ଖାଲି ଲେମ୍ବୁପାଣି ନୁହେଁ, ଏଥିରେ ମିଶାନ୍ତୁ ଏହି ଜିନିଷ, ଦେଖିବେ ଚମତ୍କାରିତା
ଲେମ୍ବୁ ପାଣି ସାଧାରଣତଃ ସମସ୍ତଙ୍କୁ ଖୁବ୍ ପସନ୍ଦ । ଗରମ ଦିନ ପାଇଁ ଲେମ୍ବୁ ପାଣି ସବୁଠାରୁ ବେଷ୍ଟ ହୋଇଥାଏ । ଲେମ୍ବୁ ପାଣି ବନାଇବା ମଧ୍ୟ ଅତି ସହଜ । ପାଟିକୁ ଯେମିତି ସ୍ବାଦ ଲାଗିଥାଏ । ସେହିପରି ଦେହ ପାଇଁ ମଧ୍ୟ ହିତକର ହୋଇଥାଏ ।
ଖରା ଗରମରେ ସାଙ୍ଗେ ସାଙ୍ଗେ ଆସିବା ମାତ୍ରେ ଆମେ ଥଣ୍ଡା ପାଣି ପିଇଦେଇଥାଉ । କିଛି ମୁହୂର୍ତ୍ତ ପାଇଁ ହୁଏ ତ ଶାନ୍ତି ଲାଗିଥାଏ ହେଲେ ଆମ ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇ ନଥାଏ । କିନ୍ତୁ ଲେମ୍ବୁ ପାଣି ଖରା ପାଇଁ ଭଲ ତରିକା ହୋଇଥାଏ । ଯାହା ଦେହକୁ ଭଲ ରଖିବା ସହିତ ଆତ୍ମା ତୃପ୍ତି ହୋଇଗଲା ଭଳି ମଧ୍ୟ ଲାଗିଥାଏ । ଲେମ୍ବୁପାଣିକୁ ସ୍ବାସ୍ଥ୍ୟ ପାଇଁ ବରଦାନ ସଦୃଶ ହୋଇଥାଏ ।
ଗ୍ରୀଷ୍ମ ଋତୁରେ ଲେମ୍ବୁପାଣି ପିଇବାକୁ ପ୍ରାୟତଃ ପରାମର୍ଶ ଦିଆଯାଇଥାଏ । ଲେମ୍ବୁପାଣିରେ ଥିବା ସମସ୍ତ ଉପାଦାନଗୁଡିକ ଆପଣଙ୍କ ସ୍ୱାସ୍ଥ୍ୟ ଅନେକ ଉପଯୋଗୀ । କିନ୍ତୁ ଆପଣ କ'ଣ ଜାଣନ୍ତି, ଲେମ୍ବୁ ରସ ଏବଂ କଳା ଲୁଣ ମିଶ୍ରିତ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀର ଉପରେ କ'ଣ ପ୍ରଭାବ ପଡେ ? ଯଦି ଜାଣିନାହାନ୍ତି, ତେବେ ଆମର ଏହି ରିପୋର୍ଟ ଉପରେ ନଜର ପକାନ୍ତୁ ଏହାର ଔଷଧୀୟ ଗୁଣ ବିଷୟରେ ଆମେ ଆପଣଙ୍କୁ କହିବୁ । ଲେମ୍ବୁପାଣି ପିଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟରେ ଅନେକ ପରିବର୍ତ୍ତନ ହେବ ଏବଂ ଯଦି ଆପଣ ଲେମ୍ବୁ ପାଣିରେ କଳା ଲୁଣ ମିଶାଇ ପିଉଛନ୍ତି ତେବେ ଏହା ଆପଣଙ୍କୁ ଦୁଇଗୁଣା ଲାଭ ଦେବ । ତେବେ ଜାଣନ୍ତୁ, ଲେମ୍ବୁପାଣିରେ କଳା ଲୁଣ ମିଶାଇ ପିଇବା ଦ୍ୱାରା ଆମକୁ କେଉଁସବୁ ଲାଭ ମିଳିଥାଏ ।

ଲେମ୍ବୁ ପାଣିର ଫାଇଦା :
ଲେମ୍ବୁ ପାଣି ଏକ କମ୍ ଲୋ କ୍ୟାଲୋରୀଯୁକ୍ତ ପାନୀୟ ଏବଂ ଏଥିରେ ଭିଟାମିନ୍ ସି, ଫ୍ଲାଭୋନାଏଡ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ । ଲେମ୍ବୁରେ କ୍ଷାରୀୟ ଗୁଣ ରହିଛି ଯାହା କାରଣରୁ ଏହା ଶରୀରର pH ସ୍ତରକୁ ବଜାୟ ରଖିବା ପାଇଁ କାର୍ଯ୍ୟ କରିଥାଏ । ଗ୍ରୀଷ୍ମ ସମୟରେ ଲେମ୍ବୁ ପାଣି ପିଇବା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିଥାଏ ।
ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ
ଲେମ୍ବୁ ପାଣିରେ କଳା ଲୁଣ ମିଶାଇ ପିଇବା ଦ୍ୱାରା କେବଳ ଆପଣଙ୍କ ଶରୀର ହାଇଡ୍ରେଟେଡ୍ ରହିନଥାଏ ବରଂ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଗ୍ରୀଷ୍ମ ଋତୁରେ ଆପଣ ଏହି ମୃଦ୍ୟୁ ପାନୀୟକୁ ଦୈନନ୍ଦିନ ପିଇପାରିବେ ।
ଆପଣଙ୍କ ଓଜନ ହ୍ରାସ ହେବ ।
ଆପଣ ଆପଣଙ୍କର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ବର୍ତ୍ତମାନ ହିଁ ଉଷୁମ ପାଣିରେ ଲେମ୍ବୁ ରସ ଓ କଳା ଲୁଣ ମିଶାଇ ପିଇବା ଆରମ୍ଭ କରନ୍ତୁ । ଆୟୁର୍ବେଦ ଅନୁସାରେ, ଲେମ୍ବୁପାଣିର ଏହି ମିଶ୍ରଣ ଆପଣଙ୍କ ଶରୀରର ମେଟାବୋଲିଜିମକୁ ବୃଦ୍ଧି କରିଥାଏ, ଯାହା ଦ୍ୱାରା ଆପଣଙ୍କ ଶରୀରରେ ଜମା ହୋଇଥିବା ଚର୍ବି କମିଥାଏ । ଏହି ପାନୀୟରେ ଥିବା ଉପାଦାନଗୁଡ଼ିକ ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ଅନେକ ଲାଭଦାୟକ ।
ଆପଣଙ୍କ ହାର୍ଟ ପାଇଁ ଲାଭଦାୟକ ।
ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ଏହି ପାନୀୟ ଆପଣଙ୍କ ହାର୍ଟର ସ୍ୱାସ୍ଥ୍ୟକୁ ସୁଦୃଢ଼ ରଖିବାରେ ସହାୟକ ହୋଇଥାଏ । ରକ୍ତଚାପ ଏବଂ କୋଲେଷ୍ଟ୍ରଲ୍ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଏହି ପାନୀୟ ଅନେକ ଉପଯୋଗୀ । ଏହା ବ୍ୟତୀତ, ଗୁରୁତର ଏବଂ ଜୀବନଘାତକ ହୃଦରୋଗର ଆଶଙ୍କା କମାଇବା ପାଇଁ ଲେମ୍ବୁ ପାଣି ଏବଂ କଳା ଲୁଣର ମିଶ୍ରଣ ମଧ୍ୟ ସେବନ କରିପାରିବେ ।
କୋଲେଷ୍ଟ୍ରୋଲକୁ ହ୍ରାସ କରେ : କୋଲେଷ୍ଟ୍ରୋଲ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ଲେମ୍ବୁ ଏବଂ କଳା ଲୁଣ ମିଶ୍ରିତ ପାଣି । ଏହା ସହ ବ୍ଲଡ଼ ପ୍ରେସର କଣ୍ଟ୍ରୋଲ କରିବା ସହ କୋଲେଷ୍ଟେରଲ କାମ କରିବା ସହ ବ୍ଲଡ଼କ୍ଳଟିଙ୍ଗ ମଧ୍ୟ କମ କରିଥାଏ । ଏହା ସହ ଏହି ପାଣି ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ପେଟର ବାୱେଲ ମୁଭମେଣ୍ଟ ମଧ୍ୟ ବୃଦ୍ଧି କରିଥାଏ । ଏହା ସହ ଶରୀରର ପିଏଚକୁ ମଧ୍ୟ ବାଲାନ୍ସ କରିଥାଏ ।
-
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି












Click it and Unblock the Notifications