Get Updates
Get notified of breaking news, exclusive insights, and must-see stories!

Happy New Year 2025: ଜାଣନ୍ତୁ ନୂତନ ବର୍ଷରେ ଘରର କେଉଁ ଦିଗରେ କ୍ୟାଲେଣ୍ଡର ଲଗାଇବା ଉଚିତ ?

ନୂଆବର୍ଷ ଆସିବା ପାଇଁ ବହୁତ କମ ଦିନ । ଯଦି ଆପଣ ନୂଆ ବର୍ଷର କ୍ୟାଲେଣ୍ଡର ଘରକୁ ଆଣିବା ପାଇଁ ଚିନ୍ତା କରୁଛନ୍ତି, ତାହେଲେ ବାସ୍ତୁ ସମ୍ବନ୍ଧୀୟ କିଛି କଥା ଜାଣିବା ଜରୁରୀ ।

ତେବେ ବାସ୍ତୁ ଶାସ୍ତ୍ରରେ ଘରେ ନୂଆ କ୍ୟାଲେଣ୍ଡର ଲଗାଇବା ପାଇଁ କିଛି ନିୟମ ରହିଛି । ଯାହାର ପାଳନ କରିବା ଦ୍ୱାରା ଘରେ ପରିବାର ଲୋକେ ଜୀବନରେ ଆଗକୁ ଯାଇପାରିବେ । ଏହା ସହ ପୂରା ବର୍ଷ ଭାଗ୍ୟ ଆପଣଙ୍କ ସହିତ ରହିବ । ଯଦି ଆପଣ ଏହି ବାସ୍ତୁ ସମ୍ବନ୍ଧୀୟ ନିୟମ ନମାନି ଘରର ଭୁଲ ସ୍ଥାନରେ କ୍ୟାଲେଣ୍ଡର ଲଗାଉଛନ୍ତି , ତାହେଲେ ଆପଣ ଘରେ ଅନେକ ସମସ୍ୟାର ସାମ୍ନା କରିପାରନ୍ତି । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କେଉଁ ସ୍ଥାନରେ କ୍ୟାଲେଣ୍ଡର ଲଗାଇବେ ସେହି ବିଷୟରେ ବିସ୍ଥାରରେ ଜଣିବା ।

ଜାଣନ୍ତୁ ନୂଆ ବର୍ଷର କ୍ୟାଲେଣ୍ଡର ଲଗାଇବା ବେଳେ କ'ଣ କରିବେ ନାହିଁ ?
ବାସ୍ତୁ ଶାସ୍ତ୍ରର ନିୟମ ଅନୁଯାୟୀ, ନୂତନ ବର୍ଷର କ୍ୟାଲେଣ୍ଡରକୁ ଘରର ଦକ୍ଷିଣ କାନ୍ଥରେ ଲଗାନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରର ଅନେକ ଶୁଭ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ । ଏହା ସହିତ ଘରେ ପୁରୁଣ କ୍ୟାଲେଣ୍ଡର କେବେବି ରଖିବା ଉଚିତ ନାହେଁ । ଏପରି କରିବା ଦ୍ୱାରା ଘରର ଅନେକ କାର୍ଯ୍ୟରେ ବାଧ୍ୟା ସୃଷ୍ଟି ହୋଇଥାଏ ।

Happy new year 2025

ଏହା ବ୍ୟତୀତ ଏହି ସବୁ କଥାର ମଧ୍ୟ ଧ୍ୟାନ ରଖିବା ଜରୁରୀ, ଯେ କ୍ୟାଲେଣ୍ଡରକୁ କେବେ ହେଲେ ମେନ୍‌ ଗେଟ୍‌ ପଛରେ, ସାମ୍ନାରେ କିମ୍ବା ଗେଟ୍‌ ଉପରେ ଲଗାଇବେ ନାହିଁ । ଯଦି ଆପଣ ଏହି ସବୁ ନିୟମ ନମାନିବେ ତାହେଲେ ଆପଣଙ୍କ ପରିବାରର ପ୍ରଗତିରେ ଅନେକ ବାଧ୍ୟ ସୃଷ୍ଟି ହୋଇପାରେ । ଘରେ ହିଂସାତ୍ମକ କିମ୍ବା ଦୁଃଖୀ ଚେହେରା ସହିତ କ୍ୟାଲେଣ୍ଡର ରଖନ୍ତୁ ନାହିଁ । ଏହା ମଧ୍ୟ ମନେରଖନ୍ତୁ ଯେ ପୁରୁଣା କ୍ୟାଲେଣ୍ଡର ଉପରେ କେବେବି ଏକ ନୂତନ କ୍ୟାଲେଣ୍ଡର ରଖିବେ ନାହିଁ । ଏହି ଯୋଗୁ ଘରେ ଅନେକ ନକାରାତ୍ମକ ଶକ୍ତି ସଂକ୍ରମିତ ହୁଏ । କେବେ ଘରେ କଟା ଫଟା କ୍ୟାଲେଣ୍ଡରଗୁଡିକ ରଖିବା ଉଚିତ୍ ନୁହେଁ । ଏହି ଦ୍ୱାରା ଘରେ ନେଗେଟିଭିଟି ସୃଷ୍ଟି ହୋଇଥାଏ ।

ବାସ୍ତୁ ଅନୁସାରେ କ୍ୟାଲେଣ୍ଡର ଲଗାଇବାର ସଠିକ୍‌ ନିୟମ :

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ପୂର୍ବ ଦିଗ, ଉତ୍ତର ଏବଂ ପଶ୍ଚିମ ଦିଗ କାନ୍ଥରେ ନୂଆ କ୍ୟାଲେଣ୍ଡର ଲଗାଇବା ଉଚିତ ହୋଇଥାଏ । ଏପରି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ବିସ୍ତାର ହୋଇଥାଏ, ଏହା ସହ ଖୁସିର ବାତାବରଣ ମଧ୍ୟ ରହିଥାଏ ।

ଏହା ସହ ଘରର ଏହି ସବୁ ଦିଗରେ କ୍ୟାଲେଣ୍ଡର ଲଗାଇବା ଦ୍ୱାରା ସୁଖ, ଶାନ୍ତି ରହିବା ସହ ଅନେକ ପ୍ରକାରର ଭଲ କାର୍ଯ୍ୟ ମଧ୍ୟ ହୋଇଥାଏ । ଘରର ଉତ୍ତର ଦିଗରେ ଏକ ନୂତନ କ୍ୟାଲେଣ୍ଡର ସହିତ ପ୍ରବାହିତ ନଦୀ କିମ୍ବା ବିବାହର ଫଟୋ ରଖିବା ଶୁଭ ବୋଲି ବିବେଚନା କରାଯାଏ । ଘରେ ସୁବର୍ଣ୍ଣ କିମ୍ବା ଧୂସର ରଙ୍ଗର କ୍ୟାଲେଣ୍ଡର ରଖିବା ଆପଣଙ୍କ ଘରେ ସମୃଦ୍ଧି ଆଣିଥାଏ ଏବଂ ସୁଖ ଏବଂ ସମୃଦ୍ଧି ମଧ୍ୟ ରଖିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+