ଗଣେଶ ଚତୁର୍ଥୀର ୧୦ ଦିନ ବପ୍ପାଙ୍କୁ ଚଢ଼ାନ୍ତୁ ଏହି ୧୦ଟି ଭୋଗ, ପୂରଣ ହେବ ମନୋସ୍କାମନା
Ganesh Chaturthi 2022: Offer These 10 Bhog To Lord Ganesh In These 10 Days In Pujaଗଣେଶ ଚତୁର୍ଥୀର ୧୦ ଦିନ ବପ୍ପାଙ୍କୁ ଚଢ଼ାନ୍ତୁ ଏହି ୧୦ଟି ଭୋଗ, ପୂରଣ ହେବ ମନୋସ୍କାମନା
ଭୁବନେଶ୍ୱର: ଅଗଷ୍ଟ ୩୧ରେ ସାରା ଦେଶରେ ପାଳନ କରାଯିବ ଗଣେଶ ପୂଜା । ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ରୂପେ ପାଳନ କରାଯାଇଥାଏ । ବିଦ୍ୟାଳୟ ,ମହାବଦ୍ୟାଳୟ , ଅଫିସ୍ , ଏପରିକି ଘରେ ମଧ୍ୟ ଅନେକ ଲୋକ ଗଣେଶଙ୍କୁ ସ୍ଥାପନା କରି ପୂଜାର୍ଚ୍ଚନା କରାଯାଇଥାଏ । ୧୦ଟି ଦିନ ବିଘ୍ନବିନାଶକ ପ୍ରଭୁ ଗଜାନନଙ୍କୁ ପ୍ରସନ୍ନ କରିବା ପାଇଁ ପୂରା ବିଧି ବିଧାନର ସହ ପୂଜା କରାଯାଇଥାଏ । ପୂଜାରେ ବିଭିନ୍ନ ପ୍ରକାରର ଭୋଗ ବପ୍ପାଙ୍କୁ ଅର୍ପଣ କରାଯାଇଥାଏ । ଆସନ୍ତୁ ଜାଣିବା ଗଣେଶ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ୧୦ ଦିନରେ କେଉଁ ପ୍ରକାରର ଭୋଗ ଲଗାଯାଏ ।

୧.ବିଘ୍ନବିନାଶକଙ୍କର ପ୍ରିୟ ହେଉଛି ମୋଦକ । ସେଥିପାଇଁ ଗଣେଶ ଚତୁର୍ଥୀ ଦିନ ମୋଦକର ଭୋଗ ଲଗାଇବା ଉଚିତ।
୨. ଗଣେଶ ମହୋତ୍ସବର ଦ୍ୱିତୀୟ ଦିନରେ ଗଣପତିଙ୍କୁ ମୋତିଚୁର ଲଡୁ ପ୍ରଦାନ କରିବା ସର୍ବୋତ୍ତମ ।
୩. ତୃତୀୟ ଦିନରେ ଭଗବାନ ଗଣେଶଙ୍କ ପୂଜାରେ ବେସନ ଲଡୁ ଅର୍ପଣ କରନ୍ତୁ। ଏହା ଛଡା ଆପଣ ଗଣପତି ବପ୍ପାଙ୍କୁ ପ୍ରସନ୍ନ କରିବା ପାଇଁ ଖିରି ଭୋଗ ମଧ୍ୟ କରିପାରିବେ । ଏଥିରେ ଚାଉଳ ବାଦାମ, କାଜୁ, ନଡ଼ିଆ ଆଦିର ବ୍ୟବହାର କରି ଗଜାନନଙ୍କ ପାଇଁ ଭୋଗ ପ୍ରସ୍ତୁତ କରନ୍ତୁ ।

୪. ଧାର୍ମିକ ମାନ୍ୟତା ଅନୁସାରେ, ଗଣେଶଙ୍କ ପାଖରେ କଦଳୀ ଭୋଗ କରିବା ଅତ୍ୟନ୍ତ ଶୁଭ ମନାଯାଏ । ଏଥିପାଇଁ ଗଣେଶ ଚତୁର୍ଥୀ ଦିନ ଆପଣ କଦଳୀ ଭୋଗ ଅର୍ପଣ କରିବା ଭୁଲନ୍ତୁ ନାହିଁ ।
୫. ଲହୁଣୀ ଖିରୀ ବନାଇ ମଧ୍ୟ ଗଣପତି ବପ୍ପାଙ୍କୁ ଭୋଗ ଲଗାଇ ପାରିବେ।

୬. ଗଣେଶ ଚତୁର୍ଥୀ ପୂଜାର ଷଷ୍ଠ ଦିନ ଭଗବାନ ଗଣେଶଙ୍କ ପାଖରେ ନଡ଼ିଆ ଭୋଗ ନିଶ୍ଚୟ ଅର୍ପଣ କରନ୍ତୁ। ଏହି ଦିନ ମଧ୍ୟ ବେସନର ଲଡୁର ଭୋଗ କରିପାରିବେ ।
୭. ଜନ୍ମ ବାର୍ଷିକୀର ସପ୍ତମ ଦିନରେ ଗଣେଶ ପୂଜାରେ ଶୁଖିଲା ଫଳ ଲଡୁ ଅର୍ପଣ କରନ୍ତୁ ଏହାଛଡା ଶ୍ରୀଖଣ୍ଡ ବି ବନାଯାଇ ପାରିବ। ଏଥିରେ ଖୁଆ ଏବଂ କେଶର ବ୍ୟବହାର କରିପାରିବେ ।
୮. ଗଣପତିଙ୍କର ଅତି ପ୍ରିୟ ଜିନିଷ ହେଉଛି ମିଠା ଜିନିଷ ଘରେ ପିଠା ପ୍ରସ୍ତୁତ କରି ମଧ୍ୟ ଆପଣ ଭୋଗ କରିପାରିବେ ।

୯. କେଶର ବ୍ୟବହାର କରି ଶ୍ରୀଖଣ୍ଡ ପ୍ରସ୍ତୁତ କରନ୍ତୁ । ଏହାକୁ ଭଗବାନ ଗଣେଶଙ୍କୁ ଭୋଗ ଅର୍ପଣ କରନ୍ତୁ ।
୧୦. ଭଗବାନ ଗଣେଶଙ୍କର ହଳଦିଆ ରଙ୍ଗ ଅତି ପ୍ରିୟ ହୋଇଥାଏ । ଶେଷ ଦିନ ଆପଣ ଏହି ରଙ୍ଗର ମିଠା ମଧ୍ୟ ଅର୍ପଣ କରିପାରିବେ ।












Click it and Unblock the Notifications