Orange juice cures these 5 diseases: ଏହି ୫ ଟି ରୋଗକୁ ଗାଏବ କରେ କମଳା ଜୁସ୍
ଖୁବ୍ ଶୀଘ୍ର ଶୀତ ଋତୁ ଆସିବାକୁ ଯାଉଛି । ବିଶେଷ କରି ଏହି ଋତୁରେ ଅଧିକାଂଶ ଲୋକ ସ୍ୱାସ୍ଥ୍ୟଗତ ସମସ୍ୟାର ଶିକାର ହୋଇଥାନ୍ତି । ସେଥିପାଇଁ ଶରୀର ପ୍ରତି ଧ୍ୟାନ ଦେବା ଆବଶ୍ୟକ । ସୁସ୍ଥ ଶରୀର ପାଇଁ ସୁସ୍ଥ ଜୀବନଶୈଳୀ ସହିତ ଉତ୍ତମ ଏବଂ ପୁଷ୍ଟିକର ଖାଦ୍ୟ ଅତ୍ୟନ୍ତ ଜରୁରୀ । ତେଣୁ ସକାଳ ଜଳଖିଆ ହେଲଦି ହେବା ଉଚିତ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସକାଳ ଜଳଖିଆରେ ଫଳ କିମ୍ବା ଫଳ ଜୁସ୍ ପିଇବାକୁ ପରାମର୍ଶ ଦେଇଥାଆନ୍ତି । ସମସ୍ତ ଫଳ ମଧ୍ୟରେ କମଳା ହେଉଛି ସର୍ବୋତ୍ତମ । ଯାହା ସୁସ୍ଥ ଶରୀର ପାଇଁ ଲାଭଦାୟକ ହୋଇଥାଏ । କମଳା ହେଉ ଅବା ତା'ର ଜୁସ ଉଭୟ ଆମ ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ ହୋଇଥାଏ । ସବୁ ଋତୁ ଅପେକ୍ଷା ଶୀତଦିନ ପାଇଁ ଏହି ଜୁସ୍ ବେଷ୍ଟ ହୋଇଥାଏ ।
କମଳା ଯେତିକି ସ୍ବାଦିଷ୍ଟ ସୁସ୍ଥ ଶରୀର ପାଇଁ ମଧ୍ୟ ସେତିକି ଫଳପ୍ରଦ । କମଳା ବଦଳରେ ଆପଣ କମଳା ଜୁସ୍ ମଧ୍ୟ ପିଇପାରିବେ । କମଳାରେ ଭିଟାମିନ ସି, ଫାଇବର, ପୋଟାସିୟମ, ମ୍ୟାଗ୍ନେସିୟମ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭଳି ପୋଷକ ତତ୍ତ୍ୱ ରହିଛି । ଯାହା ଆପଣଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଉଛି । ସକାଳ ଜଳଖିଆ ସହିତ ଗୋଟିଏ ଗ୍ଲାସ କମଳା ରସ ପିଇବା ଦ୍ୱାରା ଆପଣଙ୍କୁ ଏକ ଚମତ୍କାରୀ ଫାଇଦା ମିଳିଥାଏ । ଏହା ବ୍ୟତୀତ, ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ସଂକ୍ରମଣ ଜନିତ ରୋଗରୁ ରକ୍ଷା କରିଥାଏ । ତେବେ ଆସନ୍ତୁ କମଳା ଜୁସର ଫାଇଦା ଏବଂ ପିଇବାର ଉଚିତ୍ ସମୟ ସୀମା ସମ୍ପର୍କରେ ଜାଣିବା ।

ଶୀତଦିନେ କମଳା ଜୁସ୍ କେବଳ ସକାଳେ କିମ୍ବା ଅପରାହ୍ନରେ ପିଇବା ଉଚିତ । ଏହି ସମୟରେ ଏହି ଜୁସ୍ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ । କିନ୍ତୁ କେବେବି ଖାଲି ପେଟରେ କିମ୍ବା ରାତିରେ କମଳା ଜୁସ୍ ପିଅନ୍ତୁ ନାହିଁ । କାରଣ ଏହା ଏସିଡିଟି ଏବଂ ପେଟ ସମସ୍ୟା ସୃଷ୍ଟି କରିପାରେ ।
ବିଶେଷ କରି ଶୀତ ଋତୁରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ । ଏଥିରେ ଥିବା ଭିଟାମିନ୍ ସି ଗୁଣ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ । ଏଥିସହ ଥଣ୍ଡା, କାଶ ଭଳି ସଂକ୍ରମଣାତ୍ମକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ତେଣୁ ପ୍ରତିଦିନ କମଳା ଜୁସ୍ ପିଇବା ନିହାତି ଆବଶ୍ୟକ ।
ଶୀତଦିନେ କୋଲେଷ୍ଟ୍ରୋଲ ବୃଦ୍ଧି ପାଇବାର ସମ୍ଭାବନା ଅଧିକ ଥାଏ । ଯାହା ପିଇବା ଦ୍ବାରା ଏହି ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ । ଏଥିରେ ଥିବା ଫାଇବର ଏହି ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ । ହାର୍ଟ ଜନିତ ସମସ୍ୟାର ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ । ଶୀତଦିନେ ସାଧାରଣତଃ ସମସ୍ତଙ୍କ ପାଣି ପିଇବା କମି ଯାଇଥାଏ । ଫଳରେ ଡିହାଇଡ୍ରେସନ୍ ଭଳି ସମସ୍ୟା ଦେଖାଦେଇଥାଏ । ସେଥିପାଇଁ କମଳା ଜୁସ୍ ପିଇବା ଉଚିତ୍ । ଏହା ସହିତ ଦୁର୍ବଳତା, ଥକ୍କାପଣ, ମୁଣ୍ଡବିନ୍ଧା ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟାକୁ ମଧ୍ୟ ଚୁଟକିରେ ଗାଏବ କରିଦେଇଥାଏ ।
ଏତିକି ନୁହେଁ ବରଂ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଆପଣଙ୍କ ସ୍କିନର ଫ୍ରି ରାଡିକିଲସକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଯାହା ଦ୍ବାରା ଆପଣଙ୍କ ସ୍କିନରେ ଚମକ ଆଣିଥାଏ । ଏହା ବ୍ୟତୀତ ଆଖି ପାଇଁ ଏହି ଜୁସ୍ ବରଦାନ ସଦୃଶ । ଏହି ଜୁସକୁ ନିୟମିତ ସେବନ କରିବା ଦ୍ବାରା ଦୃଷ୍ଟିଶକ୍ତିକୁ ଉନ୍ନତ କରିବା ସହ ଆଖି ସମସ୍ୟାରୁ ମଧ୍ୟ ରକ୍ଷା କରେ । ତେଣୁ ଆଗକୁ ଆସୁଥିବା ଶୀତ ଋତୁରେ ଏହି ଟିପ୍ସକୁ ଫଲୋ କରନ୍ତୁ । ଯାହା ଆପଣଙ୍କୁ ଅନେକ ସମସ୍ୟାରୁ ମୁକ୍ତି ଦେବ ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications