ଖରାଦିନେ କଦାବି ଖାଆନ୍ତୁ ନାହିଁ ଏହି ୫ ଖାଦ୍ୟ, ମାଡ଼ିବେ ନାହିଁ ଡାକ୍ତରଖାନା

ଖାଦ୍ୟପେୟକୁ ନେଇ ଅସାବଧାନତା ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ। ନଷ୍ଟ ହୋଇ ଯାଇଥିବା କିମ୍ବା ବାସି ଖାଦ୍ୟ ଖାଇବା ଦ୍ୱାରା ପେଟରେ ସମସ୍ୟା ସୃଷ୍ଟି ହୋଇପାରେ। ଅତ୍ୟଧିକ ଗରମରେ ଥଣ୍ଡା ଜିନିଷ ଖାଇବା ଦ୍ୱାରା ମଧ୍ୟ ସମସ୍ୟା ଆହୁରି ବଢ଼ିଯାଇପାରେ। ସେହିପରି ବାହାର ଉତ୍ତାପରେ ଥିବା ଫଳ କିମ୍ବା ପନିପରିବା ଖାଇଲେ ବି ଆପଣ ରୋଗରେ ପଡ଼ିପାରନ୍ତି। ତେଣୁ ଏପରି ସ୍ଥିତିରେ ଆପଣ ଖାଦ୍ୟପେୟକୁ ନେଇ ବହୁତ ସଚେତନ ହେବା ଜରୁରୀ। ଗ୍ରୀଷ୍ମଦିନେ ଫାଷ୍ଟଫୁଡ୍ କିମ୍ବା ଷ୍ଟ୍ରିଟ୍ ଫୁଡ୍ ଫୁଡ୍‌ ପଏଜନିଙ୍ଗ୍‌ର ମୁଖ୍ୟ କାରଣ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି ୫ଟି ଖାଦ୍ୟ ବିଷୟରେ କହିବୁ, ଯାହାଠୁ ଆପଣ ଦୂରେଇଯିବା ଉଚିତ୍, ନଚେତ୍ ଏହା ଆପଣଙ୍କୁ ଖରାଦିନେ ଅସୁସ୍ଥ କରିଦେଇପାରେ।

eat these 5 foods

ତେଲିଆ ବା ମସଲାଯୁକ୍ତ ଖାଦ୍ୟ: ଗ୍ରୀଷ୍ମ ଋତୁରେ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇବାଠୁ ଦୂରେଇ ରୁହନ୍ତୁ। ଅଧିକ ମସଲା ଶରୀରରେ ଉତ୍ତାପ ବଢ଼ାଇ ଦେଇଥାଏ, ଯଦ୍ଦ୍ଵାରା ଶରୀରରେ ମେଟାବଲିଜିମ୍ ବୃଦ୍ଧି ଘଟିଥାଏ। ତେଣୁ ଆପଣଙ୍କୁ ଏହିଦିନେ କମ୍‌ ତେଲ, ମସଲାଯୁକ୍ତ ଜିନିଷ ଖାଇବା ଉଚିତ୍।

ଆମିଷ: ଖରାଦିନେ ଅଧିକ ଭାରୀ ଖାଦ୍ୟ ଖାଇବା ଉଚିତ୍ ନୁହେଁ। ଆପଣ ଯେତେ ସମ୍ଭବ ଶାକାହାରୀ ଖାଦ୍ୟ ଖାଆନ୍ତୁ ଏବଂ ମାଂସାହାରୀ ଖାଦ୍ୟଠୁ ଦୂରେଇ ରୁହନ୍ତୁ। ମାଛ, ଚିକେନ୍, ମାଂସ, ସାମୁଦ୍ରିକ ଖାଦ୍ୟ ଆଦି କମ୍‌ ମାତ୍ରାରେ ହିଁ ସେବନ କରନ୍ତୁ। ଆମିଷ ଖାଦ୍ୟରେ ଅଧିକ ତେଲ, ମସଲା ବ୍ୟବହୃତ ହୋଇଥାଏ, ଯାହାକି ପେଟରେ ଉତ୍ତାପ ସୃଷ୍ଟି କରିଥାଏ। ଏହି ପ୍ରକାର ଖାଦ୍ୟ ଖାଇବା ପରେ ଆପଣଙ୍କୁ ଡାଇରିଆ ମଧ୍ୟ ହୋଇପାରେ।

ଜଙ୍କ୍ ବା ଷ୍ଟ୍ରିଟ୍ ଫୁଡ୍: ଜଙ୍କ୍ ଫୁଡ୍ ଆପଣଙ୍କୁ ଫୁଡ୍‌ ପଏଜନିଙ୍ଗ୍‌ ସମସ୍ୟାରେ ପକାଇପାରେ। କାହିଁକି ନା, ଖରାଦିନେ ଏପରି ଖାଦ୍ୟ ହଜମ ହେବାରେ ମୁସ୍କିଲ ହୋଇଥାଏ। ବାହାରର ଷ୍ଟ୍ରିଟ୍‌ ଫୁଡ୍‌ ମଧ୍ୟ ବିଲ୍‌କୁଲ ଖାଇବା ଉଚିତ ନୁହେଁ। ଏଥିରୁ ସଂକ୍ରମଣ ହେବାର ସମ୍ଭାବନା ବହୁତ ଅଧିକ ଥାଏ। ଏହି ପ୍ରକାର ଖାଦ୍ୟ ଖାଇବା ପରେ ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ଏପରି କି, ଆପଣଙ୍କୁ ଝାଡ଼ା, ବାନ୍ତି ସମସ୍ୟା ମଧ୍ୟ ହୋଇପାରେ।

ଚା' ଓ କଫି: ଗ୍ରୀଷ୍ମ ଦିନେ ଚା' ଓ କଫି ପିଇବାଠାରୁ ଦୂରେଇ ରୁହନ୍ତୁ। ଅତ୍ୟଧିକ କଫିନ୍ ସେବନ ଦ୍ୱାରା ଶରୀରରେ ଉତ୍ତାପ ଉତ୍ପନ୍ନ ହୋଇଥାଏ। ଏଥିସହ ଚା' ଓ କଫି ଅଧିକ ପିଇବା ଦ୍ୱାରା ଶରୀରରେ ଡିହାଇଡ୍ରେସନ ସମସ୍ୟା ଦେଖା ଦେଇପାରେ। ଏହି ଦୁଇଟି ପାନୀୟ ପିଇଲେ ଶୋଷ କମ୍‌ ଲାଗିଥାଏ, ତେଣୁ ଖରାଦିନେ ସମସ୍ୟା ଆହୁରି ବଢ଼ିଯାଇଥାଏ।

ସସ୍ ଓ ଚଟଣି: ଏହିଦିନେ ଅତ୍ୟଧିକ ସସ୍ ଏବଂ ଚଟଣି ଖାଆନ୍ତୁ ନାହିଁ। ଏହା ଶରୀରକୁ ଅଳସୁଆ କରିଦେଇଥାଏ। ସସ୍‌ରେ ଅଧିକ ମାତ୍ରରେ ଲୁଣ ଥିବାରୁ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ସେହିପରି ଚଟଣିରେ ମସଲା ଏବଂ ଲଙ୍କା ଅଧିକ ଥିବାରୁ ଏହା ପେଟରେ ସମସ୍ୟା ସୃଷ୍ଟି କରିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+