁ ବିଶେଷ ଫିଚର ରହିବ ।
ପ୍ୟାନ ସହ ଜଡିତ ସେବା ପାଇଁ ଏକ ଇଣ୍ଟିଗ୍ରେଟେଡ ପ୍ଲାଟଫର୍ମ ତିଆରି କରାଯିବ, ଯାହା ୟୁଜରଙ୍କ କାମକୁ ଆହୁରି ସହଜ ଓ ଉତ୍ତମ କରିବ ।
ୟୁଜରଙ୍କ ଡାଟା ସୁରକ୍ଷିତ ରଖିବା ପାଇଁ ନୂଆ କାର୍ଡରେ ସିକ୍ୟୁରିଟି ଫିଚର ମଧ୍ୟ ଲଗାଯିବ, ଯେମିତି ଠକାମି ପରି ଘଟଣାକୁ ଏଡାଯାଇପାରିବ ।
ତେବେ ଏହି ନୂଆ ପ୍ୟାନ କାର୍ଡ କେଉଁଠି କରିବାକୁ ହେବ?
କେନ୍ଦ୍ର ମନ୍ତ୍ରୀଙ୍କ ମୁତାବକ, ପ୍ୟାନ କାର୍ଡ ଅପଗ୍ରେଡ ଭର୍ସନ ପାଇଁ ସାଧାରଣ ଲୋକଙ୍କୁ କିଛି ବି କରିବାକୁ ହେବ ନାହିଁ, ଏମିତି କି ଆବେଦନ କରିବା ମଧ୍ୟ ଜରୁରୀ ନୁହୋଁ ଏହା କେବଳ ଦେଶର ୭୮ କୋଟି ପ୍ୟାନ କାର୍ଡ ଧାରୀଙ୍କ ପାଇଁ ଜରୁରୀ । ସେମାନଙ୍କୁ ବିଭାଗ ତରଫରୁ ନୂଆ କାର୍ଡ ପଠାଯିବ । ଏଥିପାଇଁ ଆପଣଙ୍କୁ କିଛି କରିବାକୁ ପଡିବ ନାହିଁ । ବିଭାଗ ପକ୍ଷରୁ ଆପଣଙ୍କ ନିକଟରେ ବିନା ମୂଲ୍ୟରେ କାର୍ଡ ପହଞ୍ଚିବ । ତେଣୁ ଆପଣଙ୍କୁ ବ୍ୟସ୍ତ ହେବାର କିଛି ନାହିଁ ।












Click it and Unblock the Notifications